ସ୍ୱାସ୍ଥ୍ୟ ଓ ପରିବାର ମନ୍ତ୍ରଣାଳୟ

କ୍ରମାଗତ ଭାବେ ବିଗତ 5 ସପ୍ତାହରେ ସୁସ୍ଥଙ୍କ ସଂଖ୍ୟା ନୂତନ ମାମଲାଠାରୁ ଅଧିକ

● କରୋନା ସକ୍ରିୟ ମାମଲା ନିମ୍ନମୁଖୀ, ଆଜି ଏହା 5.2 ଲକ୍ଷରେ ପହଞ୍ଚିଛି

Posted On: 06 NOV 2020 11:19AM by PIB Bhubaneshwar

ଗତ 24 ଘଣ୍ଟା ମଧ୍ୟରେ ଦେଶରେ 50 ହଜାରରୁ କମ୍ ନୂଆ ପଜିଟିଭ୍ ମାମଲା ଆସିଥିବା ବେଳେ ନୂଆ ସୁସ୍ଥଙ୍କ ସଂଖ୍ୟା 54 ହଜାରକୁ ଅତିକ୍ରମ କରିଛି । ଗତ 5 ସପ୍ତାହ ଧରି ଦେଶରେ ପ୍ରତିଦିନ ସୁସ୍ଥ ହେଉଥିବା ଲୋକଙ୍କ ସଂଖ୍ୟା ଦୈନିକ ଆସୁଥିବା ନୂଆ ପଜିଟିଭ୍ ମାମଲାଠାରୁ ଅଧିକ ରହୁଛି ।

ଗତ 24 ଘଣ୍ଟା ମଧ୍ୟରେ ଦେଶରେ 54,157 ଜଣ କୋଭିଡ ଆକ୍ରାନ୍ତ ସୁସ୍ଥ ହୋଇ ଡିସଚାର୍ଜ ହୋଇଥିବା ବେଳେ ନୂଆ ପଜିଟିଭ୍ ମାମଲା 47,638 ରହିଛି ।

WhatsApp Image 2020-11-06 at 10.25.01 AM (1).jpeg

ଗତ 5 ସପ୍ତାହ ଧରି ଦୈନିକ ପଜିଟିଭ୍ ସଂଖ୍ୟା ହ୍ରାସ ପାଇବାରେ ଲାଗିଛି । ଅକ୍ଟୋବର ପ୍ରଥମ ସପ୍ତାହରେ ଦୈନିକ 73 ହଜାରରୁ ଅଧିକ ପଜିଟିଭ୍ ମାମଲା ଆସୁଥିବା ବେଳେ ଏବେ ଦୈନିକ ହାରାହାରି ପଜିଟିଭ୍ ମାମଲା 46 ହଜାରକୁ ହ୍ରାସ ପାଇଛି ।

WhatsApp Image 2020-11-06 at 10.30.16 AM.jpeg

ଦୈନିକ ସୁସ୍ଥଙ୍କ ସଂଖ୍ୟା ବୃଦ୍ଧି ପାଉଥିବାରୁ କରୋନା ସକ୍ରିୟ ମାମଲା ମଧ୍ୟ ହ୍ରାସ ପାଇବାରେ ଲାଗିଛି । ଆଜି ସକ୍ରିୟ ମାମଲାର ସଂଖ୍ୟା ରହିଛି 5,20,773 । ଏବେ ଦେଶର ମୋଟ ପଜିଟିଭ୍ ମାମଲାର ମାତ୍ର 6.19% ରହିଛି ସକ୍ରିୟ ମାମଲା ।

WhatsApp Image 2020-11-06 at 10.25.00 AM (1).jpeg

ଦୈନିକ ସୁସ୍ଥଙ୍କ ସଂଖ୍ୟା ବୃଦ୍ଧି ପାଉଥିବାର ଫଳସ୍ୱରୂପ କରୋନା ସକ୍ରିୟ ମାମଲା ହ୍ରାସ ପାଉଛି । ଦେଶରେ ଏବେ ମୋଟ ସୁସ୍ଥଙ୍କ ସଂଖ୍ୟା 77,65,966ରେ ପହଞ୍ଚିଛି । ସୁସ୍ଥଙ୍କ ସଂଖ୍ୟା ଓ ସକ୍ରିୟ ମାମଲା ମଧ୍ୟରେ ପାର୍ଥକ୍ୟ 72.5ଲକ୍ଷ (72,45,193) ପାଖାପାଖି ପହଞ୍ଚିଛି । ଜାତୀୟ ସୁସ୍ଥତା ହାର ଇତି ମଧ୍ୟରେ 92.32%କୁ ବୃଦ୍ଧି ପାଇଛି ।

ନୂଆ ସୁସ୍ଥଙ୍କ ମଧ୍ୟରେ 80% ଆସିଛି 10 ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳରୁ ।

ମହାରାଷ୍ଟ୍ରରେ ଗୋଟିଏ ଦିନରେ ସର୍ବାଧିକ 11 ହଜାରରୁ ଅଧିକ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ।

WhatsApp Image 2020-11-06 at 10.25.00 AM.jpeg

ନୂଆ ପଜିଟିଭ୍ ମାମଲାରୁ 79% ଆସିଛି 10ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳରୁ ।

ମହାରାଷ୍ଟ୍ରରେ ଗୋଟିଏ ଦିନରେ 10 ହଜାରରୁ ଅଧିକ ନୂଆ ପଜିଟିଭ୍ ମାମଲା ଆସିଥିବା ବେଳେ ଏହା ପଛକୁ କେରଳରୁ 9 ହଜାରରୁ ଅଧିକ ମାମଲା ଆସିଛି ।

WhatsApp Image 2020-10-18 at 10.02.39 AM.jpeg

ଗତ 24 ଘଣ୍ଟା ମଧ୍ୟରେ ଦେଶରେ 670 ମୃତ୍ୟୁ ହୋଇଛି ।

ଏଥିରୁ ପ୍ରାୟ 86% 10 ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳରୁ ଆସିଛି । ନୂଆ ମୃତ୍ୟୁ ମାମଲାରୁ 38% ମହାରାଷ୍ଟ୍ର (256 ମୃତ୍ୟୁ)ରେ ହୋଇଥିବା ବେଳେ ଏହା ପଛକୁ ଦିଲ୍ଲୀରେ 66 ଜଣଙ୍କ ମୃତ୍ୟୁ ହୋଇଛି ।

WhatsApp Image 2020-11-06 at 10.24.59 AM.jpeg

 

**********

 

 



(Release ID: 1670750) Visitor Counter : 179