ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ଡିଏଗୋ ମାରାଡୋନାଙ୍କ ବିୟୋଗରେ ପ୍ରଧାନମନ୍ତ୍ରୀଙ୍କ ଶୋକ

प्रविष्टि तिथि: 26 NOV 2020 9:50AM by PIB Bhubaneswar

ପ୍ରଖ୍ୟାତ୍‌ ଫୁଟବଲ ଖେଳାଳି ଡିଏଗୋ ମାରାଡୋନାଙ୍କ ବିୟୋଗରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଗଭୀର ଦୁଃଖ ପ୍ରକାଶ କରିଛନ୍ତି ।

ଏକ ଟ୍ୱିଟରେ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଡିଏଗୋ ମାରାଡୋନା ଫୁଟବଲର ଜଣେ ମହାନ୍‌ ଖେଳାଳି ଥିଲେ । ବିଶ୍ୱବ୍ୟାପୀ ତାଙ୍କୁ ଲୋକପ୍ରିୟତା ମିଳିଥିଲା । ତାଙ୍କ ଖେଳ ଜୀବନ ମଧ୍ୟରେ ଫୁଟବଲ ପଡିଆରେ ସେ କେତେକ ଶ୍ରେଷ୍ଠ କ୍ରୀଡା ନୈପୁଣ୍ୟ ପ୍ରଦର୍ଶନ କରିଯାଇଛନ୍ତି । ତାଙ୍କର ଅକାଳ ବିୟୋଗ ଆମ ସମସ୍ତଙ୍କୁ ଦୁଃଖାଭିଭୂତ କରିଛି । ତାଙ୍କ ଆତ୍ମା ଶାନ୍ତିଲାଭ କରୁ ।

 

**********


(रिलीज़ आईडी: 1676156) आगंतुक पटल : 218
इस विज्ञप्ति को इन भाषाओं में पढ़ें: English , Urdu , Marathi , हिन्दी , Assamese , Bengali , Manipuri , Punjabi , Gujarati , Tamil , Telugu , Kannada , Malayalam