ସ୍ୱାସ୍ଥ୍ୟ ଓ ପରିବାର ମନ୍ତ୍ରଣାଳୟ

ଭାରତ ଏକ ମାଇଲଖୁଣ୍ଟ ଅତିକ୍ରମ କରିଛି

● 85 ଦିନ ପରେ ପ୍ରଥମ ଥର କରୋନା ସକ୍ରିୟ ମାମଲା 6 ଲକ୍ଷ ତଳକୁ ଖସିଛି
● ମୋଟ ପଜିଟିଭ୍ ମାମଲାର ମାତ୍ର 7.35 % ରହିଛି ସକ୍ରିୟ ମାମଲା

Posted On: 30 OCT 2020 11:13AM by PIB Bhubaneshwar

କୋଭିଡ ଯୁଦ୍ଧରେ ଭାରତ ଏକ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଣ୍ଟ ଅତିକ୍ରମ କରିଛି । ପ୍ରାୟ 3 ମାସ (85 ଦିନ) ପରେ ଭାରତରେ ସକ୍ରିୟ ମାମଲା 6 ଲକ୍ଷ ତଳକୁ ହ୍ରାସ ପାଇଛି । ଆଜି ଭାରତରେ ସକ୍ରିୟ ମାମଲାର ସଂଖ୍ୟା ରହିଛି 5.94 ଲକ୍ଷ । ଅଗଷ୍ଟ 6 ତାରିଖରେ ସକ୍ରିୟ ମାମଲା ଥିଲା 5.95 ।

ଦେଶରେ ଏବେ ମୋଟ ପଜିଟିଭ୍ ମାମଲାର ମାତ୍ର 7.35% ରହିଛି ସକ୍ରିୟ ମାମଲା, ଯାହାକି 5,94,386 । ଦ୍ରୁତ ଗତିରେ ହ୍ରାସ ପାଉଥିବା ଧାରାକୁ ଏହା ଦୃଢ଼ କରିଛି ।

WhatsApp Image 2020-10-30 at 10.06.56 AM.jpeg

ବିଭିନ୍ନ ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳରେ ସକ୍ରିୟ ମାମଲା ହ୍ରାସର ଜାରି ଥିବା ଧାରାରୁ ଜଣାପଡ଼ୁଛି କୋଭିଡ ମୁକାବିଲାରେ ସେମାନେ କେତେ ସଫଳ ହୋଇଛନ୍ତି ।

WhatsApp Image 2020-10-30 at 10.28.10 AM.jpeg

ଭାରତରେ ମଧ୍ୟ ସର୍ବାଧିକ ଲୋକ ସୁସ୍ଥ ହୋଇଛନ୍ତି । ମୋଟ 73,73,375 ଜଣ ସୁସ୍ଥ ହୋଇଛନ୍ତି । ବିଶ୍ୱସ୍ତରରେ ସୁସ୍ଥ ହେବା କ୍ଷେତ୍ରରେ ଭାରତ ଏକ ନମ୍ବରରେ ରହିଛି । ଏବେ ସକ୍ରିୟ ମାମଲା ଓ ସୁସ୍ଥଙ୍କ ସଂଖ୍ୟା ମଧ୍ୟରେ ପାର୍ଥକ୍ୟ ବୃଦ୍ଧି ପାଇ ଚାଲିଛି ଏବଂ ଏହା ଆଜି 67,78,989 ରହିଛି ।

ଗତ 24 ଘଣ୍ଟା ମଧ୍ୟରେ ଦେଶରେ 57,386 ଜଣ ଆକ୍ରାନ୍ତ ସୁସ୍ଥ ହୋଇଥିବା ବେଳେ 48,648ଟି ନୂଆ ପଜିଟିଭ ମାମଲା ସାମନାକୁ ଆସିଛି । ଜାତୀୟ ସୁସ୍ଥତା ହାର 91.15%କୁ ବୃଦ୍ଧି ପାଇଛି ।

ନୂଆ ସୁସ୍ଥଙ୍କ ମଧ୍ୟରୁ 80% 10 ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳରୁ ଆସିଛନ୍ତି । ଗୋଟିଏ ଦିନରେ କେରଳରେ ସର୍ବାଧିକ 8 ହଜାର ଲୋକ ସୁସ୍ଥ ହୋଇଛନ୍ତି । ଏହା ପଛକୁ ମହାରାଷ୍ଟ୍ର ଏବଂ କର୍ଣ୍ଣାଟକରେ 7 ହଜାର ଲେଖାଏଁ ସୁସ୍ଥ ହୋଇଛନ୍ତି ।

WhatsApp Image 2020-10-30 at 10.06.56 AM (1).jpeg

ଗତ 24 ଘଣ୍ଟା ମଧ୍ୟରେ 48,648ଟି ନୂଆ ପଜିଟିଭ୍ ମାମଲା ସାମନାକୁ ଆସିଛି । ଏଥିରୁ 78% 10 ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରୁ ଆସିଛନ୍ତି । କେରଳରେ ଗୋଟିଏ ଦିନରେ ଆସିଛି 7 ହଜାର ନୂଆ ମାମଲା, ଯାହାକି ସର୍ବାଧିକ । ଏହା ପଛକୁ ଦିଲ୍ଲୀ ଓ ମହାରାଷ୍ଟ୍ରରୁ 5 ହଜାର ଲେଖାଏଁ ନୂଆ ମାମଲା ଆସିଛି ।

WhatsApp Image 2020-10-30 at 10.06.54 AM.jpeg

ଗତ 24 ଘଣ୍ଟା ମଧ୍ୟରେ 563 ଜଣଙ୍କ ମୃତ୍ୟୁ ହୋଇଛି । ଏଥିରୁ 81% 10 ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳରେ ହୋଇଛି । ମହାରାଷ୍ଟ୍ରରେ ଦିନକରେ 156 ଜଣ ପ୍ରାଣ ହରାଇଛନ୍ତି, ଯାହାକି ସର୍ବାଧିକ । ଏହା ପଛକୁ ପଶ୍ଚିମବଙ୍ଗରେ 61 ଜଣଙ୍କ ମୃତ୍ୟୁ ହୋଇଛି ।

WhatsApp Image 2020-10-30 at 10.06.57 AM.jpeg

ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ (ଡବ୍ଲୁଏଚଓ)ର ପରାମର୍ଶ କ୍ରମେ ଭାରତ 10 ଲକ୍ଷ ଲୋକରେ ଦିନକୁ 140 ନମୁନା ପରୀକ୍ଷା ପରାମର୍ଶକୁ ହାସଲ କରିପାରିଛି । ସନ୍ଦିଗ୍ଧ ଆକ୍ରାନ୍ତ ମାନଙ୍କୁ ଚିହ୍ନଟ କରିବାକୁ ଡବ୍ଲୁଏଚଓ ‘ପବ୍ଲିକ ହେଲଥ କ୍ରାଇଟେରିଆ ଟୁ ଆଡଜଷ୍ଟ ପବ୍ଲିକ ହେଲଥ ଆଣ୍ଡ ସୋସିଆଲ ମେଜରସ ଇନ୍ ଦ କଣ୍ଟେକ୍ସଟ ଅଫ କୋଭିଡ-19’ ନିର୍ଦ୍ଦେଶାବଳୀରେ ଏହି ପରାମର୍ଶ ଦେଇଛି ।

ପରାମର୍ଶ ଦିଆଯାଇଥିବା ସଂଖ୍ୟାଠାରୁ ଅଧିକ ନମୁନା ପରୀକ୍ଷା କରୁଛନ୍ତି 35 ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳ । ନମୁନା ପରୀକ୍ଷା ହାରରେ ଭାରତରେ ଜାତୀୟ ହାର ରହିଛି 10 ଲକ୍ଷରେ 844 । ଦିଲ୍ଲୀ ଏବଂ କେରଳରେ ଏହି ସଂଖ୍ୟା 3 ହଜାରକୁ ଟପିଯାଇଛି ।

WhatsApp Image 2020-10-30 at 10.25.18 AM.jpeg

 

**********



(Release ID: 1668886) Visitor Counter : 150