ସ୍ୱାସ୍ଥ୍ୟ ଓ ପରିବାର ମନ୍ତ୍ରଣାଳୟ

ଆଉ ଏକ ମାଇଲଖୁଣ୍ଟ ଅତିକ୍ରମ କଲା ଭାରତ

● ପ୍ରଥମ ଥର ପାଇଁ ଦୁଇ ମାସ ମଧ୍ୟରେ ସକ୍ରିୟ କରୋନା ମାମଲା 7 ଲକ୍ଷ ତଳେ ରହିଛି
● 24 ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳରେ ସକ୍ରିୟ ମାମଲା 20 ହଜାରରୁ ତଳେ

Posted On: 23 OCT 2020 11:35AM by PIB Bhubaneshwar

କୋଭିଡ ବିରୋଧରେ ଲଢ଼େଇରେ ଭାରତ ଏକ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଣ୍ଟ ଅତିକ୍ରମ କରିଛି । ଦୁଇ ମାସ (63 ଦିନ) ମଧ୍ୟରେ ପ୍ରଥମ ଥର ପାଇଁ ଦେଶରେ ସକ୍ରିୟ ମାମଲା 7 ଲକ୍ଷରୁ କମ୍ ରହିଛି । ପୂର୍ବରୁ ଅଗଷ୍ଟ 22 ତାରିଖରେ ସକ୍ରିୟ ମାମଲା 7 ଲକ୍ଷ (6,97,330)ରୁ ତଳେ ରହିଥିଲା ।

ଦେଶରେ ଆଜି ମୋଟ ସକ୍ରିୟ ମାମଲାର ସଂଖ୍ୟା ରହିଛି 6,95,509 । ଏହା ମୋଟ ପଜିଟିଭ୍ ମାମଲାର 8.96% ରହିଛି ।

ପ୍ରତିଦିନ ଅଧିକରୁ ଅଧିକ କୋଭିଡ ଆକ୍ରାନ୍ତ ସୁସ୍ଥ ହେଉଛନ୍ତି ଏବଂ ମୃତ୍ୟୁ ହାର କ୍ରମେ ହ୍ରାସ ପାଇବାରେ ଲାଗିଛି । ଭାରତରେ ସକ୍ରିୟ ମାମଲା ମଧ୍ୟ ହ୍ରାସ ପାଇ ଚାଲିଛି ।

http://static.pib.gov.in/WriteReadData/userfiles/image/image0015BSZ.jpg

ଭାରତରେ ସୁସ୍ଥତା ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି ମୋଟ ସୁସ୍ଥଙ୍କ ସଂଖ୍ୟା ପ୍ରାୟ 70 ଲକ୍ଷ (69,48,497) ହୋଇଛି । ସକ୍ରିୟ ମାମଲା ଏବଂ ସୁସ୍ଥ ସଂଖ୍ୟା ମଧ୍ୟରେ ପାର୍ଥକ୍ୟ ମଧ୍ୟ କ୍ରମେ ବୃଦ୍ଧି ପାଇ 62,52,988 ହୋଇଛି । ସୁସ୍ଥ ସଂଖ୍ୟା ସକ୍ରିୟ ମାମଲାର ପ୍ରାୟ 10 ଗୁଣ ହୋଇଛି ।

ଗତ 24 ଘଣ୍ଟା ମଧ୍ୟରେ 73,979 ଜଣ ସୁସ୍ଥ ହୋଇ ହସପିଟାଲରୁ ଡିସଚାର୍ଜ ହୋଇଥିବା ବେଳେ 54,366 ନୂଆ ପଜିଟିଭ୍ ମାମଲା ସାମନାକୁ ଆସିଛି । ଜାତୀୟ ସୁସ୍ଥତା ହାର 89.53%କୁ ବୃଦ୍ଧି ପାଇଛି ।

ଦେଶବ୍ୟାପୀ ହସପିଟାଲରେ ଭିତ୍ତିଭୂମିରେ ବିକାଶ, କେନ୍ଦ୍ର ଦ୍ୱାରା ନିର୍ଦ୍ଧାରିତ ଚିକିତ୍ସା ପ୍ରଣାଳୀକୁ ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକ ଗ୍ରହଣ କରିବା, ଡାକ୍ତର, ପାରାମେଡିକ୍ ଏବଂ ଆଗଧାଡ଼ିର ସ୍ୱାସ୍ଥ୍ୟକର୍ମୀମାନଙ୍କ ଉତ୍ସର୍ଗୀକୃତ ମନୋଭାବ ଯୋଗୁ ସୁସ୍ଥ ସଂଖ୍ୟା ବୃଦ୍ଧି ପାଉଛି ଏବଂ ମୃତ୍ୟୁହାର ହ୍ରାସ ପାଉଛି । ଆଜି ଏହା 1.51% ରହିଛି । ଏହାଦ୍ୱାରା ସକ୍ରିୟ ମାମଲା ମଧ୍ୟ ହ୍ରାସ ପାଇଚାଲିଛି ।

24 ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳରେ ସକ୍ରିୟ ମାମଲା 20 ହଜାରରୁ କମ୍ ରହିଛି ।

http://static.pib.gov.in/WriteReadData/userfiles/image/image002V7YZ.jpg

ନୂଆ ସୁସ୍ଥଙ୍କ ମଧ୍ୟରୁ 81% କେବଳ 10 ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳରୁ ଆସିଛନ୍ତି । ମହାରାଷ୍ଟ୍ରରେ ଗୋଟିଏ ଦିନରେ 16 ହଜାରରୁ ଅଧିକ ସୁସ୍ଥ ହୋଇଛନ୍ତି । ଏହା ପଛକୁ କର୍ଣ୍ଣାଟକରେ 13 ହଜାରରୁ ଅଧିକ ସୁସ୍ଥ ହୋଇଛନ୍ତି ।

http://static.pib.gov.in/WriteReadData/userfiles/image/image003ZGRO.jpg

ଗତ 24 ଘଣ୍ଟା ମଧ୍ୟରେ ଦେଶରେ 54,366ଟି ନୂଆ ପଜିଟିଭ୍ ମାମଲା ସାମନାକୁ ଆସିଛି ।

ତନ୍ମଧ୍ୟରୁ 78% 10 ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳରୁ ଆସିଛି । ମହାରାଷ୍ଟ୍ର ଓ କେରଳରୁ ସର୍ବାଧିକ 7 ହଜାରରୁ ଅଧିକ ମାମଲା ଆସିଥିବା ବେଳେ ଏହା ପଛକୁ କର୍ଣ୍ଣାଟକରୁ 5 ହଜାରରୁ ଅଧିକ ମାମଲା ଆସିଛି ।

http://static.pib.gov.in/WriteReadData/userfiles/image/image004KUP1.jpg

ଗତ 24 ଘଣ୍ଟା ମଧ୍ୟରେ ଦେଶରେ 690 ଜଣଙ୍କର ମୃତ୍ୟୁ ଘଟିଛି । ଏଥିରୁ 81% 10ଟି ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳରେ ହୋଇଛି । ମହାରାଷ୍ଟ୍ରରେ ଏହି ଦିନରେ ସର୍ବାଧିକ ମୃତ୍ୟୁ ଘଟିଛି (198 ମୃତ୍ୟୁ) ।

http://static.pib.gov.in/WriteReadData/userfiles/image/image005D5K2.jpg

 

**********

 

 

 

 

 



(Release ID: 1667143) Visitor Counter : 210