ଅର୍ଥ ମନ୍ତ୍ରଣାଳୟ

2020 ଅକ୍ଟୋବରରେ ମୋଟ ଜିଏସ୍‌ଟି ରାଜସ୍ୱ ସଂଗ୍ରହ ପରିମାଣ 1,05,155 କୋଟି ଟଙ୍କା

• ଓଡ଼ିଶାରୁ ଏହି ମାସରେ ସଂଗୃହୀତ ଜିଏସ୍‌ଟି ପରିମାଣ 2,419 କୋଟି ଟଙ୍କା
• ଗତବର୍ଷ ଅକ୍ଟୋବର ତୁଳନାରେ ଚଳିତବର୍ଷ ଏହି ମାସରେ ଓଡ଼ିଶାରୁ 21 ଶତାଂଶ ଅଧିକ ଜିଏସ୍‌ଟି ଆଦାୟ ହୋଇଛି

Posted On: 01 NOV 2020 11:09AM by PIB Bhubaneshwar

2020 ଅକ୍ଟୋବରର ମାସରେ ଓଡିଶା ସମେତ ସମଗ୍ର ଦେଶରେ ମୋଟ ଜିଏସ୍‌ଟି ରାଜସ୍ୱ ସଂଗ୍ରହ 1,05,155 କୋଟି ଟଙ୍କା ହୋଇଛି । ସେଥିମଧ୍ୟରୁ ସିଜିଏସ୍‌ଟି ପରିମାଣ 19,193 କୋଟି ଟଙ୍କା, ଏସ୍‌ଜିଏସ୍‌ଟି 25,411 କୋଟି ଓ ଆଇଜିଏସ୍‌ଟି ପରିମାଣ 52,540 କୋଟି ଟଙ୍କା ଥିବା ସରକାରୀଭାବେ ଜଣାପଡିଛି । ଏଥିରେ ଆମଦାନୀ ସାମଗ୍ରୀ ଉପରୁ ସଂଗୃହୀତ ଟିକସ ରାଜସ୍ୱର ପରିମାଣ 23,375 କୋଟି ଟଙ୍କା ଅନ୍ତର୍ଭୁକ୍ତ । ଏହାଛଡା ଏହି ମାସରେ ସାମଗ୍ରୀ ରପ୍ତାନୀ ଉପରୁ ଆଦାୟ 932 କୋଟି ଟଙ୍କାର ରାଜସ୍ୱ ସମେତ ମୋଟ 8,011କୋଟି ଟଙ୍କାର ସେସ୍‌ ବା ଉପକର ସଂଗୃହୀତ ହୋଇଛି । ଚଳିତବର୍ଷ ଅକ୍ଟୋବରର 31 ସୁଦ୍ଧା 80 ଲକ୍ଷ ଜିଏସ୍‌ଟିଆର-3ବି ରିଟର୍ଣ୍ଣ ଫାଇଲ କରାଯାଇଛି । ଓଡ଼ିଶାରୁ ଏହି ମାସରେ ମୋଟ 2,419 କୋଟି ଟଙ୍କାର ଜିଏସ୍‌ଟି ସଂଗୃହୀତ ହୋଇଛି । ଗତବର୍ଷ ଅକ୍ଟୋବରର ତୁଳନାରେ ଏହି ଜିଏସ୍‌ଟି ସଂଗ୍ରହ 21 ଶତାଂଶ ଅଧିକ । ଗତବର୍ଷ ଅକ୍ଟୋବରର ମାସରେ ଓଡିଶାରୁ 1994 କୋଟି ଟଙ୍କାର ଜିଏସ୍‌ଟି ଆଦାୟ ହୋଇଥିଲା ।

କରୋନା ମହାମାରୀ ଯୋଗୁଁ ଜିଏସ୍‌ଟି ଆଦାୟ ଗୁରୁତରଭାବେ ପ୍ରଭାବିତ ହୋଇଥିଲା । ଏ ବର୍ଷ ଜୁଲାଇ-ଅଗଷ୍ଟ ମାସରେ ଏହା ଧାର୍ଯ୍ୟ ଲକ୍ଷ୍ୟଠାରୁ ତଳେ ଥିଲା । ତେବେ ସେପ୍ଟେମ୍ବରରୁ  ଏହା ଅଭିବୃଦ୍ଧି ପରଲକ୍ଷିତ ହୋଇଛି ।

ଚଳିତବର୍ଷ ଅକ୍ଟୋବରର ମାସରେ ଜିଏସଟି ବାବଦରେ ଯେଉଁ ଟିକସ ରାଜସ୍ୱ ଆଦାୟ ହୋଇଛି ତାହା ଗତବର୍ଷର ସେହିମାସ ତୁଳନାରେ 10 ଶତାଂଶ ଅଧିକ । ଏହି ସମୟ ମଧ୍ୟରେ ଆମଦାନୀ ସାମଗ୍ରୀ ଉପରୁ 9 ଶତାଂଶ ଅଧିକ ରାଜସ୍ୱ ଆଦାୟ ହୋଇଛି । ସେହିଭଳି ସେବା ଆମଦାନୀ ସମେତ ଘରୋଇ ମାଲପରିବହନ ଓ ଚାଲାଣ କ୍ଷେତ୍ରରେ ଆଦାୟ ହେଉଥିବା ଜିଏସ୍‌ଟି ରାଜସ୍ୱ ଗତବର୍ଷ ଅକ୍ଟୋବରର ତୁଳନାରେ 11 ଶତାଂଶ ଅଧିକ ବଢିଛି । ଜିଏସ୍‌ଟି ରାଜସ୍ୱର ଅଭିବୃଦ୍ଧି ଚଳିତବର୍ଷ ଜୁଲାଇ, ଅଗଷ୍ଟ ଓ ସେପ୍ଟେମ୍ବରରେ ଯଥାକ୍ରମେ -14%, -8% ଏବଂ 5 ଶତାଂଶ ଥିଲା । ଏଥିରୁ ଅର୍ଥନୀତିରୁ ପୁନରୁଦ୍ଧାର ଚିତ୍ର ସ୍ପଷ୍ଟ ପ୍ରତୀୟମାନ ହୁଏ । କ୍ରମଶଃ କାରବାର ବଢିବା ସହିତ ଜିଏସ୍‌ଟି ଆଦାୟ ମଧ୍ୟ ବଢିବାରେ ଲାଗିଛି ।

ନିମ୍ନରେ ଦିଆଯାଇଥିବା ଚାର୍ଟରେ ଚଳିତବର୍ଷର ମାସିକ ମୋଟ ଜିଏସ୍‌ଟି ରାଜସ୍ୱ ବୃଦ୍ଧିର ଧାରା ପ୍ରଦର୍ଶିତ ହୋଇଛି । ଏହି ଟେବୁଲରେ ଚଳିତବର୍ଷ ଅକ୍ଟୋବରର ମାସର ରାଜ୍ୟୱାରୀ ଜିଏସ୍‌ଟି ସଂଗ୍ରହର ପରିମାଣ ପ୍ରଦାନ କରାଯାଇ ଗତବର୍ଷ ଅକ୍ଟୋବରର ମାସ ଏବଂ ପୁରା ବର୍ଷ ପାଇଁ ତାହାର ତୁଳନାତ୍ମକ ତଥ୍ୟ ପ୍ରଦାନ କରାଯାଇଛି ।

ଗତବର୍ଷ ଅକ୍ଟୋବରର ମାସରେ ମୋଟ ଜିଏସ୍‌ଟି ସଂଗ୍ରହ ପରିମାଣ ଥିଲା 73,159 କୋଟି ଟଙ୍କା । ଚଳିତବର୍ଷ ଅକ୍ଟୋବରର ମାସରେ ଏହି ସଂଖ୍ୟା 80,848 କୋଟି ଟଙ୍କାରେ ପହଞ୍ଚିଛି ଏବଂ ଏ କ୍ଷେତ୍ରରେ 11 ଶତାଂଶ ଅଭିବୃଦ୍ଧି ଘଟିଛି । କେତେକ କ୍ଷୁଦ୍ର କ୍ଷୁଦ୍ର ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳକୁ ଛାଡିଦେଲେ ପ୍ରମୁଖ ରାଜ୍ୟଗୁଡିକ ମଧ୍ୟରେ ଆନ୍ଧ୍ରପ୍ରଦେଶ, ଛତିଶଗଡ, ଝାଡଖଣ୍ଡ, ଓଡ଼ିଶା, ରାଜସ୍ଥାନ, ହରିୟାଣା ଆଦି ରାଜ୍ୟର ଅକ୍ଟୋବରର ମାସର ଜିଏସ୍‌ଟି ସଂଗ୍ରହରେ ଅଭିବୃଦ୍ଧି ଅପେକ୍ଷାକୃତ ଭଲ ରହିଛି । ଆନ୍ଧ୍ର ଓ ଛତିଶଗଡରେ ଏହି ଜିଏସ୍‌ଟି ଆଦାୟ ଅଭିବୃଦ୍ଧି ଗତ ଅକ୍ଟୋବରର ମାସରେ 26 ଶତାଂଶ ହୋଇଥିବାବେଳେ ଝାଡଖଣ୍ଡରେ 23%, ରାଜସ୍ଥାନରେ 22% ଓ ଓଡିଶାରେ 21% ରହିଛି ।

ରାଜ୍ୟୱାରୀ ଜିଏସ୍‌ଟି ସଂଗ୍ରହ ଏପ୍ରିଲ 2020 (1)

State

Oct-19

Oct-20

Growth

Jammu and Kashmir

313

377

21%

Himachal Pradesh

669

691

3%

Punjab

1,189

1,376

16%

Chandigarh

157

152

-3%

Uttarakhand

1,153

1,272

10%

Haryana

4,578

5,433

19%

Delhi

3,484

3,211

-8%

Rajasthan

2,425

2,966

22%

Uttar Pradesh

5,103

5,471

7%

Bihar

940

1,010

7%

Sikkim

186

177

-5%

Arunachal Pradesh

41

98

138%

Nagaland

25

30

20%

Manipur

43

43

0%

Mizoram

18

32

72%

Tripura

54

57

5%

Meghalaya

113

117

4%

Assam

888

1,017

14%

West Bengal

3,263

3,738

15%

Jharkhand

1,437

1,771

23%

Odisha

1,994

2,419

21%

Chattisgarh

1,570

1,974

26%

Madhya Pradesh

2,053

2,403

17%

Gujarat

5,888

6,787

15%

Daman and Diu

83

7

-91%

Dadra and Nagar Haveli

130

283

118%

Maharastra

15,109

15,799

5%

Karnataka

6,675

6,998

5%

Goa

311

310

0%

Lakshadweep

2

1

-55%

Kerala

1,549

1,665

7%

Tamil Nadu

6,109

6,901

13%

Puducherry

146

161

10%

Andaman and Nicobar Islands

32

19

-42%

Telangana

3,230

3,383

5%

Andhra Pradesh

1,975

2,480

26%

Ladakh

0

15

 

Other Territory

127

91

-28%

Center Jurisdiction

97

114

17%

Grand Total

73,159

80,848

11%

 

**********

 



(Release ID: 1669379) Visitor Counter : 284