ସ୍ୱାସ୍ଥ୍ୟ ଓ ପରିବାର ମନ୍ତ୍ରଣାଳୟ

କୋଭିଡ ପରିଚାଳନା ନିମନ୍ତେ ହିମାଚଳପ୍ରଦେଶ, ପଞ୍ଜାବ ଓ ଉତ୍ତର ପ୍ରଦେଶକୁ କେନ୍ଦ୍ର ପଠାଇଲା ଉଚ୍ଚସ୍ତରୀୟ ଟିମ୍

• ଦେଶରେ ସକ୍ରିୟ କରୋନା ମାମଲା ଏବେ ମୋଟ ମାମଲାର 4.85%
• ସୁସ୍ଥତା ହାର 93.69%କୁ ବୃଦ୍ଧି

Posted On: 22 NOV 2020 11:24AM by PIB Bhubaneshwar

କୋଭିଡ ପ୍ରତିକ୍ରିୟା ଓ ପରିଚାଳନା ନିମନ୍ତେ ଉତ୍ତର ପ୍ରଦେଶ, ପଞ୍ଜାବ ଏବଂ ହିମାଚଳପ୍ରଦେଶକୁ ଉଚ୍ଚସ୍ତରୀୟ ଟିମ୍ ପଠାଇବାକୁ କେନ୍ଦ୍ର ସରକାର ନିଷ୍ପତ୍ତି ନେଇଛନ୍ତି । ଏହି ରାଜ୍ୟ ଗୁଡ଼ିକରେ କୋଭିଡ ମାମଲା ବୃଦ୍ଧି ପାଇଥିବା ପରିଲକ୍ଷିତ ହୋଇଛି । ଡାକ୍ତରଖାନରେ ଥିବା କୋଭିଡ ରୋଗୀ କିମ୍ବା ମେଡିକାଲ ନିରୀକ୍ଷଣରେ ଗୃହ ସଙ୍ଗରୋଧରେ ଥିବା ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଉଛି କିମ୍ବା ରାଜ୍ୟ ଗୁଡ଼ିକ ଦୈନିକ ଅଧିକ ଆକ୍ରାନ୍ତ ଚିହ୍ନଟ ହୋଇଥିବା ସୂଚନା ଦେଇଛନ୍ତି ।

ଏହି ତିନି ଜଣିଆ ଉଚ୍ଚସ୍ତରୀୟ ଟିମ୍ ଯେଉଁ ସବୁ ଜିଲ୍ଲା ଗୁଡ଼ିକରେ ଅଧିକ କୋଭିଡ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ସେଠାକୁ ଗସ୍ତ କରିବେ । କୋଭିଡ ପରିଚାଳନା ଅର୍ଥାତ୍ ନମୁନା ପରୀକ୍ଷା ବୃଦ୍ଧି, ନିରୀକ୍ଷଣ, କଣ୍ଟେନମେଣ୍ଟକୁ କଡ଼ାକଡ଼ି କରିବା, ସଂକ୍ରମଣକୁ ରୋକିବା ଓ ନିୟନ୍ତ୍ରଣ କରିବା ଏବଂ ଦକ୍ଷତାର ସହ ଡାକ୍ତରଖାନାରେ ଚିକିତ୍ସା ପରିଚାଳନା ଇତ୍ୟାଦିରେ ଏହି ଟିମ୍ ରାଜ୍ୟ ଗୁଡ଼ିକୁ ସହାୟତା କରିବେ । ଠିକ ସମୟରେ ଆକ୍ରାନ୍ତଙ୍କୁ ଚିହ୍ନଟ କରିବା ଏବଂ ଏ ଦିଗରେ ଥିବା ଆହ୍ୱାନକୁ କିପରି ସମ୍ମୁଖିନ ହେବାକୁ ପଡ଼ିବ ସେ ନେଇ ମଧ୍ୟ ଟିମ୍ ପରାମର୍ଶ ଦେବ ।

ପୂର୍ବରୁ ହରିଆନା, ରାଜସ୍ଥାନ, ଗୁଜରାଟ, ମଣିପୁର ଏବଂ ଛତିଶଗଡ଼କୁ କେନ୍ଦ୍ର ସରକାର ଉଚ୍ଚସ୍ତରୀୟ ଟିମ୍ ପଠାଇଥିଲେ ।

ଭାରତରେ ବର୍ତ୍ତମାନର ସକ୍ରିୟ ମାମଲା (4,40,962), ଯାହାକି ମୋଟ ମାମଲାର 4.85%କୁ ହ୍ରାସ ପାଇଛି । ଏହା କ୍ରମାଗତ ଭାବେ 5% ତଳେ ରହିଛି । ଗତ 24 ଘଣ୍ଟା ମଧ୍ୟରେ ଦେଶରେ 43,493 ଜଣ ସୁସ୍ଥ ହୋଇଥିବାରୁ ସୁସ୍ଥତା ହାର 93.69%କୁ ବୃଦ୍ଧି ପାଇଛି । ମୋଟ ସୁସ୍ଥ ସଂଖ୍ୟା 85,21,617 ହୋଇଛି ।

ସୁସ୍ଥ ସଂଖ୍ୟା ଓ କରୋନା ସକ୍ରିୟ ମାମଲା ମଧ୍ୟରେ ପାର୍ଥକ୍ୟ ବୃଦ୍ଧି ପାଇ ଏବେ 80,80,655 ହୋଇଛି ।

ଏବେ 26 ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳରେ ସକ୍ରିୟ ମାମଲା 20 ହଜାରରୁ ତଳେ ରହିଛି ।

7 ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳରେ ସକ୍ରିୟ ମାମଲା 20 ହଜାରରୁ 50 ହଜାର ମଧ୍ୟରେ ରହିଛି । ମହାରାଷ୍ଟ୍ର ଓ କେରଳରେ ସକ୍ରିୟ ମାମଲା 50 ହଜାରରୁ ଅଧିକ ରହିଛି ।

ନୂଆ ସୁସ୍ଥଙ୍କ ମଧ୍ୟରୁ 77.68% ଆସିଛନ୍ତି 10 ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳରୁ । ଦିଲ୍ଳୀରେ କୋଭିଡରୁ 6,963 ଜଣ ସୁସ୍ଥ ହୋଇଥିବା ବେଳେ କେରଳ ଓ ମହାରାଷ୍ଟ୍ରରେ ଯଥାକ୍ରମେ 6,719 ଓ 4,088 ଜଣ ସୁସ୍ଥ ହୋଇଛନ୍ତି ।

ନୂତନ ଆକ୍ରାନ୍ତମାନଙ୍କ ମଧ୍ୟରୁ 10 ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳରୁ 76.81% ଚିହ୍ନଟ ହୋଇଛନ୍ତି । ଗତ 24 ଘଣ୍ଟା ମଧ୍ୟରେ 45,209 ଜଣ କୋଭିଡରେ ଆକ୍ରାନ୍ତ ହୋଇଥିବା ଜଣାପଡ଼ିଛି ।ଦିଲ୍ଲୀରେ ସର୍ବାଧିକ 5,879 ଜଣ ଗତ 24 ଘଣ୍ଟାରେ ଆକ୍ରାନ୍ତ ହୋଇଛନ୍ତି । ଏହା ପଛକୁ କେରଳରେ 5,772 ଏବଂ ମହାରାଷ୍ଟ୍ରରେ 5,760 ଜଣ ଆକ୍ରାନ୍ତ ହୋଇଛନ୍ତି । 

ପ୍ରତି ଦଶ ଲକ୍ଷଙ୍କର ଜାତୀୟ ସ୍ତରରେ ଥିବା ଆକ୍ରାନ୍ତଙ୍କ ହାର ତୁଳନାରେ 15 ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳରେ କମ୍ ରହିଛି ।

ଗତ 24 ଘଣ୍ଟା ମଧ୍ୟରେ ଦେଶରେ ମୋଟ 501 ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଏଥିରୁ 76.45% ମୃତ୍ୟୁ ହୋଇଛି 10 ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳରେ ।

22.16% ମୃତ୍ୟୁ ଦିଲ୍ଲୀରେ ହୋଇଥିବା ବେଳେ ଏହାର ସଂଖ୍ୟା ଅଛି 111 । ଏହା ପଛକୁ ମହାରାଷ୍ଟ୍ରରେ 62 ଏବଂ ପଶ୍ଚିମବଙ୍ଗରେ 53 ଜଣଙ୍କ ମୃତ୍ୟୁ ହୋଇଛି ।

ଜାତୀୟ ସ୍ତରରେ ଥିବା ମୃତ୍ୟୁ ହାର (1.46%) ତୁଳନାରେ 13 ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳରେ ଅଧିକ ମୃତ୍ୟୁହାର ରହିଛି ।

21 ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳରେ ଜାତୀୟ ସ୍ତରରେ ପ୍ରତି ଦଶ ଲକ୍ଷଙ୍କର ଥିବା ମୃତ୍ୟୁ (96) ଠାରୁ କମ୍ ମୃତ୍ୟୁ ହାର ରହିଛି ।

14 ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳରେ ପ୍ରତି ଦର୍ଶ ଲକ୍ଷରେ ମୃତ୍ୟୁ ନେଇ ଥିବା ଜାତୀୟ ହାର (96)ଠାରୁ ଅଧିକ ମୃତ୍ୟୁ ହାର ରହିଛି ।

**********

 

 

 



(Release ID: 1674978) Visitor Counter : 213