ଆୟୁଷ

କେନ୍ଦ୍ର ସରକାରୀ କର୍ମଚାରୀଙ୍କ ନିମନ୍ତେ ଆୟୁଷ ଡେ କେୟାର ସେବା ଅନୁମୋଦିତ

Posted On: 02 DEC 2020 2:50PM by PIB Bhubaneshwar

କେନ୍ଦ୍ର ସରକାରୀ କର୍ମଚାରୀ ଏବଂ ପେନସନଭୋଗୀ ମାନଙ୍କ ନିମନ୍ତେ ଆୟୁର୍ବେଦ, ଯୋଗ ଓ ପ୍ରାକୃତିକ ଚିକିତ୍ସା ପଦ୍ଧତି ସୁବିଧା ଥିବା ଡେ କେୟାର ଥେରାପି କେନ୍ଦ୍ର ବ୍ୟବସ୍ଥା ପାଇଁ ଏକ ପ୍ରସ୍ତାବକୁ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ଅନୁମୋଦନ କରିଛି ଆୟୁର୍ବେଦ, ଯୋଗ ପ୍ରାକୃତିକ ଚିକିତ୍ସା ସୁବିଧା ଯୋଗାଉଥିବା ଘରୋଇ ଡେ କେୟାର ଥେରାପି କେନ୍ଦ୍ରଗୁଡିକ  ମଧ୍ୟ କେନ୍ଦ୍ର ସରକାରଙ୍କ ସ୍ୱାସ୍ଥ୍ୟ ଯୋଜନା (ସିଜିଏଚଏସ) ଅଧୀନରେ ଅନୁବନ୍ଧିତ ହୋଇ ପାରିବେ   ବର୍ତ୍ତମାନର ସିଜିଏଚଏସ ଅଧୀନରେ ଯେଭଳି ଘରୋଇ ହସ୍ପିଟାଲଗୁଡ଼ିକ ଅନୁବନ୍ଧିତ ହୋଇଛନ୍ତି ସେହିଭଳି ପ୍ରାକୃତିକ ଚିକିତ୍ସା କେନ୍ଦ୍ରଗୁଡିକ ମଧ୍ୟ ଅନୁବନ୍ଧିତ ହେବେ

ଉଭୟ କାର୍ଯ୍ୟରତ ପେନସନଧାରୀ ସିଜିଏଚଏସ ହିତାଧିକାରୀମାନେ ଏହି ନୂତନ ସୁବିଧା ପାଇପାରିବେ ଆୟୁଷ ପଦ୍ଧତିର ଲୋକପ୍ରିୟତା କ୍ରମଶଃ ସିଜିଏଚଏସ ହିତାଧିକାରୀ ଓ ସାଧାରଣ ଜନତାଙ୍କ ମଧ୍ୟରେ ବୃଦ୍ଧି ପାଉଥିବାରୁ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଏହି ପଦକ୍ଷେପ ନେଇଛି ପ୍ରଥମ ପଦକ୍ଷେପ ସ୍ୱରୂପ ଅଗ୍ରଣୀ ଭିତ୍ତିରେ ଡେ କେୟାର ଥେରାପି କେନ୍ଦ୍ରଗୁଡ଼ିକୁ ଦିଲ୍ଲୀ ଏବଂ ଏନସିଆରରେ ବର୍ଷକ ନିମନ୍ତେ ଲାଗୁ କରାଯିବ ପରେ ଅନ୍ୟାନ୍ୟ ଅଞ୍ଚଳରେ ଏହା କାର୍ଯ୍ୟକରୀ ହେବ

ସ୍ଵାସ୍ଥ୍ୟର ଉନ୍ନତି ସୁଧାର, ସ୍ଵାସ୍ଥ୍ୟ ବାବଦ ବ୍ୟୟ ହ୍ରାସ ରୋଗୀମାନଙ୍କର ସୁଖସ୍ଵାଚ୍ଛନ୍ଦକୁ ଦୃଷ୍ଟିରେ  ରଖି ଏହି ଯୋଜନା ତ୍ୱରାନ୍ୱିତ ହେବ ଏହି କେନ୍ଦ୍ରଗୁଡ଼ିକ ଚିକିତ୍ସା ନିମନ୍ତେ ଦିନକରୁ ଅଧିକ ରହିବାକୁ ପଡୁନଥିବା ଶିଶୁ ବୟସ୍କ ରୋଗୀମାନଙ୍କ ନିମନ୍ତେ  ଖୁବ ସୁବିଧାଜନକ ହେବ ଆୟୁଷ ପଦ୍ଧତିରେ ଚିକିତ୍ସା ପାଇଁ ଏହା ଭାରତ ସରକାରଙ୍କ ଆଉ ଏକ ଗୁରୁତ୍ଵପୂର୍ଣ୍ଣ ପଦକ୍ଷେପ

ବର୍ତ୍ତମାନ ପଞ୍ଚକର୍ମ ଅବଙ୍ଗ୍ୟ ଇତ୍ୟାଦି ଚିକିତ୍ସା ସିଜିଏଚଏସ ଅନୁବନ୍ଧିତ ହସ୍ପିଟାଲଗୁଡିକରେ ଭର୍ତ୍ତି ହେଲା ପରେ ହିଁ ରୋଗୀମାନଙ୍କ ନିମନ୍ତେ ଉପଲବ୍ଧ ହେଉଛି ଏଥିପାଇଁ ସିଜିଏଚଏସକୁ ରୁମ ଦେୟ ଇତ୍ୟାଦି ବହନ କରିବାକୁ ପଡୁଛି ଡେ କେୟାର ସେଣ୍ଟର ଯୋଗୁଁ ହସ୍ପିଟାଲରେ ଭର୍ତ୍ତି ହେବାର ବ୍ୟୟ ହ୍ରାସ ପାଇବା ସହିତ ରୋଗୀମାନଙ୍କ ନିମନ୍ତେ ମଧ୍ୟ ସୁବିଧା ହେବ ଆୟୁଷ ଡେ କେୟାର ସେଣ୍ଟରରେ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର (ସିଏଚସି), ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର (ପିଏଚସି) ଡ଼ିସପେନସରୀ, କ୍ଲିନିକ, ପଲିକ୍ଲିନିକ ସ୍ଥାନୀୟ କର୍ତ୍ତୁପକ୍ଷଙ୍କ ନିକଟରେ ପଞ୍ଜୀକୃତ ଅନ୍ୟାନ୍ୟ କେନ୍ଦ୍ରଗୁଡ଼ିକ ମଧ୍ୟ ଅନ୍ତର୍ଭୁକ୍ତ ତେବେ ପଞ୍ଜୀକୃତ ଆୟୁଷ ମେଡିକାଲ ଡାକ୍ତରଙ୍କ ତତ୍ଵାବଧାନରେ ସେଠାରେ ଭେଷଜ, ଶଲ୍ୟ ଅର୍ଦ୍ଧଶଲ୍ୟ ଚିକିତ୍ସା ହେଉଥିବା ଆବଶ୍ୟକ ଏଥିପାଇଁ ନିମ୍ନୋକ୍ତ ବିଷୟଗୁଡିକ ରହିଥିବା ଦରକାର

()     ଯୋଗ୍ୟତା ସମ୍ପନ୍ନ ପଞ୍ଜୀକୃତ ଆୟୁଷ ମେଡିକାଲ ଚିକିତ୍ସକ

()    ଉତ୍ସର୍ଗୀକୃତ ଆୟୁଷ ଥେରାପି ଅନୁଭାଗ (ଆବଶ୍ୟକତା ଅନୁସାରେ)

()    ରୋଗୀମାନଙ୍କର ଦୈନିକ ରେକର୍ଡ ବୀମା କମ୍ପାନୀର ସ୍ଵୀକୃତପ୍ରାପ୍ତ ପ୍ରତିନିଧିମାନଙ୍କର       ପ୍ରବେଶ ଅନୁମତି     

()    ଘରୋଇ କେନ୍ଦ୍ରଗୁଡ଼ିକରେ ଏନଏବିଏଚ ଅଧିସ୍ଵୀକୃତି କିମ୍ବା ପ୍ରବେଶସ୍ତରୀୟ ପ୍ରମାଣପତ୍ର

 

**********



(Release ID: 1677754) Visitor Counter : 233