ସ୍ୱାସ୍ଥ୍ୟ ଓ ପରିବାର ମନ୍ତ୍ରଣାଳୟ

ଅଧିକ କରୋନା ନମୁନା ପରୀକ୍ଷା, ପ୍ରତି ଦଶ ଲକ୍ଷ ଲୋକରେ କମ୍ ସଂଖ୍ୟକ ପଜିଟିଭ ଓ କମ୍ ମୃତ୍ୟୁ ସଂଖ୍ୟା ବଜାୟ ରଖିଥିବା ଦେଶ ଗୁଡ଼ିକ ମଧ୍ୟରେ କ୍ରମାଗତ ଭାବେ ରହିପାରିଛି ଭାରତ

● ଦେଶରେ ଜାରି ରହିଛି କମ୍ ସଂଖ୍ୟକ ପଜିଟିଭର ଧାରା

Posted On: 28 OCT 2020 12:02PM by PIB Bhubaneshwar

ନିର୍ଦ୍ଦିଷ୍ଟ ରଣନୀତି ଏବଂ କେନ୍ଦ୍ର ସରକାର ଓ ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳ ଗୁଡ଼ିକ ମିଳିତ ଭାବେ ଗ୍ରହଣ କରିଥିବା ମୁକାବିଲା ନୀତି ଯୋଗୁ ଭାରତ ପ୍ରତି ଦଶଲକ୍ଷ ଜନସଂଖ୍ୟାରେ କମ୍ ସଂଖ୍ୟକ ପଜିଟିଭ୍ ଓ କମ୍ ମୃତ୍ୟୁ ବଜାୟ ରଖିବାରେ ବିଶ୍ୱସ୍ତରର ଦେଶ ଗୁଡ଼ିକ ମଧ୍ୟରେ ରହିପାରିଛି ।

ବିଶ୍ୱସ୍ତରରେ ପ୍ରତି ଦଶ ଲକ୍ଷ ଜନସଂଖ୍ୟାରେ ପଜିଟିଭ୍ ସଂଖ୍ୟା 5,552 ଥିବା ବେଳେ ଭାରତରେ ଏହି ସଂଖ୍ୟା ରହିଛି 5,790 । ଯୁକ୍ତରାଷ୍ଟ୍ର ଆମେରିକା, ବ୍ରାଜିଲ, ଫ୍ରାନ୍ସ, ବିଟ୍ରେନ, ରୁଷିଆ ଏବଂ ଦକ୍ଷିଣ ଆଫ୍ରିକାରେ ଏହି ସଂଖ୍ୟା ବହୁ ଅଧିକ ରହିଛି ।

http://static.pib.gov.in/WriteReadData/userfiles/image/image001J3DL.jpg

ବିଶ୍ୱସ୍ତରରେ ପ୍ରତି ଦଶ ଲକ୍ଷ ଜନସଂଖ୍ୟାରେ ମୃତ୍ୟୁହାର 148 ଥିବା ବେଳେ ଭାରତରେ ଏହା ରହିଛି 87 । କୋଭିଡ-19 ପରିଚାଳନାରେ ଭାରତର ଲକ୍ଷ୍ୟଭିତ୍ତିକ ରଣକୌଶଳ ଏବଂ ସୁବ୍ୟବସ୍ଥିତ ଜନସ୍ୱାସ୍ଥ୍ୟ ସେବା ପ୍ରକ୍ରିୟା ଯୋଗୁ ଗତ କେଇ ମାସ ମଧ୍ୟରେ ଏହି ଉତ୍ସାହଜନକ ଫଳ ମିଳିପାରିଛି ।

http://static.pib.gov.in/WriteReadData/userfiles/image/image0024IEH.jpg

ମୋଟ ନମୁନା ପରୀକ୍ଷା କ୍ଷେତ୍ରରେ ଭାରତ ବିଶ୍ୱରେ ଅନ୍ୟତମ ଦେଶ ଭାବେ ସର୍ବାଗ୍ରେ ରହିଛି । ଗତ 24 ଘଣ୍ଟା ମଧ୍ୟରେ 10,66,786 ନମୁନା ପରୀକ୍ଷା ହୋଇଛି । ଏ ପର୍ଯ୍ୟନ୍ତ ମୋଟ 10.5 କୋଟି (10,54,87,680) ନମୁନା ପରୀକ୍ଷା ହୋଇଛି ।

ବ୍ୟାପକ ଭାବେ ସୁବ୍ୟବସ୍ଥିତ ନମୁନା ପରୀକ୍ଷା କରାଯାଉଥିବାରୁ ଶୀଘ୍ର ଆକ୍ରାନ୍ତମାନଙ୍କୁ ଚିହ୍ନଟ କରାଯାଇ ଉଚିତ ସମୟରେ ସେମାନଙ୍କ ଚିକିତ୍ସା ହୋଇପାରୁଛି । ତେଣୁ ସୁସ୍ଥଙ୍କ ସଂଖ୍ୟା ବୃଦ୍ଧି ପାଇବା ସହ ମୃତ୍ୟୁହାର ହ୍ରାସ ପାଇଛି । ଭାରତରେ ଏବେ ମୃତ୍ୟୁ ହାର ରହିଛି 1.50% ।

ଭାରତରେ ସକ୍ରିୟ ରୋଗୀଙ୍କ ସଂଖ୍ୟା ମଧ୍ୟ ଦ୍ରୁତଗତିରେ ହ୍ରାସ ପାଇବାରେ ଲାଗିଛି । ଏବେ ମୋଟ ପଜିଟିଭ୍ ସଂଖ୍ୟାର 7.64% ସକ୍ରିୟ ମାମଲା ଭାବେ ରହିଛି, ଯାହାକି 6,10,803 । ମୋଟ ସୁସ୍ଥଙ୍କ ସଂଖ୍ୟା ରହଛି 72,59,509 ।

ଗତ 24 ଘଣ୍ଟା ମଧ୍ୟରେ ଦେଶରେ 43,893 ନୂଆ ମାମଲା ସାମନାକୁ ଆସିଥିବା ବେଳେ ସୁସ୍ଥ ହୋଇଛନ୍ତି ଆଉ 58,439 ଆକ୍ରାନ୍ତ । ନୂଆ ସୁସ୍ଥଙ୍କ ମଧ୍ୟରେ 77% କେବଳ 10ଟି ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳରୁ ଆସିଛନ୍ତି ।

ମହାରାଷ୍ଟ୍ର, କର୍ଣ୍ଣାଟକ ଏବଂ କେରଳରୁ ଗୋଟିଏ ଦିନରେ 7 ହଜାରରୁ ଅଧିକ ସୁସ୍ଥ ହୋଇଛନ୍ତି ।

http://static.pib.gov.in/WriteReadData/userfiles/image/image003Y60P.jpg

ନୂଆ ପଜିଟିଭ୍ ମାମଲା ମଧ୍ୟରୁ  79% 10ଟି ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳରୁ ଆସିଛି । ନୂଆ ମାମଲାରେ ମହାରାଷ୍ଟ୍ରକୁ କେରଳ ଟପି ଯାଇଛି । ଉଭୟ ରାଜ୍ୟରେ ଏବେ 5 ହଜାରରୁ ଅଧିକ ମାମଲା ଆସୁଛି । ଦିଲ୍ଲୀ, ପଶ୍ଚିମବଙ୍ଗ, କର୍ଣ୍ଣାଟକ, ଆନ୍ଧ୍ର ପ୍ରଦେଶ ଏବଂ ତାମିଲନାଡ଼ୁରେ ମାମଲା ବଢ଼ୁଥିବା ନଜରକୁ ଆସିଛି ।

http://static.pib.gov.in/WriteReadData/userfiles/image/image004EK2J.jpg

ଗତ 24 ଘଣ୍ଟା ମଧ୍ୟରେ 508 ଜଣଙ୍କ ମୃତ୍ୟୁ ହୋଇଛି । ଏଥିରୁ ପ୍ରାୟ 79% 10ଟି ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳରୁ ଆସିଛି । ମହାରାଷ୍ଟ୍ରରେ ସବୁଠାରୁ ଅଧିକ 115 ଜଣଙ୍କ ମୃତ୍ୟୁ ହୋଇଛି ।

http://static.pib.gov.in/WriteReadData/userfiles/image/image005Q294.jpg

 

**********



(Release ID: 1668214) Visitor Counter : 194