ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
ପୁଣେର ସେରମ ଇନଷ୍ଟିଚ୍ୟୁଟ ପରିଦର୍ଶନ କଲେ ପ୍ରଧାନମନ୍ତ୍ରୀ
ପୋଷ୍ଟ କରାଯିବା ଦିନାଙ୍କ:
28 NOV 2020 6:47PM by PIB Bhubaneswar
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ପୁଣେସ୍ଥିତ ସେରମ ଇନଷ୍ଟିଚ୍ୟୁଟ ଅଫ ଇଣ୍ଡିଆ ପରିଦର୍ଶନ କରିବା ସହିତ ଇନଷ୍ଟିଚ୍ୟୁଟର ଟିମ୍ ସହିତ ଆଲୋଚନା କରିଥିଲେ। ଟୀକା ଉତ୍ପାଦନକୁ କିପରି ଭାବେ ଆହୁରି ତ୍ୱରାନ୍ୱିତ କରାଯାଇପାରିବ ଏବଂ ଏଥିପାଇଁ ବର୍ତ୍ତମାନ ସୁଦ୍ଧା ସେମାନେ କେତେଦୂର ଅଗ୍ରଗତି ହାସଲ କରିଛନ୍ତି ସେ ସମ୍ପର୍କରେ ସେମାନେ ବିବରଣୀ ପ୍ରଦାନ କରିଥିଲେ।
ଏକ ଟୁଇଟରେ ପ୍ରଧାନମନ୍ତ୍ରୀ କହିଛନ୍ତି, “ସେରମ ଇନଷ୍ଟିଚ୍ୟୁଟ ଅଫ ଇଣ୍ଡିଆର ଟିମ ସହିତ ଭଲ ଆଲୋଚନା ହେଲା। ବର୍ତ୍ତମାନସୁଦ୍ଧା ହୋଇଥିବା ଅଗ୍ରଗତି ସମ୍ପର୍କରେ ସେମାନେ ବିସ୍ତୃତ ସୂଚନା ଦେବା ସହିତ ଟୀକା ଉତ୍ପାଦନକୁ କିଭଳି ଭାବେ ଆହୁରି ତ୍ୱରାନ୍ୱିତ କରାଯାଇପାରିବ ସେ ସମ୍ପର୍କରେ ସେମାନଙ୍କର ଯୋଜନାର ଅଗ୍ରଗତି ସମ୍ପର୍କରେ ସେମାନେ କହିଥିଲେ। ସେମାନଙ୍କର ଉତ୍ପାଦନ ସୁବିଧା ମଧ୍ୟ ବୁଲି ଦେଖିଲି”।
***********
(ରିଲିଜ ଆଡି: 1676835)
ପରିଦର୍ଶକ କାଉଣ୍ଟର : 144
ଏହି ରିଲିଜ ପଢନ୍ତୁ :
English
,
Urdu
,
Marathi
,
हिन्दी
,
Bengali
,
Manipuri
,
Assamese
,
Punjabi
,
Gujarati
,
Tamil
,
Telugu
,
Kannada
,
Malayalam