ପ୍ରତିରକ୍ଷା ମନ୍ତ୍ରଣାଳୟ
ଓଆରଓପି କାର୍ଯ୍ୟକାରୀ କରିବା ନିଷ୍ପତ୍ତିର ପାଞ୍ଚ ବର୍ଷ ପୂର୍ତ୍ତି
• 20,60,220 ପ୍ରତିରକ୍ଷା ବାହିନୀ ପେନସନଭୋଗୀ/ପରିବାର ପେନସନଭୋଗୀଙ୍କୁ 42740 କୋଟି ଆବଣ୍ଟନ
• ଓଡ଼ିଶାର 28,667 ପେନସନଭୋଗୀଙ୍କୁ 137.15 କୋଟି ଟଙ୍କା ପ୍ରଦାନ
Posted On:
06 NOV 2020 3:45PM by PIB Bhubaneshwar
ୱାନ ରେଙ୍କ ୱାନ ପେନସନ (ଓଆରଓପି) ଲାଗୁ କରିବା ଲାଗି ଭାରତ ସରକାର 7.11.2015ରେ ଏକ ନିର୍ଦ୍ଦେଶ ଜାରି କରିଥିଲେ । ଏହି ଲାଭ 01.07.2014ଠାରୁ କାର୍ଯ୍ୟକାରୀ ହୋଇଥଲା । ବିପୁଳ ଆର୍ଥିକ ବୋଝ ସତ୍ତ୍ୱେ ଅବସରପ୍ରାପ୍ତ ସେନା କର୍ମଚାରୀମାନଙ୍କର କଲ୍ୟାଣ ପ୍ରତି ରହିଥିବା ପ୍ରତିବଦ୍ଧତାକୁ ବ୍ୟକ୍ତ କରି ସରକାର ଏହାକୁ କାର୍ଯ୍ୟକାରୀ କରିଥିଲେ। 30.06.2014 ସୁଦ୍ଧା ଅବସର ଗ୍ରହଣ କରିଥିବା ସେନା କର୍ମଚାରୀମାନଙ୍କୁ ଏହି ନିର୍ଦ୍ଦେଶ ଅଧୀନରେ ସାମିଲ କରାଯାଇଥିଲା। ପ୍ରତିରକ୍ଷା ପେନସନର ପରିମାଣ ଏବଂ ଜଟିଳତାକୁ ଆଖି ଆଗରେ ରଖି ଓଆରଓପି କାର୍ଯ୍ୟକାରୀ କରିବା ପୂର୍ବରୁ ବିଶେଷଜ୍ଞ ଓ ପୂର୍ବତନ ସେନା କର୍ମଚାରୀମାନଙ୍କର ସହିତ ବ୍ୟାପକ ବିଚାରବିମର୍ଷ କରାଯାଇଥଲା।
ଅବସରପ୍ରାପ୍ତ ସେନା କର୍ମଚାରୀମାନେ ଦୀର୍ଘ 45 ବର୍ଷ ଧରି ଓଆରଓପିକୁ କାର୍ଯ୍ୟକାରୀ କରିବା ଲାଗି ଆନ୍ଦୋଳନ କରି ଆସୁଥିଲେ ମଧ୍ୟ 2015 ପୂର୍ବରୁ ଏହାକୁ କାର୍ଯ୍ୟକାରୀ କରାଯାଇନଥିଲା।
ଓଆରଓପିର ଅର୍ଥ ଅବସର ତାରିଖ ଯାହା ହେଉ ପଛେ ସମାନ ରେଙ୍କ ଏବଂ ସମାନ ଅବଧିର ସେବା ପାଇଁ ଅବସର ଗ୍ରହଣ କରୁଥିବା ସେନା କର୍ମଚାରୀମାନଙ୍କୁ ସମାନ ପେନସନ ପ୍ରଦାନ କରାଯିବ। ତେଣୁ, ବିଭିନ୍ନ ଅବଧି ଅନ୍ତରାଳରେ ବର୍ତ୍ତମାନ ଓ ପୂର୍ବରୁ ଅବସର ଗ୍ରହଣ କରିଥିବା କର୍ମଚାରୀଙ୍କ ପେନସନ ହାରରେ ରହିଥିବା ଶୂନ୍ୟସ୍ଥାନକୁ ପୂରଣ କରିବା ଓଆରଓପିର ଉଦ୍ଦେଶ୍ୟ।
ଓଆରଓପି ଲାଗୁ ହେବା ପରେ ଏରିଅର ଆକାରରେ 20,60,220 ପ୍ରତିରକ୍ଷା ପେନସନ/ପରିବାର ପେନସନଭୋଗୀମାନଙ୍କୁ 10795.4 କୋଟି ଟଙ୍କା ପ୍ରଦାନ କରାଯାଇ ସାରିଛି। ଓଆରଓପି ବାବଦ ଆବର୍ତ୍ତି ବ୍ୟୟ ପାଖାପାଖି 7123.38 କୋଟି ଟଙ୍କା ହୋଇଥିବା ବେଳେ 01.07.2014ରୁ ଆରମ୍ଭ ହୋଇଥିବା 6 ବର୍ଷ ଲାଗି ମୋଟ ଆବର୍ତ୍ତି ବ୍ୟୟ ପାଖାପାଖି 42740.28 କୋଟି ଟଙ୍କା ହେବ ବୋଲି ଅନୁମାନ କରାଯାଇଛି।
ଓଆରଓପି ପେନସନଭୋଗୀମାନେ 2.57 ଗୁଣନକାରକ ହାରରେ ହିସାବ କରି ସପ୍ତମ ବେତନ ଆୟୋଗଙ୍କ ସୁପାରିସ ଅନୁଯାୟୀ ପେନସନ ଲାଭ ପାଇପାରିବେ।
ଏହି ଅବଧି ମଧ୍ୟରେ ଓଡ଼ିଶା 28,667 ଜଣ ପେନସନଭୋଗୀଙ୍କୁ 137,15 କୋଟି ଟଙ୍କା ପ୍ରଦାନ କରାଯାଇଛି।
ଓଆରଓପି ଏରିଅର୍ସ ଆକାରରେ 11.10.2019 ସୁଦ୍ଧା ରାଜ୍ୟୱାରୀ ଜାରି କରାଯାଇଥିବା ତଥ୍ୟ।
କ୍ରଂସଂ.
|
ରାଜ୍ୟ/କେନ୍ଦ୍ରଶାସିତ ପ୍ରଦେଶର ନାମ
|
ଓଆରଓପି ହିତାଧିକାରୀଙ୍କ ସଂଖ୍ୟା
|
ଓଆରଓପି ଏରିୟର୍ସ ଆକାରରେ ଜାରି ହୋଇଥିବା ଅର୍ଥରାଶି (କୋଟିରେ)
|
1.
|
ଆଣ୍ଡାମାନ ଓ ନିକୋବାର
|
380
|
2.25
|
2.
|
ଆନ୍ଧ୍ରପ୍ରଦେଶ
|
47,191
|
259.64
|
3.
|
ଅରୁଣାଚଳ ପ୍ରଦେଶ
|
2,245
|
10.42
|
4.
|
ଆସାମ
|
35,246
|
164.14
|
5.
|
ବିହାର
|
73,757
|
350.96
|
6.
|
ଚଣ୍ଡିଗଡ଼
|
7,088
|
58.69
|
7.
|
ଛତିଶଗଡ଼
|
4,289
|
25.64
|
8.
|
ଦାଦ୍ରା ନଗର ହାଭେଳୀ
|
8
|
0.13
|
9.
|
ଡାମନ ଓ ଡିଉ
|
16
|
0.08
|
10.
|
ଦିଲ୍ଲୀ
|
46,626
|
445.11
|
11.
|
ଗୋଆ
|
988
|
7.87
|
12.
|
ଗୁଜରାଟ
|
17,797
|
88.79
|
13.
|
ହରିୟାଣା
|
1,84,126
|
909.28
|
14.
|
ହିମାଚଳ ପ୍ରଦେଶ
|
94,709
|
412.48
|
15.
|
ଜମ୍ମୁ ଓ କଶ୍ମୀର
|
62,160
|
293.4
|
16.
|
ଝାଡ଼ଖଣ୍ଡ
|
12,915
|
62.81
|
17.
|
କର୍ଣ୍ଣାଟକ
|
60,566
|
380.76
|
18.
|
କେରଳ
|
1,37,418
|
726.41
|
19.
|
ଲାକ୍ଷାଦୀପ
|
40
|
0.26
|
20.
|
ମଧ୍ୟପ୍ରଦେଶ
|
37,118
|
196.2
|
21.
|
ମହାରାଷ୍ଟ୍ର
|
1,30,158
|
775.47
|
22.
|
ମଣିପୁର
|
4,016
|
15.64
|
23.
|
ମେଘାଳୟ
|
1,991
|
9.71
|
24.
|
ମିଜୋରାମ
|
1,623
|
7.12
|
25.
|
ନାଗାଲାଣ୍ଡ
|
1,176
|
6.5
|
26.
|
ଓଡ଼ିଶା
|
28,667
|
137.15
|
27.
|
ପଣ୍ଡିଚେରୀ
|
1,463
|
8.64
|
28.
|
ପଞ୍ଜାବ
|
2,11,915
|
1095.44
|
29.
|
ରାଜସ୍ଥାନ
|
1,10,675
|
511.62
|
30.
|
ସିକିମ
|
789
|
3.63
|
31.
|
ତାମିଲନାଡ଼ୁ
|
1,16,627
|
628.77
|
32.
|
ତେଲଙ୍ଗାନା
|
17,811
|
112
|
33.
|
ତ୍ରିପୁରା
|
1,501
|
7.66
|
34.
|
ଉତ୍ତର ପ୍ରଦେଶ
|
2,28,326
|
1038.23
|
35.
|
ଉତ୍ତରାଖଣ୍ଡ
|
1,16,553
|
530.57
|
36.
|
ପଶ୍ଚିମବଙ୍ଗ
|
79,194
|
391.3
|
|
ମୋଟ
|
18,67,329
|
9,638.05
|
• ଉପରୋକ୍ତ ଦେଶବ୍ୟାପୀ ଦେୟ ବିବରଣୀରେ ନେପାଳୀ ପେନସନଭୋଗୀଙ୍କ ବିବରଣୀ ଅନ୍ତର୍ଭୂକ୍ତ କରାଯାଇ ନାହିଁ ।
**********
(Release ID: 1670759)