କ୍ୟାବିନେଟ

ଭାରତ ଓ ବ୍ରିଟେନ ମଧ୍ୟରେ ଦୂରସଞ୍ଚାର, ସୂଚନା ଏବଂ ଦୂରସଞ୍ଚାର ବୈଷୟିକ ଜ୍ଞାନ (ଆଇସିଟି) ସଂକ୍ରାନ୍ତ ବୁଝାମଣାପତ୍ର ସ୍ଵାକ୍ଷରକୁ କ୍ୟାବିନେଟର ଅନୁମୋଦନ

ପୋଷ୍ଟ କରାଯିବା ଦିନାଙ୍କ: 04 NOV 2020 3:35PM by PIB Bhubaneswar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ବୈଠକରେ ଭାରତ ଓ ବ୍ରିଟେନ ମଧ୍ୟରେ ଦୂରସଞ୍ଚାର ଓ ଆଇସିଟି ସଂକ୍ରାନ୍ତ ରାଜିନାମାକୁ ଅନୁମୋଦନ କରିଛନ୍ତି । କେନ୍ଦ୍ର ଦୂରସଞ୍ଚାର ମନ୍ତ୍ରଣାଳୟ ଏବଂ ଯୁକ୍ତରାଜ୍ୟ ସରକାରଙ୍କ ଡିଜିଟାଲ ସାଂସ୍କୃତିକ ଗଣମାଧ୍ୟମ ଏବଂ କ୍ରୀଡା ବିଭାଗ (ଡିସିଏମଏସ) ମଧ୍ୟରେ ଏହି ରାଜିନାମା ସ୍ଵାକ୍ଷରିତ ହୋଇଛି । ଦୂରସଞ୍ଚାର ଓ ଆଇସିଟି କ୍ଷେତ୍ରରେ ଏହି ରାଜିନାମା ଯୋଗୁଁ ଦ୍ଵିପାକ୍ଷିକ ସହଯୋଗ ଓ ବୁଝାମଣା ବୃଦ୍ଧି ପାଇବ । ନିମ୍ନୋକ୍ତ ସମାନ ସ୍ଵାର୍ଥ ଥିବା ବିଷୟ ଉପରେ ଉଭୟ ଦେଶ ସହଯୋଗ ରକ୍ଷା କରିବେ ।

(1)     ଦୂରସଞ୍ଚାର / ଆଇସିଟି ନୀତି ଏବଂ ନିଯନ୍ତ୍ରଣ

(2)     ସ୍ପେକ୍ଟ୍ରମ ପରିଚାଳନା

(3)     ମୋବାଇଲ ରୋମିଙ୍ଗ ସମେତ ଦୂରସଞ୍ଚାର ଯୋଗାଯୋଗ

(4)     ଦୂରସଞ୍ଚାର / ଆଇସିଟି ବୈଷୟିକ ମାନକ, ପରୀକ୍ଷା ଏବଂ ପ୍ରମାଣନ 

(5)     ବେତାର ଯୋଗାଯୋଗ

(6)     5ଜି, ଇଣ୍ଟରନେଟ ଅଫ ଥିଙ୍ଗସ/ ମେସିନ ଟୁ ମେସିନ ଇଣ୍ଟରନେଟ, କ୍ଲାଉଡ କମ୍ପ୍ୟୁଟିଙ୍ଗ, ବିଗ ଡାଟା ଇତ୍ୟାଦି କ୍ଷେତ୍ରରେ ଦୂରସଞ୍ଚାର / ଆଇସିଟି ବୈଷୟିକ ବିକାଶ

(7)     ଦୂରସଞ୍ଚାର ଭିତ୍ତିଭୂମିର ସୁରକ୍ଷା ଏବଂ ଦୂରସଞ୍ଚାର ସେବାର ବ୍ୟବହାରିକ ସୁରକ୍ଷା 

(8)     ଉଚ୍ଚ ବୈଷୟିକ ଜ୍ଞାନ ବୃଦ୍ଧି ଏବଂ ଆବଶ୍ୟକସ୍ଥଳେ ବିଶେଷଜ୍ଞତାର ବିନିମୟ

(9)     କ୍ରମବର୍ଦ୍ଧିଷ୍ଣୁ ବୈଷୟିକ ଜ୍ଞାନ ବିକାଶ ଓ ଉଦ୍ଭାବନ କ୍ଷେତ୍ରରେ ଗବେଷଣା ଓ ବିକାଶ ସମ୍ପର୍କୀୟ ସମନ୍ଵୟ

(10)   ଦୂରସଞ୍ଚାର ଓ ଆଇସିଟି କ୍ଷେତ୍ରରେ ଅନୁବନ୍ଧିତ ତୃତୀୟ ରାଷ୍ଟ୍ରମାନଙ୍କ ସହ କାର୍ଯ୍ୟ କରିବାର ସୁଯୋଗ

(11)   ବାଣିଜ୍ୟ, ପୁଞ୍ଜି ବିନିଯୋଗ ଏବଂ ବୈଷୟିକ କାର୍ଯ୍ୟକଳାପରେ ଦୂରସଞ୍ଚାର / ଆଇସିଟି ଶିଳ୍ପର ପ୍ରତିନିଧିମାନଙ୍କ ପରିଦର୍ଶନ ଓ ପ୍ରଦର୍ଶନୀ ଇତ୍ୟାଦି  

(12)   ଉଭୟ ପକ୍ଷର ସହମତି ଭିତ୍ତିରେ ଦୂରସଞ୍ଚାର / ଆଇସିଟି କ୍ଷେତ୍ରରେ ଅନ୍ୟାନ୍ୟ ସହଯୋଗ

**********

 


(ରିଲିଜ ଆଡି: 1670194) ପରିଦର୍ଶକ କାଉଣ୍ଟର : 329