ଶକ୍ତି ମନ୍ତ୍ରଣାଳୟ

1810 କୋଟି ଟଙ୍କା ବ୍ୟୟରେ 210 ମେଗାୱାଟ ଯୁକ୍ତ ଲୁହରି ପ୍ରଥମ ପର୍ଯ୍ୟାୟ ଜଳବିଦ୍ୟୁତ ପ୍ରକଳ୍ପକୁ କ୍ୟାବିନେଟର ମଞ୍ଜୁରି

Posted On: 04 NOV 2020 3:35PM by PIB Bhubaneshwar

ହିମାଚଳ ପ୍ରଦେଶର କୁଲୁ ଜିଲ୍ଲାରେ ସତଲେଜ ନଦୀର 210 ମେଗାୱାଟ କ୍ଷମତା ସମ୍ପନ୍ନ ଲୁହରି ଜଳବିଦ୍ୟୁତ ପ୍ରକଳ୍ପ ପ୍ରଥମ ପର୍ଯ୍ୟାୟକୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ସଂକ୍ରାନ୍ତ ଆର୍ଥିକ ବ୍ୟାପାର କମିଟି ଅନୁମୋଦନ କରିଛନ୍ତି 1810.56 କୋଟି ଟଙ୍କା ବ୍ୟୟରେ ନିର୍ମିତ ହେବାକୁ ଥିବା ଏହି ପ୍ରକଳ୍ପରୁ ବାର୍ଷିକ 758.20 ନିୟୁତ ୟୁନିଟ ବିଦ୍ୟୁତ ଉପଲବ୍ଧ ହେବ

ସତଲେଜ ଜଳବିଦ୍ୟୁତ ନିଗମ ଲିମିଟେଡ (ଏସଜେଭିଏନଏଲ) ଦ୍ଵାରା ସ୍ଵୟଂ ନିର୍ମାଣ କାର୍ଯ୍ୟକ୍ଷମ ରକ୍ଷଣାବେକ୍ଷଣ (ବିଓଓଏମ) ଭିତ୍ତିରେ ତ୍ୱରାନ୍ୱିତ ହେଉଥିବା ଏହି ପ୍ରକଳ୍ପକୁ ଉଭୟ କେନ୍ଦ୍ର ରାଜ୍ୟ ସରକାର ସକ୍ରିୟ ସହାୟତା ଯୋଗାଇ ଦେଉଛନ୍ତି ଏଥିନିମନ୍ତେ ହିମାଚଳ ଉତଥାନ ବୈଶ୍ଵିକ ପୁଞ୍ଜି ବିନିଯୋଗ ସମ୍ମିଳନୀରେ ହିମାଚଳ ପ୍ରଦେଶ ସରକାରଙ୍କ ସହ ବୁଝାମଣାପତ୍ର ସ୍ଵାକ୍ଷରିତ ହୋଇଥିଲା ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ 2009 ନଭେମ୍ବର 7ରେ ଏହାର ଉଦଘାଟନ କରିଥିଲେ ଭାରତ ସରକାର ମଧ୍ୟ ଏହି ପ୍ରକଳ୍ପ ନିମନ୍ତେ 66.19 କୋଟି ଟଙ୍କା ମଞ୍ଜୁର କରିଥିଲେ ଏହା ଭିତ୍ତିଭୂମି ବିକାଶରେ ସହାୟକ ହେବା ସହ ବିଦ୍ୟୁତ ଶୁଳ୍କ ହ୍ରାସ କରିବାରେ ମଧ୍ୟ ସାହାଯ୍ୟ କରିଛି

62 ମାସ ମଧ୍ୟରେ ଏହି ଲୁହୁରି ଜଳବିଦ୍ୟୁତ ପ୍ରକଳ୍ପର ପ୍ରଥମ ପର୍ଯ୍ୟାୟ କାର୍ଯ୍ୟକ୍ଷମ ହେବ ଏହି ପ୍ରକଳ୍ପରୁ ମିଳିବାକୁ ଥିବା ବିଦ୍ୟୁତ ଶକ୍ତି ଯୋଗୁଁ ଗ୍ରୀଡ ମଜବୁତ ହେବା ସହ ବିଦ୍ୟୁତ ଯୋଗାଣ ସ୍ଥିତିରେ ମଧ୍ୟ ଉନ୍ନତି ଘଟିବ   ଅକ୍ଷୟ ଶକ୍ତି ପ୍ରଦାନ ସ୍ୱରୂପ ଏହି ପ୍ରକଳ୍ପ ବାର୍ଷିକ 6.1 ଲକ୍ଷ ଟନ ଅଙ୍ଗାରକାମ୍ଳ ନିର୍ଗମନ ରୋକି ବାୟୁମଣ୍ଡରେ ଶୁଦ୍ଧତା ଆଣିବ

ଏହି ପ୍ରକଳ୍ପ ନିର୍ମାଣ ଫଳରେ ପ୍ରତ୍ୟକ୍ଷ ପରୋକ୍ଷ ଭାବେ 2000 ଲୋକ ନିଯୁକ୍ତି ପାଇବା ସହ ଏହା ଆର୍ଥିକ ସାମାଜିକ ବିକାଶରେ ମଧ୍ୟ ସହାୟକ ହେବ ଏତଦବ୍ୟତୀତ ହିମାଚଳ ପ୍ରଦେଶ ଲୁହୁରି ଜଳବିଦ୍ୟୁତ ପ୍ରକଳ୍ପର ପ୍ରଥମ ପର୍ଯ୍ୟାୟରୁ ପ୍ରାୟ 1140 କୋଟି ଟଙ୍କାର ବିଦ୍ୟୁତ ଶକ୍ତି 40 ବର୍ଷ ପର୍ଯ୍ୟନ୍ତ ପାଇବ ପ୍ରକଳ୍ପ ଯୋଗୁଁ କ୍ଷତିଗ୍ରସ୍ତ ପରିବାରମାନେ ମାସକୁ 100 ୟୁନିଟ ହିସାବରେ 10 ବର୍ଷ ପର୍ଯ୍ୟନ୍ତ ମାଗଣା ବିଦ୍ୟୁତ ଶକ୍ତି ପାଇବେ ଏସଜେଭିଏନଏଲ ଅକ୍ଷୟଶକ୍ତି, ବିଦ୍ୟୁତ ସରବରାହ ତାପଜ ବିଦ୍ୟୁତ କ୍ଷେତ୍ରରେ ନିଯୋଜିତ ହେବ ଏହିସବୁ ସୂତ୍ରରୁ ସଂସ୍ଥା 2023 ସୁଦ୍ଧା 5000, 2030 ସୁଦ୍ଧା 12000 2040 ସୁଦ୍ଧା 25000 ମେଗାୱାଟ ନିଜସ୍ୱ ଶକ୍ତି ଉତ୍ପାଦନ ଲକ୍ଷ୍ୟ ଧାର୍ଯ୍ୟ କରିଛି

**********

 



(Release ID: 1670182) Visitor Counter : 208