ସ୍ୱାସ୍ଥ୍ୟ ଓ ପରିବାର ମନ୍ତ୍ରଣାଳୟ

ଦେଶରେ ଦୈନିକ ନୂଆ କରୋନା ପଜିଟିଭ୍ ମାମଲା ତୁଳନାରେ ଅଧିକ ସୁସ୍ଥ ହେଉଥିବାରୁ ସକ୍ରିୟ ମାମଲା ସଂଖ୍ୟା ହ୍ରାସ

● ମୋଟ ମାମଲାର 5% ତଳକୁ ଖସିଲା ସକ୍ରିୟ ମାମଲା

Posted On: 19 NOV 2020 11:30AM by PIB Bhubaneshwar

ଗତ 24 ଘଣ୍ଟା ମଧ୍ୟରେ ଭାରତରେ 45,576 ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହି ସମୟରେ ଦେଶରେ 48,493 ଜଣ ସୁସ୍ଥ ହୋଇଥିବାରୁ ସକ୍ରିୟ ମାମଲା ଆହୁରି 2,917 ହ୍ରାସ ପାଇଛି ।

ଗତ 47 ଦିନ ଧରି କ୍ରମାଗତ ଭାବେ ଦୈନିକ ନୂଆ କରୋନା ମାମଲା ତୁଳନାରେ ସୁସ୍ଥଙ୍କ ସଂଖ୍ୟା ଅଧିକ ରହିଛି ।

ଭାରତର ସକ୍ରିୟ କରୋନା ମାମଲା ମୋଟ ମାମଲାର 5% ତଳକୁ ଆଜି ହ୍ରାସ ପାଇଛି ।

ଦୈନିକ ନୂଆ ମାମଲା ତୁଳନାରେ ଅଧିକ ସୁସ୍ଥ ହେଉଥିବାରୁ କ୍ରମାଗତ ଭାବେ ସକ୍ରିୟ ମାମଲା ହ୍ରାସ ପାଇଚାଲିଛି । ଏହା ଦ୍ୱାରା ବର୍ତ୍ତମାନ ଦେଶରେ ସକ୍ରିୟ ମାମଲା 4,43,303 ରହିଛି, ଯାହାକି ଭାରତର ମୋଟ ପଜିଟିଭ୍ ମାମଲାର ମାତ୍ର 4.95% ।

ପ୍ରତି 24 ଘଣ୍ଟାରେ ଦେଶରେ ନୂଆ ସୁସ୍ଥଙ୍କ ସଂଖ୍ୟା ନୂଆ ମାମଲା ତୁଳନାରେ ଅଧିକ ରହୁଥିବାରୁ ମୋଟ ସୁସ୍ଥ ହାର 93.58%କୁ ବୃଦ୍ଧି ପାଇଛି । ମୋଟ ସୁସ୍ଥଙ୍କ ସଂଖ୍ୟା 83,83,602 ରେ ପହଁଚିଛି । ସୁସ୍ଥ ସଂଖ୍ୟା ଏବଂ ସକ୍ରିୟ ମାମଲା ମଧ୍ୟରେ ପାର୍ଥକ୍ୟ ବୃଦ୍ଧି ପାଇ 79,40,299 ରେ ପହଞ୍ଚିଛି ।

ଗତ 24 ଘଣ୍ଟା ମଧ୍ୟରେ ହୋଇଥିବା ସୁସ୍ଥଙ୍କ ମଧ୍ୟରୁ 77.28% 10 ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳରୁ ଆସିଛନ୍ତି ।

ଗତ 24 ଘଣ୍ଟା ମଧ୍ୟରେ କେରଳରେ ସର୍ବାଧିକ 7,066 ଜଣ ସୁସ୍ଥ ହୋଇଛନ୍ତି । ଏହା ପଛକୁ ଦିଲ୍ଲୀରେ 6,901 ଏବଂ ମହାରାଷ୍ଟ୍ରରେ 6,608 ଜଣ ସୁସ୍ଥ ହୋଇଛନ୍ତି ।

ନୂଆ ପଜିଟିଭ୍ ମାମଲା ମଧ୍ୟରୁ 77.28% ଆସିଛି 10 ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳରୁ ।

ଦିଲ୍ଲୀରେ ସର୍ବାଧିକ 7,486 ନୂଆ ମାମଲା ଆସିଥିବା ବେଳେ ଏହା ପଛକୁ କେରଳରେ 6,419 ଏବଂ ମହାରାଷ୍ଟ୍ରରେ 5,011 ମାମଲା ଆସିଛି ।

ଗତ 24 ଘଣ୍ଟା ମଧ୍ୟରେ ଦେଶରେ 585 ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଏଥିରୁ 79.49% ମୃତ୍ୟୁ 10 ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳରେ ହୋଇଛି । ଏଥିରୁ 22.39% କେବଳ ଦିଲ୍ଲୀ (131 ମୃତ୍ୟୁ)ରେ ହୋଇଛି । ମହାରାଷ୍ଟ୍ରରେ 100 ଏବଂ ପଶ୍ଚିମବଙ୍ଗରେ 54 ଜଣଙ୍କ ମୃତ୍ୟୁ ହୋଇଛି ।

 

**********

 

 



(Release ID: 1674149) Visitor Counter : 209