ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ଏସସିଓ ପରିଷଦର ରାଷ୍ଟ୍ରମୁଖ୍ୟମାନଙ୍କ ବିଂଶତମ ଶିଖର ସମ୍ମିଳନୀ

Posted On: 10 NOV 2020 6:33PM by PIB Bhubaneshwar

ଏସସିଓ ପରିଷଦର ରାଷ୍ଟ୍ରମୁଖ୍ୟମାନଙ୍କ ବିଂଶତମ ଶିଖର ସମ୍ମିଳନୀ ନଭେମ୍ବର 10, 2020ରେ (ଭିଡିଓ କନଫରେନ୍ସ ଜରିଆରେ) ଅନୁଷ୍ଠିତ ହୋଇଯାଇଛି ଏହି ବୈଠକରେ ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁତିନ ଅଧ୍ୟକ୍ଷତା କରିଥିଲେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ଭାରତୀୟ ପ୍ରତିନିଧିଦଳ ଏଥିରେ ଅଂଶଗ୍ରହଣ କରିଥିଲା ଅନ୍ୟ ଏସସିଓ ସଦସ୍ୟ ରାଷ୍ଟ୍ରଗୁଡ଼ିକ ସେମାନଙ୍କର ରାଷ୍ଟ୍ରପତିଙ୍କ ମାଧ୍ୟମରେ ପ୍ରତିନିଧିତ୍ୱ କରିଥିବା ବେଳେ ଭାରତ ପାକିସ୍ତାନ ସେମାନଙ୍କର ପ୍ରଧାନମନ୍ତ୍ରୀଙ୍କ ମାଧ୍ୟମରେ ପ୍ରତିନିଧିତ୍ୱ କରିଥିଲେ ଏଥିରେ ଏସସିଓ ସଚିବାଳୟର ମହାସଚିବ, ଏସସିଓ ଆନ୍ତଃ-ଆତଙ୍କବାଦୀ ଢାଞ୍ଚାର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ, ଏସସିଓର ଚାରି ପର୍ଯ୍ୟବେକ୍ଷକ ଦେଶ (ଆଫଗାନିସ୍ତାନ, ବେଲାରୁସ, ଇରାନ, ମଙ୍ଗୋଲିଆ) ରାଷ୍ଟ୍ରପତି ବୈଠକରେ ଯୋଗ ଦେଇଥିଲେ

ଭର୍ଚୁଆଲ ମାଧ୍ୟମରେ ଏହା ପ୍ରଥମ ଏସସିଓ ଶିଖର ସମ୍ମିଳନୀ ଏବଂ 2017ରେ ଭାରତ ଏହି ରାଷ୍ଟ୍ରଗୋଷ୍ଠୀର ପୂର୍ଣ୍ଣକାଳିନ ସଦସ୍ୟ ହେବା ପରେ ଏହା ତୃତୀୟ ସମ୍ମିଳନୀ ଏସସିଓ ନେତାମାନଙ୍କୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କୋଭିଡ-19 ମହାମାରୀ କାରଣରୁ ଦେଖାଦେଇଥିବା ଆହ୍ୱାନ ଏବଂ ପ୍ରତିକୂଳ ପରିସ୍ଥିତି ମଧ୍ୟରେ ଏହି ବୈଠକ ଆୟୋଜନ କରିବା ଲାଗି ରାଷ୍ଟ୍ରପତି ଭ୍ଲାଦିମିର ପୁତିନଙ୍କୁ ଅଭିନନ୍ଦନ ଜଣାଇଥିଲେ

ପ୍ରଧାନମନ୍ତ୍ରୀ ନିଜର ଉଦବୋଧନରେ କୋଭିଡ-19 ମହାମାରୀ ପରେ ବିଶ୍ୱରେ ସାମାଜିକ ଆର୍ଥିକ ବିଷମତାର ମୁକାବିଲା କରିବା ଲାଗି ତ୍ୱରିତ ପ୍ରଭାବ ସ୍ୱରୂପ ବହୁପକ୍ଷୀୟ ସୁଧାର ଆବଶ୍ୟକତା ଉପରେ ଆଲୋକପାତ କରିଥିଲେ ଭାରତ, ମିଳିତ ଜାତିସଂଘର ଅସ୍ଥାୟୀ ସଦସ୍ୟ ଭାବେ ଜାନୁଆରୀ ପହିଲା, 2021 ଠାରୁ ବୈଶ୍ୱିକ ପ୍ରଶାସନିକ ବ୍ୟବସ୍ଥାରେ ଆବଶ୍ୟକ ପରିବର୍ତ୍ତନ ନିମନ୍ତେବହୁପକ୍ଷୀୟ ସୁଧାରବିଷୟବସ୍ତୁ ଉପରେ ଧ୍ୟାନ କେନ୍ଦ୍ରିତ କରିବ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ

ପ୍ରଧାନମନ୍ତ୍ରୀ କ୍ଷେତ୍ରୀୟ ଶାନ୍ତି, ସୁରକ୍ଷା ଏବଂ ସମୃଦ୍ଧି ପ୍ରତି ଭାରତର ଦୃଢ଼ତାକୁ ପୁନଃ ଦୋହରାଇଥିଲେ ଏବଂ ଆତଙ୍କବାଦ, ଅସ୍ତ୍ରଶସ୍ତ୍ର ଏବଂ ନିଶାଦ୍ରବ୍ୟର ଅବୈଧ କାରବାର ତଥା ବେଆଇନ ଅର୍ଥ କାରବାର ଭଳି ଆହ୍ୱାନ ବିଷୟରେ ଉଲ୍ଲେଖ କରିଥିଲେ ସେ କହିଥିଲେ ଯେ ଭାରତର ସାହସୀ ସୈନିକ ମିଳିତ ଜାତିସଂଘର ପାଖାପାଖି 50ଟି ଶାନ୍ତି ମିଶନରେ ସାମିଲ ହୋଇସାରିଛନ୍ତି ଏବଂ ଭାରତର ଔଷଧ ଉଦ୍ୟୋଗ କୋଭିଡ-19 ସମୟରେ 150ରୁ ଅଧିକ ଦେଶକୁ ଆବଶ୍ୟକ ଔଷଧ ଯୋଗାଇ ଦେଉଛନ୍ତି

ପ୍ରଧାନମନ୍ତ୍ରୀ ଏସସିଓ ସଦସ୍ୟ ଦେଶ ଥିବା କ୍ଷେତ୍ରରେ ଭାରତର ମଜବୁତ ସାଂସ୍କୃତିକ ଐତିହାସିକ ସମ୍ପର୍କ ଉପରେ ରେଖାଙ୍କିତ କରିଥିଲେ ଏବଂ ଅନ୍ତର୍ଜାତୀୟ ଉତ୍ତର ଦକ୍ଷିଣ ପରିବହନ କରିଡର, ଚାବହାର ବନ୍ଦର ଏବଂ ଅଶଗାବାତ ବୁଝାମଣା ଭଳି କ୍ଷେତ୍ରରେ ଉନ୍ନତ ଯୋଗାଯୋଗ ସ୍ଥାପନ କରିବା ପ୍ରତି ଭାରତର ଦୃଢ଼ ପ୍ରତିବଦ୍ଧତାକୁ ଦୋହରାଇଥିଲେ ସେ ସଦସ୍ୟ ଦେଶଗୁଡ଼ିକୁ ଆଶ୍ୱାସନା ଦେଇଥିଲେ ଯେ 2021ରେ ଆୟୋଜିତ ହେବାକୁ ଥିବା ଏସିଓର ବିଂଶତମ ବର୍ଷ ପୂର୍ତ୍ତି ପ୍ରତି ଭାରତର ସମ୍ପୂର୍ଣ୍ଣ ସହଯୋଗ ରହିବ, ଯାହାର ବିଷୟବସ୍ତୁ ହେବଏସସିଓ ଇୟର ଅଫ କଲଚର ଏଥିସହିତ ସେ ଏସସିଓକୁ ନେଇ ଭାରତରେ କରାଯାଇଥିବା ପ୍ରୟାସ ବିଷୟରେ ମଧ୍ୟ ଉଲ୍ଲେଖ କରିଥିଲେ ଏଥିରେ ଭାରତର ଜାତୀୟ ସଂଗ୍ରହାଳୟ ପକ୍ଷରୁ ସହଭାଗୀ ବୌଦ୍ଧ ଐତିହ୍ୟ ଉପରେ ପ୍ରଥମ ପ୍ରଦର୍ଶନୀର ଆୟୋଜନ, ଆସନ୍ତାବର୍ଷ ଭାରତରେ ଏସସିଓ ଫୁଡ ଫେଷ୍ଟିଭାଷର ଆୟୋଜନ ଏବଂ ସାହିତ୍ୟିକ ପ୍ରୟାସ କ୍ରମରେ 10ଟି ସାହିତ୍ୟ କୃତିର ଚୀନ ରୁଷ ଭାଷାରେ ଅନୁବାଦ ଆଦି ସାମିଲ ରହିଛି

ପ୍ରଧାନମନ୍ତ୍ରୀ ଏସସିଓ ପରିଷର ପରବର୍ତ୍ତୀ ନିୟମିତ ବୈଠକ, ଯାହାକି 30 ନଭେମ୍ବର, 2020ରେ ଭର୍ଚୁଆଲ ସ୍ୱରୂପରେ ଆୟୋଜିତ ହେବ, ତାହାର ଆୟୋଜନ ନିମନ୍ତେ ଭାରତର ପ୍ରସ୍ତୁତି ଏବଂ ତତ୍ପରତାକୁ ବ୍ୟକ୍ତ କରିଥିଲେ ଭାରତ ସଦସ୍ୟ ରାଷ୍ଟ୍ରଗୁଡ଼ିକ ସମ୍ମୁଖରେ ନବୋନ୍ମେଷ ଏବଂ ଉଦ୍ୟୋଗ ଲାଗିବୈଶ୍ୱିକ କାର୍ଯ୍ୟ ଗୋଷ୍ଠୀଗଠନ ଏବଂ ପାରମ୍ପରିକ ଔଷଧ ଉପରେ ଏକ ଉପସମୂହ ଗଠନ ବିଷୟରେ ମଧ୍ୟ ପ୍ରସ୍ତାବ ଦେଇଥିଲା ମହାମାରୀ ପରବର୍ତ୍ତୀ ବିଶ୍ୱରେ ଭାରତର ବିଚାରଆତ୍ମନିର୍ଭର ଭାରତବିଷୟରେ ମଧ୍ୟ ପ୍ରଧାନମନ୍ତ୍ରୀ ଆଲୋଚନା କରିଥିଲେ ଏହା ବୈଶ୍ୱିକ ଅର୍ଥବ୍ୟବସ୍ଥା ଏବଂ ଏସସିଓ ଦେଶର ଅର୍ଥବ୍ୟବସ୍ଥାକୁ ସୁଦୃଢ଼ କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ତୁଲାଇ ପାରିବ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ

ପ୍ରଧାନମନ୍ତ୍ରୀ ତାଜିକିସ୍ତାନ ଗଣରାଜ୍ୟର ରାଷ୍ଟ୍ରପତି ଇମୋମାଲି ରହମାନଙ୍କୁ ଆସନ୍ତାବର୍ଷର ଏସସିଓ ଅଧ୍ୟକ୍ଷତା ପାଇଁ ଅଭିନନ୍ଦନ ଜଣାଇଥିଲେ ଏବଂ ଭାରତ ପକ୍ଷରୁ ସମ୍ପୂର୍ଣ୍ଣ ସହଯୋଗ ନିମନ୍ତେ ଆଶ୍ୱାସନା ଦେଇଥିଲେ

 

*******



(Release ID: 1671819) Visitor Counter : 245