ସ୍ୱାସ୍ଥ୍ୟ ଓ ପରିବାର ମନ୍ତ୍ରଣାଳୟ

37 ଦିନ ଧରି ଭାରତରେ ନୂଆ କରୋନା ମାମଲାକୁ ପଛରେ ପକାଇ ଚାଲିଛି ଆରୋଗ୍ୟ ସଂଖ୍ୟା

•ପଜିଟିଭିଟି ହାର ଏବଂ ଦୈନିକ ମୃତ୍ୟୁ ସଂଖ୍ୟା କ୍ରମାଗତ ଭାବେ ଖସିବାରେ ଲାଗିଛି

Posted On: 09 NOV 2020 11:00AM by PIB Bhubaneshwar

ଦ୍ୱିତୀୟ ଦିନ ପାଇଁ ଭାରତରେ ନୂଆ କରୋନା ମାମଲା ଗତ 24 ଘଣ୍ଟାରେ 50,000 ଡେଇଁ ନାହିଁ ଗତ 24 ଘଣ୍ଟା ମଧ୍ୟରେ ଦେଶରେ 45,903 ଲୋକ କୋଭିଡ-19 ପଜିଟିଭ ଚିହ୍ନଟ ହୋଇଛନ୍ତି ନୂଆ ଦୈନିକ ମାମଲା ସଂଖ୍ୟାରେ ହ୍ରାସ ଧାରା ଜାରି ରହିଛି କୋଭିଡ ନିୟମକୁ ଠିକ ଭାବେ ପାଳନ ପୂର୍ବକ ଜାରି ରହିଥିବା ଜନ ଆନ୍ଦୋଳନ ଏଥିରେ ସଫଳତା ଆଣିପାରିଛି

ଆଜକୁ 37 ଦିନ ପାଇଁ ନୂଆ କରୋନା ମାମଲା ସଂଖ୍ୟାକୁ ଆରୋଗ୍ୟ ସଂଖ୍ୟା ଅତିକ୍ରମ କରିଯାଇଛି ଗତ 24 ଘଣ୍ଟା ମଧ୍ୟରେ ଦେଶରେ 48,405 ଲୋକ କରୋନାରୁ ଆରୋଗ୍ୟ ଲାଭ କରିଛନ୍ତି

ଏଭଳି ଧାରା ବଳବତ୍ତର ରହିବା କାରଣରୁ ଭାରତର କରୋନା ସକ୍ରିୟ ରୋଗୀ ସଂଖ୍ୟା ମଧ୍ୟ ହ୍ରାସ ପାଇବାରେ ଲାଗିଛି ଏବେ ଏହି ସଂଖ୍ୟା 5.09 ଲକ୍ଷ ରହିଛି ମୋଟ କରୋନା ଆକ୍ରାନ୍ତ ସଂଖ୍ୟାର ଏହା 5.95% ରହିବା କାରଣରୁ ଭାରତର ସକ୍ରିୟ ରୋଗୀ ସଂଖ୍ୟା 5,09,673କୁ ହ୍ରାସ ପାଇଛି

କରୋନା ଆରୋଗ୍ୟ ହାର ଲଗାତର ଭାବେ ବୃଦ୍ଧି ପାଉଥିବାରୁ ନୂଆ ମାମଲା ସଂଖ୍ୟାଠାରୁ ସୁସ୍ଥ ସଂଖ୍ୟା ବୃଦ୍ଧି ପାଉଛି ଆରୋଗ୍ୟ ହାର ଏବେ 92.56% ରହିଛି କରୋନା ମହାମାରୀରୁ ସୁସ୍ଥ ହୋଇସାରିଥିବା ମୋଟ ଲୋକଙ୍କ ସଂଖ୍ୟା 79,17,373କୁ ବୃଦ୍ଧି ପାଇଛି ମୋଟ ଆରୋଗ୍ୟ ମାମଲା ଏବଂ ସକ୍ରିୟ ମାମଲା ମଧ୍ୟରେ ବ୍ୟବଧାନ ଏବେ 74,07,700ରେ ପହଞ୍ଚିଛି

ନୂଆ ମାମଲା ସଂଖ୍ୟା କମୁଥିବାରୁ ଭାରତର ପଜିଟିଭିଟି ହାର ମଧ୍ୟ ହ୍ରାସ ପାଇବାରେ ଲାଗିଛି ତଥାପି ଟେଷ୍ଟିଙ୍ଗ ଉପରେ କେନ୍ଦ୍ର ଏବଂ ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳ ସରକାରଙ୍କର ଗୁରୁତ୍ୱ ବଜାୟ ରହିଛି ଭାରତର ମୋଟ ପଜିଟିଭିଟି ହାର ଆଜି 7.19%କୁ ଖସିଛି

ଦିନକରେ ଆରୋଗ୍ୟ ଲାଭ କରିଥିବା ମୋଟ ଲୋକଙ୍କ ମଧ୍ୟରୁ 79% 10 ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳରୁ ରହିଛନ୍ତି

ଦୈନିକ ଆରୋଗ୍ୟ ସଂଖ୍ୟାରେ ସବୁଠାରୁ ଉପରେ ଥିବା ମହାରାଷ୍ଟ୍ରରେ ଗତ 24 ଘଣ୍ଟାରେ ସର୍ବାଧିକ 8,232 ଲୋକ କରୋନାରୁ ସୁସ୍ଥ ହୋଇଛନ୍ତି କେରଳରେ ନୂଆ ସୁସ୍ଥ ମାମଲା ସଂଖ୍ୟା 6,853 ହୋଇଥିବା ବେଳେ ଏହା ପଛକୁ ଥିବା ଦିଲ୍ଲୀରେ ଏହି ସଂଖ୍ୟା 6,069 ରହିଛି

ଦୈନିକ ନୂଆ ମାମଲା ସଂଖ୍ୟାର 79% 10 ରାଜ୍ୟ କେନ୍ଦ୍ରଶାସିତ ଅଞ୍ଚଳରୁ ରହିଛି

ଦୈନିକ ନୂଆ ମାମଲା ସଂଖ୍ୟାରେ ଦିଲ୍ଲୀ ଶୀର୍ଷରେ ରହିଛି ଗତ 24 ଘଣ୍ଟାରେ ଏଠାରେ 7,745 ନୂଆ ମାମଲା ଠାବ କରାଯାଇଛି ଦିଲ୍ଲୀ ପଛକୁ ମହାରାଷ୍ଟ୍ରରେ 5,585 ମାମଲା ଏବଂ କେରଳରେ 5,440 ମାମଲା ସାମ୍ନାକୁ ଆସିଛି

ଗତ 24 ଘଣ୍ଟାରେ ଦେଶରେ 490 ଲୋକ ପ୍ରାଣ ହରାଇଛନ୍ତି କରୋନା ମୃତ୍ୟୁ ସଂଖ୍ୟା କ୍ରମାଗତ ଭାବେ ହ୍ରାସ ପାଉଛି

ଦିନକରେ ପ୍ରାଣ ହରାଇଥିବା 490 ମାମଲା ମଧ୍ୟରୁ ପାଖାପାଖି 81% 10 ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳରୁ ରହିଛନ୍ତି ଗତ 24 ଘଣ୍ଟାରେ ହୋଇଥିବା ମୋଟ ମୃତ୍ୟୁର ଏକ ଚତୁର୍ଥାଂଶରୁ ଅଧିକ (25.51%) ମହାରାଷ୍ଟ୍ରରୁ ରହିଛନ୍ତି ରାଜ୍ୟରେ ଦିନକରେ 125 ଜଣଙ୍କ ମୃତ୍ୟୁ ଘଟିଛି ଏହା ପଛକୁ ଦିଲ୍ଲୀ ପଶ୍ଚିମବଙ୍ଗରେ ଯଥାକ୍ରମେ 77 59 ଜଣଙ୍କ ମୃତ୍ୟୁ ହୋଇଛି

**********



(Release ID: 1671499) Visitor Counter : 196