ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ଭାରତ-ଲକ୍ସେମବର୍ଗ ଭର୍ଚୁଆଲ ସମ୍ମିଳନୀ

ପୋଷ୍ଟ କରାଯିବା ଦିନାଙ୍କ: 17 NOV 2020 8:06PM by PIB Bhubaneswar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଏବଂ ଲକ୍ସେମବର୍ଗ ପ୍ରଧାନମନ୍ତ୍ରୀ ମହାମହିମ ଜାଭିୟର ବେଟେଲଙ୍କ ମଧ୍ୟରେ ଆସନ୍ତା 19 ନଭେମ୍ବର 2020ରେ ଏକ ଭର୍ଚୁଆଲ ସମ୍ମିଳନୀ ଅନୁଷ୍ଠିତ ହେବ

ଗତ ଦୁଇ ଦଶନ୍ଧି ମଧ୍ୟରେ ଭାରତ ଏବଂ ଲକ୍ସେମବର୍ଗ ମଧ୍ୟରେ ଏହା ପ୍ରଥମ ଉତ୍ସର୍ଗୀକୃତ ସମ୍ମିଳନୀ ଉଭୟ ନେତା କୋଭିଡ ପରବର୍ତ୍ତୀ ବିଶ୍ଵରେ ଭାରତ-ଲକ୍ସେମବର୍ଗ ସହଯୋଗକୁ ମଜବୁତ କରିବା ସହିତ ଦ୍ୱିପାକ୍ଷିକ ସମ୍ପର୍କ ସୁଦୃଢ କରିବା ନେଇ ଆଲୋଚନା କରିବେ  ପାରସ୍ପରିକ ସ୍ୱାର୍ଥ ଥିବା ନ୍ତର୍ଜାତୀୟ ତଥା ବିଶ୍ଵ ସ୍ତରୀୟ ପ୍ରସଙ୍ଗ ଉପରେ ମଧ୍ୟ ସେମାନେ ମତ ବିନିମୟ କରିବେ

ନିକଟ ଅତୀତରେ ଉଭୟ ଭାରତ ଏବଂ ଲକ୍ସେମବର୍ଗ ଉଚ୍ଚ ସ୍ତରୀୟ ଆଲୋଚନା ଜାରି ରଖିଛନ୍ତି ଦୁଇ ପ୍ରଧାନମନ୍ତ୍ରୀ ପୂର୍ବରୁ ତିନିଥର ସାକ୍ଷାତ କରିଛନ୍ତି

 

**********

 


(ରିଲିଜ ଆଡି: 1673547) ପରିଦର୍ଶକ କାଉଣ୍ଟର : 297