ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ଡିଏଗୋ ମାରାଡୋନାଙ୍କ ବିୟୋଗରେ ପ୍ରଧାନମନ୍ତ୍ରୀଙ୍କ ଶୋକ

Posted On: 26 NOV 2020 9:50AM by PIB Bhubaneshwar

ପ୍ରଖ୍ୟାତ୍‌ ଫୁଟବଲ ଖେଳାଳି ଡିଏଗୋ ମାରାଡୋନାଙ୍କ ବିୟୋଗରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଗଭୀର ଦୁଃଖ ପ୍ରକାଶ କରିଛନ୍ତି ।

ଏକ ଟ୍ୱିଟରେ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଡିଏଗୋ ମାରାଡୋନା ଫୁଟବଲର ଜଣେ ମହାନ୍‌ ଖେଳାଳି ଥିଲେ । ବିଶ୍ୱବ୍ୟାପୀ ତାଙ୍କୁ ଲୋକପ୍ରିୟତା ମିଳିଥିଲା । ତାଙ୍କ ଖେଳ ଜୀବନ ମଧ୍ୟରେ ଫୁଟବଲ ପଡିଆରେ ସେ କେତେକ ଶ୍ରେଷ୍ଠ କ୍ରୀଡା ନୈପୁଣ୍ୟ ପ୍ରଦର୍ଶନ କରିଯାଇଛନ୍ତି । ତାଙ୍କର ଅକାଳ ବିୟୋଗ ଆମ ସମସ୍ତଙ୍କୁ ଦୁଃଖାଭିଭୂତ କରିଛି । ତାଙ୍କ ଆତ୍ମା ଶାନ୍ତିଲାଭ କରୁ ।

 

**********


(Release ID: 1676156) Visitor Counter : 194