ସ୍ୱାସ୍ଥ୍ୟ ଓ ପରିବାର ମନ୍ତ୍ରଣାଳୟ

ଭାରତରେ କ୍ରମାଗତ ଭାବେ କରୋନା ସକ୍ରିୟ ମାମଲା ହ୍ରାସ ପାଇବାରେ ଲାଗିଛି

● କ୍ରମାଗତ ଷଷ୍ଠ ଦିନରେ ସକ୍ରିୟ ମାମଲା 6 ଲକ୍ଷ ତଳେ
● ସୁସ୍ଥତା ହାର 92 ପ୍ରତିଶତ ଅତିକ୍ରମ କଲା

Posted On: 04 NOV 2020 12:47PM by PIB Bhubaneshwar

ଭାରତରେ ପ୍ରତିଦିନ କୋଭିଡ ଆକ୍ରାନ୍ତମାନେ ଅଧିକରୁ ଅଧିକ ସୁସ୍ଥ ହେଉଥିବାରୁ ଏବଂ ମୃତ୍ୟୁହାର ହ୍ରାସ ପାଉଥିବାରୁ ସକ୍ରିୟ ମାମଲାର ନିମ୍ନମୁଖୀ ଧାରା ମଧ୍ୟ ଜାରି ରହିଛି କ୍ରମାଗତ ଷଷ୍ଠ ଦିନରେ ଦେଶରେ କରୋନା ସକ୍ରିୟ ମାମଲା 6 ଲକ୍ଷ ତଳେ ରହିଛି

ଭାରତରେ କରୋନା ସକ୍ରିୟ ମାମଲା ଆଜି ରହିଛି 5,33,787

ଆଜି ଦେଶର ମୋଟ କରୋନା ପଜିଟିଭ୍ ମାମଲାର ମାତ୍ର 6.42% ସକ୍ରିୟ ମାମଲା ରହିଛି

ପ୍ରତି ଦଶ ଲକ୍ଷ ଲୋକରେ ପଜିଟିଭ୍ ମାମଲା କ୍ଷେତ୍ରରେ ଜାତୀୟ ହାରଠାରୁ 16ଟି ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳ ତଳେ ରହିଛନ୍ତି

WhatsApp Image 2020-11-04 at 10.22.47 AM.jpeg

ଦେଶରେ ମୋଟ ସୁସ୍ଥଙ୍କ ସଂଖ୍ୟା 76.5 ଲକ୍ଷରୁ ଅଧିକ (76,56,478) ହୋଇଥିବାରୁ ସକ୍ରିୟ ମାମଲା ସହ ଏହାର ପାର୍ଥକ୍ୟ ବୃଦ୍ଧି ପାଇଛି ଅନ୍ୟ ଏକ ଉଲ୍ଲେଖନୀୟ ସଫଳତା ଭାବେ ଜାତୀୟ ସୁସ୍ଥତା ହାର 92% (92.09%)କୁ ଟପି ଯାଇଛି

ଗତ 24 ଘଣ୍ଟା ମଧ୍ୟରେ 53,357 ଜଣ ସୁସ୍ଥ ହୋଇଥିବା ବେଳେ 46,253ଟି ନୂଆ ପଜିଟିଭ୍ ମାମଲା ସାମନାକୁ ଆସିଛି

WhatsApp Image 2020-11-04 at 10.43.04 AM.jpeg

ଜାତୀୟ ହାରଠାରୁ ଉପରେ ଅଛନ୍ତି 17ଟି ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳ

WhatsApp Image 2020-11-04 at 10.43.14 AM.jpeg

ଦେଶରେ କରୋନା ନମୁନା ପରୀକ୍ଷା କ୍ଷମତା ବୃଦ୍ଧି ପାଇପାରିଛି ଆଜି ମୋଟ ନମୁନା ପରୀକ୍ଷା 11.3 କୋଟି (11,29,98,959)ରେ ପହଞ୍ଚିଛି ଗତ 24 ଘଣ୍ଟା ମଧ୍ୟରେ 12,09,609 ନମୁନା ପରୀକ୍ଷା ହୋଇଛି

25ଟି ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳ ପ୍ରତି ଦଶ ଲକ୍ଷରେ ଟେଷ୍ଟିଂ କ୍ଷେତ୍ରରେ ଜାତୀୟ ହାରଠାରୁ ଉଚ୍ଚରେ ଅଛନ୍ତି

WhatsApp Image 2020-11-04 at 10.43.13 AM.jpeg

ନୂଆ ସୁସ୍ଥଙ୍କ ମଧ୍ୟରେ 80% ଆସିଛନ୍ତି 10ଟି ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳରୁ

ଗୋଟିଏ ଦିନରେ କେରଳରେ ସର୍ବାଧିକ 8 ହଜାର ସୁସ୍ଥ ହୋଇଥିବା ବେଳେ ଏହା ପଛକୁ କର୍ଣ୍ଣାଟକରେ 7 ହଜାର ସୁସ୍ଥ ହୋଇଛନ୍ତି

WhatsApp Image 2020-11-04 at 10.43.03 AM.jpeg

ନୂଆ ପଜିଟିଭ୍ ମାମଲାରୁ 70% ଆସିଛି 10ଟି ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳରୁ

କେରଳ ଦିଲ୍ଲୀରୁ ଦିନକରେ 6 ହଜାରରୁ ଅଧିକ ଲେଖାଏଁ ମାମଲା ଆସିଛି ଏହା ପଛକୁ ମହାରାଷ୍ଟ୍ରରେ 4 ହଜାର ନୂଆ ମାମଲା ଆସିଛି

WhatsApp Image 2020-11-04 at 10.43.01 AM.jpeg

ଗତ 24 ଘଣ୍ଟା ମଧ୍ୟରେ ଦେଶରେ 514 ଜଣଙ୍କ ମୃତ୍ୟୁ ହୋଇଛି ଏଥିରୁ 80% କେବଳ ଆସିଛି 10ଟି ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳରୁ ମହାରାଷ୍ଟ୍ରରେ ଦିନକରେ ସର୍ବାଧିକ ମୃତ୍ୟୁ ହୋଇଛି (120 ମୃତ୍ୟୁ)

ଭାରତରେ ମୃତ୍ୟୁ ହାର ଏବେ ରହିଛି 1.49%

WhatsApp Image 2020-11-04 at 10.43.02 AM.jpeg

ପ୍ରତି ଦଶ ଲକ୍ଷ ଲୋକରେ ମୃତ୍ୟୁ କ୍ଷେତ୍ରରେ 21ଟି ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳ ଜାତୀୟ ହାରଠାରୁ ତଳେ ରହିଛନ୍ତି

WhatsApp Image 2020-11-04 at 10.43.09 AM.jpeg

**********

 



(Release ID: 1670168) Visitor Counter : 236