ସ୍ୱାସ୍ଥ୍ୟ ଓ ପରିବାର ମନ୍ତ୍ରଣାଳୟ

ଭାରତର ନମୁନା ପରୀକ୍ଷଣରେ ଆଶ୍ଚର୍ଯ୍ୟଜନକ ବୃଦ୍ଧି; ମୋଟ ପରୀକ୍ଷା 13.5 କୋଟି ନିକଟତର

● ନମୁନା ପରୀକ୍ଷଣ ବଢ଼ିବାରୁ ସାମଗ୍ରିକ ପଜିଟିଭିଟି ହାରରେ ନିରନ୍ତର ହ୍ରାସ

Posted On: 25 NOV 2020 10:58AM by PIB Bhubaneshwar

2020 ଜାନୁଆରୀ ପରଠାରୁ କୋଭିଡ-19 ନମୁନା ପରୀକ୍ଷଣ ଭିତ୍ତିଭୂମିକୁ ଭାରତ ସୁଦୃଢ଼ କରିବା ଯୋଗୁ ମୋଟ ନମୁନା ପରୀକ୍ଷଣ ସଂଖ୍ୟା ଆଶ୍ଚର୍ଯ୍ୟଜନକ ଭାବେ ବୃଦ୍ଧି ପାଇଛି ।

ଗତ 24 ଘଣ୍ଟାରେ ଦେଶରେ 11,59,032 ନମୁନା ପରୀକ୍ଷା କରାଯାଇଛି । ଏହାକୁ ମିଶାଇ ମୋଟ ନମୁନା ପରୀକ୍ଷା ସଂଖ୍ୟା 13.5 କୋଟି ନିକଟତର (13,48,41,307) ହୋଇଛି ।

ନିରନ୍ତର ଭାବେ ବ୍ୟାପକ ନମୁନା ପରୀକ୍ଷଣ ଉପରେ ଗୁରୁତ୍ୱ ଦିଆଯିବା ଯୋଗୁ ପଜିଟିଭିଟି ହାର ହ୍ରାସ ପାଇବାରେ ଲାଗିଛି । ମୋଟ ଜାତୀୟ ପଜିଟିଭିଟି ହାର କ୍ରମାଗତ ଭାବେ ହ୍ରାସ ପାଉଥିବାରୁ ଦେଶରେ କରୋନା ସଂକ୍ରମଣକୁ ଫଳପ୍ରଦ ଭାବେ ନିୟନ୍ତ୍ରଣ କରାଯାଇଥିବା ଏଥିରୁ ପ୍ରତୀୟମାନ ହେଉଛି । ମୋଟ ପଜିଟିଭିଟି ହାର ଅବିରତ ଭାବେ ହ୍ରାସ ପାଉଛି ଏବଂ ଆଜି ଏହା ମୋଟ ଆକ୍ରାନ୍ତ ସଂଖ୍ୟାର 6.84% ରହିଛି ।

http://static.pib.gov.in/WriteReadData/userfiles/image/image001QAXJ.jpg

ବିଶେଷକରି ଦେଶର ଟେଷ୍ଟିଙ୍ଗ ଭିତ୍ତିଭୂମିରେ ବ୍ୟାପକ ସମ୍ପ୍ରସାରଣ କରାଯିବାରୁ ମୋଟ ପଜିଟିଭିଟି ହାରରେ ଏଭଳି ହ୍ରାସ ଧାରା ଦେଖିବାକୁ ମିଳୁଛି ।

ଆଜି ଦୈନିକ ପଜିଟିଭିଟି ହାର 3.83% ରହିଛି ।

http://static.pib.gov.in/WriteReadData/userfiles/image/image002WL2U.jpg

ଟେଷ୍ଟିଙ୍ଗ ଭିତ୍ତିଭୂମିରେ ନିରନ୍ତର ତଥା କ୍ରମାଗତ ସମ୍ପ୍ରସାରଣ ନମୁନା ପରୀକ୍ଷଣ ସଂଖ୍ୟା ବୃଦ୍ଧିରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛି । ଦେଶରେ ଏବେ 2,138 ଟେଷ୍ଟିଙ୍ଗ ଲ୍ୟାବ ରହିଥିବା ବେଳେ ଏଥିରେ ସରକାରୀ ଲାବୋରେଟୋରି ସଂଖ୍ୟା 1,167 ଓ ବେସରକାରୀ ଲାବୋରେଟୋରି ସଂଖ୍ୟା 971 ରହିଛି । ଏହାଦ୍ୱାରା ଦୈନିକ ନମୁନା ପରୀକ୍ଷଣ କ୍ଷମତା ଅନେକ ମାତ୍ରାରେ ବୃଦ୍ଧି ପାଇଛି ।

ଏହାର ଫଳସ୍ୱରୂପ, ଭାରତରେ ଦୈନିକ ନିୟୁତ ପିଛା ନମୁନା ପରୀକ୍ଷଣ ସଂଖ୍ୟା ଡବ୍ଲୁଏଚଓ ମାନକ ତୁଳନାରେ 5 ଗୁଣ ଅଧିକ ହୋଇଛି ।

http://static.pib.gov.in/WriteReadData/userfiles/image/image003PIU6.jpg

ଭାରତର ବର୍ତ୍ତମାନର କରୋନା ସକ୍ରିୟ ମାମଲା (4,44,746) ମୋଟ ପଜିଟିଭ ମାମଲାର 4.82% ହୋଇଛି ଏବଂ ଫଳତଃ ଏହା ନିରନ୍ତର ଭାବେ 5%ରୁ କମ ରହିଆସୁଛି ।

ଦେଶରେ କରୋନା ଆରୋଗ୍ୟ ହାର 93% ଉପରେ ରହିଆସୁଛି ଏବଂ ଆଜି ମୋଟ କରୋନା ଆକ୍ରାନ୍ତ ମାମଲାର ଏହା 93.72% ରହିଛି । ଗତ 24 ଘଣ୍ଟା ମଧ୍ୟରେ ଦେଶରେ 37,816 ରୋଗୀ କରୋନାରୁ ଆରୋଗ୍ୟ ଲାଭ କରିଛନ୍ତି । ଏହାକୁ ମିଶାଇ ଦେଶରେ ମୋଟ ସୁସ୍ଥ ଲୋକ ସଂଖ୍ୟା 86,42,771କୁ ବୃଦ୍ଧି ପାଇଛି ।

ଏହାଦ୍ୱାରା ଆରୋଗ୍ୟ ଲାଭ କରୁଥିବା ଲୋକ ଏବଂ ସକ୍ରିୟ ମାମଲା ମଧ୍ୟରେ ବ୍ୟବଧାନ ନିରନ୍ତର ଭାବେ ବଢ଼ୁଛି ଓ ଏହି ସଂଖ୍ୟା ଏବେ 81,98,025 ରହିଛି ।

ଦିନକରେ ଆରୋଗ୍ୟ ଲାଭ କରିଥିବା ଲୋକଙ୍କ ମଧ୍ୟରୁ 77.53% 10 ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳରୁ ରହିଛନ୍ତି ।

ଦୈନିକ ନୂଆ ଆରୋଗ୍ୟ ସଂଖ୍ୟାରେ କେରଳ ଆଗୁଆ ରହିଛି । ଏଠାରେ ଦିନକରେ ସର୍ବାଧିକ 5,149 ବ୍ୟକ୍ତି କରୋନାରୁ ମୁକୁଳିଛନ୍ତି । ଦିଲ୍ଲୀରେ 4,943 ଜଣ ସୁସ୍ଥ ହୋଇଥିବା ବେଳେ ମହାରାଷ୍ଟ୍ରରେ ଗତ 24 ଘଣ୍ଟାରେ 4,086 ଲୋକ ସୁସ୍ଥ ହୋଇଛନ୍ତି ।

http://static.pib.gov.in/WriteReadData/userfiles/image/image0049ZO6.jpg

ଗତ 24 ଘଣ୍ଟାରେ ଦେଶରେ 44,376 ନୂଆ ମାମଲା ସାମ୍ନାକୁ ଆସିଛି ।

ଦୈନିକ ନୂଆ ଆକ୍ରାନ୍ତ ମାମଲାରୁ 76.51% 10 ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳରୁ ରହିଛନ୍ତି । ଗତ 24 ଘଣ୍ଟାରେ ଦିଲ୍ଲୀରେ ସର୍ବାଧିକ 6,224 ନୂଆ ମାମଲା ସାମ୍ନାକୁ ଆସିଛି । ମହାରାଷ୍ଟ୍ରରେ 5,439 ନୂଆ ମାମଲା ଚିହ୍ନଟ କରାଯାଇଥିବା ବେଳେ କେରଳରେ 5,420 ମାମଲା ସାମ୍ନାକୁ ଆସିଛି ।

http://static.pib.gov.in/WriteReadData/userfiles/image/image005JQFK.jpg

ଗତ 24 ଘଣ୍ଟାରେ 481 ଜଣ କରୋନାରେ ପ୍ରାଣ ହରାଇଛନ୍ତି । ମୃତକଙ୍କ ମଧ୍ୟରୁ 74.22% 10 ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳରୁ ରହିଛନ୍ତି ।

ଦିଲ୍ଲୀରେ ସର୍ବାଧିକ 109 ରୋଗୀଙ୍କ ଜୀବନ ଯାଇଥିବା ବେଳେ ପଶ୍ଚିମବଙ୍ଗରେ 49 ଓ ଉତ୍ତରପ୍ରଦେଶରେ 33 ଜଣଙ୍କ ମୃତ୍ୟୁ ଘଟିଛି ।

http://static.pib.gov.in/WriteReadData/userfiles/image/image0062PLN.jpg

 

**********



(Release ID: 1675814) Visitor Counter : 201