କ୍ୟାବିନେଟ

ଲକ୍ଷ୍ମୀ ବିଳାସ ବ୍ୟାଙ୍କ ସହ ଡିବିଏସ ବ୍ୟାଙ୍କର ମିଶ୍ରଣ ଯୋଜନାକୁ କ୍ୟାବିନେଟର ଅନୁମୋଦନ

प्रविष्टि तिथि: 25 NOV 2020 3:33PM by PIB Bhubaneshwar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ବୈଠକରେ ଲକ୍ଷ୍ମୀବିଳାସ ବ୍ୟାଙ୍କ ଲିମିଟେଡ (ଏଲଭିବି) ସହ ଡିବିଏସ ବ୍ୟାଙ୍କ ଇଣ୍ଡିଆ ଲିମିଟେଡ (ଡିବିଆଇଏଲ) ମିଶ୍ରଣକୁ ଅନୁମୋଦନ କରାଯାଇଛି ଗତ 17 ତାରିଖ ଦିନ ଜମାକାରୀମାନଙ୍କ ସ୍ଵାର୍ଥ ତଥା ବ୍ୟାଙ୍କର ଆର୍ଥିକ ସ୍ଥିତି ଓ ସ୍ଥାୟିତ୍ଵ ଦୃଷ୍ଟିରୁ ଭାରତୀୟ ରିଜର୍ଭ ବ୍ୟାଙ୍କର ଆବେଦନ ତଥା ବ୍ୟାଙ୍କ ନିୟନ୍ତ୍ରଣ ଆଇନ 1949ର 45 ଧାରା ଅନୁସାରେ ଲକ୍ଷ୍ମୀବିଳାସ ବ୍ୟାଙ୍କର ନେଣ ଦେଣ କାର୍ଯ୍ୟକୁ 30 ଦିନ ପାଇଁ ଅଚଳ କରାଯାଇଥିଲା ଭାରତୀୟ ରିଜର୍ଭ ବ୍ୟାଙ୍କ ସରକାରଙ୍କ ସହ ଆଲୋଚନା ପରେ ଏଲଭିବିର ବୋର୍ଡ ନିର୍ଦ୍ଦେଶକମାନଙ୍କୁ ଉପେକ୍ଷା କରି ଜମାକାରୀମାନଙ୍କ ସ୍ଵାର୍ଥ ରକ୍ଷା ପାଇଁ ଜଣେ  ପ୍ରଶାସକକୁ ନିଯୁକ୍ତି ଦେଇଥିଲା ଜନସାଧାରଣ ଅଂଶିଦାରମାନଙ୍କ ଆପତ୍ତି ଅଭିଯୋଗ ତଥା ପ୍ରସ୍ତାବକ୍ରମେ ଆରବିଆଇ ବ୍ୟାଙ୍କର ସମିଶ୍ରଣ ପାଇଁ ଏକ ଯୋଜନା ପ୍ରସ୍ତୁତ କରି ସରକାରଙ୍କ ମଞ୍ଜୁରି ପାଇଁ ପଠାଇଥିଲା ଏହା ଯଥେଷ୍ଟ ଆଗରୁ ପଠାଯାଇଥିଲା ଯାହାଫଳରେ କି ନେଣ ଦେଣ କାର୍ଯ୍ୟର କଟକଣା ଯୋଗୁଁ ଜମାକାରୀମାନଙ୍କ ଅର୍ଥ  ଉଠାଣ ନେଇ କୌଣସି ଅସୁବିଧା ହେବନାହିଁ ଯୋଜନାର ଅନୁମୋଦନ କ୍ରମେ ଏଲଭିବି  ବ୍ୟାଙ୍କ ଡିବିଆଇଏଲରେ ବିଲୟ ହେବ ଏବଂ ଜମାକାରୀମାନେ ସେମାନଙ୍କ ଅର୍ଥ ଉଠାଣ ନେଇ କୌଣସି କଟକଣାର  ସମ୍ମୁଖୀନ ହେବେ ନାହିଁ

ଡିବିଆଇଏଲ ଆରବିଆଇ ଦ୍ଵାରା ଲାଇସେନ୍ସ ପ୍ରାପ୍ତ ଦେଶର ବିଭିନ୍ନ ସ୍ଥାନରେ କାର୍ଯ୍ୟ କରୁଛି ଡିବିଆଇଏଲର ଏକ ଉନ୍ନତ ବାଲାନ୍ସସିଟ ମଜବୁତ ପୁଞ୍ଜି ହୋଇଛି ସିଙ୍ଗାପୁରରେ ଏହାର ମୁଖ୍ୟାଳୟ ଥିବା ବେଳେ ଏହା  ଏସିଆ ମହାଦେଶର ଏକ  ଅଗ୍ରଣୀ  ଅର୍ଥସେବା ଗ୍ରୁପ ଭାବେ ପରିଗଣିତ ହେଉଛି ଏହି ମିଶ୍ରଣ ପରେ ଡିବିଆଇଏଲର ବାଲାନ୍ସସିଟ ମଜବୁତ ରହିବା ସହ ଏହାର  ଶାଖା ସଂଖ୍ୟା 600କୁ ବୃଦ୍ଧି ପାଇବ ଏହିପରି ତୁରନ୍ତ  ସମିଶ୍ରଣ  ତଥା ସରକାରଙ୍କ  ଅଙ୍ଗୀକାରବଦ୍ଧତା ଯୋଗୁଁ ଏକ ସ୍ଵଚ୍ଛ ବ୍ୟାଙ୍କିଙ୍ଗ ସେବା ଦିଆଯିବା ସହ ଜମାକାରୀ ଜନସାଧାରଣଙ୍କର ସ୍ଵାର୍ଥ ରକ୍ଷା ମଧ୍ୟ ହୋଇପାରିବ    

 

**********


(रिलीज़ आईडी: 1675795) आगंतुक पटल : 226
इस विज्ञप्ति को इन भाषाओं में पढ़ें: English , Urdu , हिन्दी , Marathi , Manipuri , Assamese , Bengali , Punjabi , Gujarati , Tamil , Telugu , Kannada , Malayalam