ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ଗୋଆର ପୂର୍ବତନ ରାଜ୍ୟପାଳ ଶ୍ରୀମତୀ ମୃଦୁଳା ସିହ୍ନାଙ୍କ ବିୟୋଗରେ ପ୍ରଧାନମନ୍ତ୍ରୀଙ୍କ ଶୋକ

ପୋଷ୍ଟ କରାଯିବା ଦିନାଙ୍କ: 18 NOV 2020 5:32PM by PIB Bhubaneswar

ଗୋଆର ପୂର୍ବତନ ରାଜ୍ୟପାଳ ଶ୍ରୀମତୀ ମୃଦୁଳା ସିହ୍ନାଙ୍କ ବିୟୋଗରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଗଭୀର ଶୋକ ପ୍ରକଟ କରିଛନ୍ତି

ଏକ ଟ୍ଵିଟରେ ପ୍ରଧାନମନ୍ତ୍ରୀ କହିଛନ୍ତି, “ଜନସାଧାରଣଙ୍କ ସେବା ପାଇଁ ଶ୍ରୀମତୀ ମୃଦୁଳା ସିହ୍ନା ସ୍ମରଣୀୟ ହୋଇ ରହିବେ । ସେ ମଧ୍ୟ ଜଣେ ପାରଦର୍ଶୀ ଲେଖକ ଥିଲେ ଏବଂ ସାହିତ୍ୟ ଓ ସଂସ୍କୃତି କ୍ଷେତ୍ରରେ ତାଙ୍କର ବିରାଟ ଅବଦାନ ରହିଥିଲା । ତାଙ୍କ ଦେହାନ୍ତରେ ମୁଁ ମର୍ମାହତତାଙ୍କ ପରିବାର ଏବଂ ପ୍ରଶଂସକଙ୍କ ପ୍ରତି ସମବେଦନା । ଓମ ଶାନ୍ତି” ।

 

**********


(ରିଲିଜ ଆଡି: 1673880) ପରିଦର୍ଶକ କାଉଣ୍ଟର : 202