ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ପ୍ରଧାନମନ୍ତ୍ରୀ ନଭେମ୍ବର 30ରେ ବାରାଣସୀ ଗସ୍ତ କରିବେ ଏବଂ ଏନଏଚ-19ର ବାରାଣସୀ-ପ୍ରୟାଗରାଜ ସେକ୍ସନର ଛଅ-ଲେନ୍ ପ୍ରଶସ୍ତିକରଣ ପ୍ରକଳ୍ପର ଉଦଘାଟନ କରିବେ

ପ୍ରଧାନମନ୍ତ୍ରୀ ଦେବ ଦୀପାବଳିରେ ଅଂଶଗ୍ରହଣ କରିବେ ଏବଂ ଶ୍ରୀ କାଶୀ ବିଶ୍ୱନାଥ ମନ୍ଦିର କରିଡର ପ୍ରକଳ୍ପ ସ୍ଥଳ ପରିଦର୍ଶନ କରିବେ

Posted On: 28 NOV 2020 8:38PM by PIB Bhubaneshwar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ 30 ନଭେମ୍ବର, 2020ରେ ବାରାଣସୀ ଗସ୍ତ କରିବେ ଏବଂ ହଣ୍ଡିଆ (ପ୍ରୟାଗରାଜ) - ରାଜାତାଲାବ (ବାରାଣସୀ) ଜାତୀୟ ରାଜପଥ 19 ସେକ୍ସନର ଛଅ-ଲେନ ପ୍ରଶସ୍ତିକରଣ ପ୍ରକଳ୍ପକୁ ରାଷ୍ଟ୍ରକୁ ଉତ୍ସର୍ଗ କରିବେ ଗସ୍ତ ଅବସରରେ ପ୍ରଧାନମନ୍ତ୍ରୀ ଦେବ ଦୀପାବଳିରେ ଅଂଶଗ୍ରହଣ କରିବେ, କାଶୀ ବିଶ୍ୱନାଥ ମନ୍ଦିର କରିଡର ପ୍ରକଳ୍ପ ସ୍ଥଳ ଏବଂ ସାରନାଥ ପ୍ରତ୍ନତାତ୍ତ୍ୱିକ ସ୍ଥଳ ପରିଦର୍ଶନ କରିବେ

2,447 କୋଟି ଟଙ୍କା ବ୍ୟୟରେ ନିର୍ମିତ 73 କିମି ନୂଆ ପ୍ରଶସ୍ତ ତଥା ଛଅ ଲେନବିଶିଷ୍ଟ ଏନଏଚ-19 ଦ୍ୱାରା ପ୍ରୟାଗରାଜ ବାରାଣସୀ ମଧ୍ୟରେ ଯାତ୍ରା ସମୟ 1 ଘଣ୍ଟା ହ୍ରାସ ପାଇବ ବୋଲି ଆଶା କରାଯାଉଛି

ବାରାଣସୀର ବିଶ୍ୱ ପ୍ରସିଦ୍ଧ ଆଲୋକ ଉତ୍ସାହର ପର୍ବ ଦେବ ଦୀପାବଳି କାର୍ତ୍ତିକ ମାସର ପୂର୍ଣ୍ଣିମା ଦିନ ଧୂମଧାମରେ ପାଳିତ ହୋଇଥାଏ ପ୍ରଧାନମନ୍ତ୍ରୀ ବାରାଣସୀର ରାଜଘାଟଠାରେ ପ୍ରଦୀପ ପ୍ରଜ୍ୱଳନ କରିବା ପରେ ଏହି ଉତ୍ସବ ଆରମ୍ଭ ହେବ ଏହାପରେ ଗଙ୍ଗାନଦୀର ଉଭୟ ପାର୍ଶ୍ୱରେ 11 ଲକ୍ଷ ଦୀପ ଜଳାଯିବ

ଏହି ଗସ୍ତ ଅବସରରେ ପ୍ରଧାନମନ୍ତ୍ରୀ ନିର୍ମାଣାଧୀନ କାଶୀ ବିଶ୍ୱନାଥ ମନ୍ଦିର କରିଡର ପ୍ରକଳ୍ପ ସ୍ଥଳ ପରିଦର୍ଶନ କରି ଏହାର ପ୍ରଗତି ସମୀକ୍ଷା କରିବେ ସେ ସାରନାଥର ପ୍ରତ୍ନତାତ୍ତ୍ୱିକ ସ୍ଥଳରେ ଲାଇଟ ସାଉଣ୍ଡ ସୋଦେଖିବେ, ଯାହାକୁ ସେ ଚଳିତ ମାସ ପ୍ରାରମ୍ଭରେ ଉଦଘାଟନ କରିଥିଲେ

 

**********



(Release ID: 1677073) Visitor Counter : 199