ଖାଉଟି ବ୍ୟାପାର, ଖାଦ୍ୟ ଓ ସାଧାରଣ ବଣ୍ଟନ ମନ୍ତ୍ରଣାଳୟ

ଚାଉଳକୁ ପୋଷଣଯୁକ୍ତ କରିବା ଏବଂ ସାଧାରଣ ବଣ୍ଟନ ପ୍ରଣାଳୀ ମାଧ୍ୟମରେ ଏହାର ବିତରଣକୁ ମଜଭୁତ କରିବା ଲାଗି କେନ୍ଦ୍ର ସରକାରଙ୍କ ଦ୍ୱାରା ପ୍ରାୟୋଜିତ ପାଇଲଟ ଯୋଜନା ଲାଗୁ କିରିବା ନିମନ୍ତେ 15 ରାଜ୍ୟ ଚିହ୍ନଟ

• ମୋଟ 174.6 କୋଟି ଟଙ୍କା ଆବଣ୍ଟନ ସହିତ ଏହି ପାଇଲଟ ଯୋଜନାକୁ 2019 –2020ରୁ ତିନିବର୍ଷ ଅବଧି ପାଇଁ କେନ୍ଦ୍ର ସରକାରଙ୍କ ମଞ୍ଜୁରି
• ଦେଶର 112ଟି ବିଶେଷ ଭାବେ ଚିହ୍ନିତ ମହାତ୍ତ୍ୱାକାଂକ୍ଷୀ ଜିଲ୍ଲାକୁ ପୋଷଣଯୁକ୍ତ ଚାଉଳ ଯୋଗାଣ ନିମନ୍ତେ ଚିହ୍ନିତ

Posted On: 03 NOV 2020 11:28AM by PIB Bhubaneshwar

ଦେଶରେ ପୋଷଣ ସୁରକ୍ଷାକୁ ଅଧିକ ବ୍ୟବହାରିକ ରୂପ ପ୍ରଦାନ ନିମନ୍ତେ କାର୍ଯ୍ୟପନ୍ଥା ଗ୍ରହଣ ସ୍ୱରୂପ ଖାଦ୍ୟ ଓ ସାଧାରଣ ବଣ୍ଟନ ବିଭାଗ ‘ଚାଉଳକୁ ପୋଷଣଯୁକ୍ତ କରିବା ଏବଂ ସାଧାରଣ ବଣ୍ଟନ ପ୍ରଣାଳୀ ମାଧ୍ୟମରେ ଏହାର ବିତରଣ ନିମନ୍ତେ କେନ୍ଦ୍ର ପ୍ରାୟୋଜିତ ପାଇଲଟ ପରିଯୋଜନା’ ଲାଗୁ କରିବା ସକାଶେ ସରକାରସ୍ଥିର କରିଛନ୍ତି । ଏହି ପାଇଲଟ ଯୋଜନା 2019–20 ଆର୍ଥିକ ବର୍ଷରୁ ଆରମ୍ଭ ହୋଇ ଆଗାମୀ ତିନିବର୍ଷ ପର୍ଯ୍ୟନ୍ତ ଚାଲିବ ଏବଂ ସେଥିପାଇଁ ଏହାକୁ ମଞ୍ଜୁରି ପ୍ରଦାନ କରାଯାଇଛି । ଏହି ପାଇଲଟ ଯୋଜନା ନିମନ୍ତେ ସରକାର 174.6 କୋଟି ଟଙ୍କାର ମୋଟ ବଜେଟ ରାଶି ଆବଣ୍ଟନ କରିଛନ୍ତି । ଏହି ପାଇଲଟ ଯୋଜନା ଲାଗୁ କରିବା ସକାଶେ 15ଟି ରାଜ୍ୟ ସରକାର ନିଜ ନିଜ ଜିଲ୍ଲା (ପ୍ରତି ରାଜ୍ୟ ଗୋଟିଏ ଲେଖାଏଁ ଜିଲ୍ଲା)କୁ ଚିହ୍ନଟ କରିଛନ୍ତି । ଆନ୍ଧ୍ର ପ୍ରଦେଶ, ଗୁଜରାଟ, ମହାରାଷ୍ଟ୍ର, ତାମିଲନାଡ଼ୁ ଏବଂ ଛତିଶଗଡ଼- ଏହି ପାଞ୍ଚଟି ରାଜ୍ୟ ପ୍ରଥମରୁ ନିଜ ନିଜ ଜିଲ୍ଲାଗୁଡ଼ିକରେ ଏଭଳି ପୋଷଣଯୁକ୍ତ ଚାଉଳ ବଣ୍ଟନ ଆରମ୍ଭ କରିସାରିଛନ୍ତି ।

ଏହି ପରିପ୍ରେକ୍ଷୀରେ, କେନ୍ଦ୍ର ଖାଦ୍ୟ ଓ ଉପଭୋକ୍ତା ବ୍ୟାପାର, ରେଳବାଇ, ବାଣିଜ୍ୟ ଏବଂ ଉଦ୍ୟୋଗ ମନ୍ତ୍ରୀ ଶ୍ରୀ ପୀୟୂଷ ଗୋୟଲ 31.10.2020 ତାରିଖ ଦିନ ହୋଇଥିବା ଏକ ସମୀକ୍ଷା ବୈଠକରେ ଦେଶରେ ଏହି ପୋଷଣଯୁକ୍ତ ଚାଉଳ ବଣ୍ଟନ ବୃଦ୍ଧି ଉପରେ ଗୁରୁତ୍ୱ ଆରୋପ କରିଥିଲେ । 02.11.2020 ତାରିଖ ଦିନ ଅନୁଷ୍ଠିତ ଅନ୍ୟ ଏକ ସମୀକ୍ଷା ବୈଠକରେ ଖାଦ୍ୟ ଏବଂ ସାଧାରଣ ବିତରଣ ବିଭାଗର ସଚିବ ଅଧ୍ୟକ୍ଷତା କରିଥିଲେ ଏବଂ ସେଥିରେ ଭାରତୀୟ ଖାଦ୍ୟ ନିଗମ (ଏଫସିଆଇ) ମାଧ୍ୟମରେ ଦେଶର ସମସ୍ତ ଜିଲ୍ଲାରେ ଏଭଳି ପୋଷଣଯୁକ୍ତ ଚାଉଳ କ୍ରୟ ଓ ଏହାର ବିତରଣ ସମ୍ପର୍କୀତ ଏକ ସମନ୍ୱିତ ଯୋଜନା ପ୍ରସ୍ତୁତ କରିବା ଉପରେ ଆଲୋକପାତ କରାଯାଇଥିଲା । ଏଫସିଆଇ ଏହି ଯୋଜନାକୁ 2021-22 ପାଇଁ ସମନ୍ୱିତ ବାଳ ବିକାଶ ସେବାମାନ (ଆଇସିଡ଼ିଏସ) ଏବଂ ମିଡ଼୍‌ ଡ଼େ ମିଲ୍‌ (ଏମଡ଼ିଏମ) ଯୋଜନାଗୁଡ଼ିକ ଅଧୀନରେ ପ୍ରସ୍ତୁତ କରାଯିବାକୁ ସିଦ୍ଧାନ୍ତ ଗ୍ରହଣ କରାଯାଇଛି । ଏହାର ବିଶେଷ ଧ୍ୟାନ ଦେଶର 112ଟି ବିଶେଷ ଭାବେ ଚିହ୍ନିତ ମହତ୍ତ୍ୱାକାଂକ୍ଷୀ ଜିଲ୍ଲାରେ ପୋଷଣଯୁକ୍ତ ଚାଉଳ ବିତରଣ ଉପରେ ପ୍ରଦାନ କରାଯିବ ।

ଏହି ପ୍ରସଙ୍ଗରେ ନୀତି ଆୟୋଗର ସିଇଓ ସହିତ ଖାଦ୍ୟ ଏବଂ ସାଧାରଣ ବଣ୍ଟନ ବିଭାଗର ସଚିବ, ଏଫଏସଏସଏଆଇର ସିଇଓ ତଥା ଅନ୍ୟ ଭାଗିଦାରୀ ସଂସ୍ଥା ଯେପରି ଟାଟା ଟ୍ରଷ୍ଟ, ବିଶ୍ୱ ଖାଦ୍ୟ କାର୍ଯ୍ୟକ୍ରମ, ପାଥ୍‌, ନ୍ୟୁଟ୍ରିସନ ଇଣ୍ଡରନ୍ୟାସନାଲ ଆଦିଙ୍କୁ ଚାଉଳକୁ ପୋଷଣଯୁକ୍ତି କରିବା ଭଳି ଯୋଜନାର ପ୍ରଗତି ଏବଂ ଏହାର ବୃଦ୍ଧି ସମ୍ଭାବନା ଉପରେ ଚର୍ଚ୍ଚା କରିଥିଲେ । ଦେଶର ମହତ୍ତ୍ୱାକାଂକ୍ଷୀ ଜିଲ୍ଲାଗୁଡ଼ିକରେ ସମନ୍ୱିତ ଶିଶୁ ବିକାଶ ଯୋଜନା/ ମିଡ଼ ଡ଼େ ମିଲ୍‌ ଯୋଜନା ସଂପର୍କରେ ‘ଚାଉଳକୁ ପୋଷଣଯୁକ୍ତ କରିବା ଏବଂ ଏହାର ବିତରଣ’ ଯୋଜନାକୁ ବ୍ୟାପକ କରିବା ନିମନ୍ତେ ବଣ୍ଟନ ଚେନ୍‌ ଏବଂ ଅନ୍ୟାନ୍ୟ ଲଜିଷ୍ଟିକ୍ସ ଆବଶ୍ୟକତା ସଂପର୍କରେ ମଧ୍ୟ ଏହି ବୈଠକରେ ଆଲୋଚନା କରାଯାଇଥିଲା ।

ଏହି ଲକ୍ଷ୍ୟ ହାସଲ କରିବା ନିମନ୍ତେ ପୋଷଣଯୁକ୍ତ ଚାଉଳ କାର୍ଣ୍ଣେଲର (ଏଫଆରକେ)ର ଆମଦାନୀକୁ ବଢ଼ାଇବାର ଆବଶ୍ୟକତା ରହିଛି ଯାହାକି ବର୍ତ୍ତମାନ ବାର୍ଷିକ ମାତ୍ର 15,000 ମେଟ୍ରିକ୍‌ ଟନ ହେଉଛି । ପିଡ଼ିଏସ, ଆଇସିଡ଼ିଏସ ଏବଂ ଏମଡ଼ିଏମ ପାଇଁ 112ଟି ମହତ୍ତ୍ୱାକାଂକ୍ଷୀ ଜିଲ୍ଲାକୁ କଭର କରାଯିବା ଲାଗି ପ୍ରାୟ 120 ଲକ୍ଷ ମେଟ୍ରିକ ଟନ୍‌ ପୋଷଣଯୁକ୍ତ ଚାଉଳ ଆବଶ୍ୟକ ପଡ଼ିବ । ଏଥିପାଇଁ ଦେଶକୁ ଏଫଆରକେର ଆମଦାନୀ କ୍ଷମତାକୁ ପାଖାପାଖି 1.3 ଲକ୍ଷ ମେଟ୍ରିକ୍‌ ଟନ ପର୍ଯ୍ୟନ୍ତ ବୃଦ୍ଧି କରାଯିବାର ଆବଶ୍ୟକତା ରହିଛି ଯଦି ସମଗ୍ର ସାଧାରଣ ବଣ୍ଟନ ବ୍ୟବସ୍ଥା (ପିଡ଼ିଏସ)ର ଚାଉଳ ଆମଦାନୀ, ଯାହାକି ବର୍ତ୍ତମାନ ସମୟରେ 350 ଲକ୍ଷ ମେଟ୍ରିକ ଟନ ରହିଛି, ତାହାକୁ ପୋଷଣଯୁକ୍ତ ଚାଉଳର ଆମଦାନୀରେ ପରିବର୍ତ୍ତନ କରାଯାଇପାରିବ, ତେବେ ଉଦ୍ୟୋଗକୁ 3.5 ଲକ୍ଷ ମେଟ୍ରିକ୍‌ ଟନ ଏଫଆରକେର ଆମଦାନୀର ନିରନ୍ତରତା ସୃଷ୍ଟି କରିବାକୁ ହେବ ।

ଏହା ବ୍ୟତୀତ ଏହି ସମୟରେ ଦେଶରେ ହାରାହାରି 28,000 ଚାଉଳ ମିଲ୍‌ ରହିଛି ଯେଉଁଥିରେ ବ୍ଲେଣ୍ଡିଂ ମେସିନ୍‌ ଖଞ୍ଜାଯିବାର ଆବଶ୍ୟକତା ରହିଛି ଯଦ୍ୱାରା ସାଧାରଣ ଚାଉଳରେ ଏଫଆରକେ ମିଶ୍ରଣ କରାଯାଇପାରିବ । ଏଫସିଆଇକୁ ନିର୍ଦ୍ଦେଶ ଦିଆଯାଇଛି ଯେ ଏ ସମ୍ବନ୍ଧରେ ଆବଶ୍ୟକ ନିବେଶ ପାଇଁ ବିଭିନ୍ନ କ୍ଷେତ୍ରରେ ଅବସ୍ଥିତ ଚାଉଳ ମିଲ୍‌ ସହିତ ଆବଶ୍ୟକ ସଂପର୍କ ସ୍ଥାପନ କରିବ । ଏଫସିଆଇର ଏହି ଅପରେସନାଲ ପ୍ରସ୍ତୁତି ଦ୍ୱାରା 2021-22 ମସିହାରେ ପର୍ଯ୍ୟାୟକ୍ରମିକ ଭାବେ ପୋଷଣଯୁକ୍ତ ଚାଉଳ କ୍ରୟ ଏବଂ ଆମଦାନୀ ସଫଳତାପୂର୍ବକ ବୃଦ୍ଧି କରାଯାଇପାରିବ ।

 

**********



(Release ID: 1669881) Visitor Counter : 280