ପ୍ରତିରକ୍ଷା ମନ୍ତ୍ରଣାଳୟ

ନାଗ କ୍ଷେପଣାସ୍ତ୍ରର ଚୂଡ଼ାନ୍ତ ବ୍ୟାବହାରିକ ପରୀକ୍ଷା

Posted On: 22 OCT 2020 1:24PM by PIB Bhubaneshwar

ତୃତୀୟ ପିଢିର ଟ୍ୟାଙ୍କ ବିଧ୍ୱଂସୀ ଗାଇଡେଡ କ୍ଷେପଣାସ୍ତ୍ର (ଏଟିଜିଏମ୍‌) ନାଗର ଚୂଡାନ୍ତ ପର୍ଯ୍ୟାୟ ବ୍ୟାବହାରିକ ପରୀକ୍ଷା ଆଜି (22 ଅକ୍ଟୋବର 2020) ସକାଳ 6ଟା 45 ମିନିଟ ସମୟରେ ପୋଖରାନ ଘାଟିରେ କରାଯାଇଛି । ଏହି କ୍ଷେପଣାସ୍ତ୍ରକୁ ଏକ ଯୁଦ୍ଧାସ୍ତ୍ର ସହ ସଂଯୋଗ କରାଯାଇ ନିର୍ଦ୍ଧାରିତ ଦୂରତ୍ୱରେ ଥିବା ଏକ ଟ୍ୟାଙ୍କକୁ ନଷ୍ଟ କରିବା ପାଇଁ ପ୍ରେରଣ କରାଯାଇଥିଲା । ନାଗ କ୍ଷେପଣାସ୍ତ୍ରର ବାହକ ନମିଷାରୁ ଏହାକୁ ପ୍ରୟୋଗ କରାଯାଇଥିଲା । କ୍ଷେପଣାସ୍ତ୍ରଟି ନିର୍ଦ୍ଧାରିତ ଲକ୍ଷ୍ୟଭେଦ କରିବାରେ ସଫଳ ହୋଇଥିଲା । ଟ୍ୟାଙ୍କରେ ଯେଉଁ ସୁରକ୍ଷା ଆର୍ମର ଥିଲା ତାହା କ୍ଷେପଣାସ୍ତ୍ରର ପ୍ରହାରକୁ ପ୍ରତିରୋଧ କରିବାରେ ସଫଳ ହୋଇନଥିଲା ।

ଏହି ଏଟିଜିଏମ୍‌ ନାଗ ଡିଆରଡିଓ ଦ୍ୱାରା ବିକଶିତ ହୋଇଛି । ସୁଦୃଢ ବ୍ୟବସ୍ଥା ମଧ୍ୟରେ ଥିବା ଶତ୍ରୁପକ୍ଷର ଟ୍ୟାଙ୍କକୁ ଦିବାରାତ୍ର ଯେ କୌଣସି ସମୟରେ ଆକ୍ରମଣ କରି ଏହା ଧ୍ୱଂସ କରିବାକୁ ସ୍ୱତନ୍ତ୍ରଭାବେ ନିର୍ମିତ । ଏହି କ୍ଷେପଣାସ୍ତ୍ରର ଫାୟାର ଆଣ୍ଡ ଫରଗେଟ୍‌ଏବଂ ଟପ୍‌ ଆଟାକ୍‌ ଦକ୍ଷତା ରହିଛି । ଏଥିରେ ପାସିଭ ହମିଂ ଗାଇଡାନ୍ସ ବ୍ୟବସ୍ଥା ମଧ୍ୟ ଉପଲବ୍ଧ, ଯାହା କମ୍ପୋଜିଟ ଏବଂ ରିଆକ୍ଟଭି ଆର୍ମର ଦ୍ୱାରା ସଜ୍ଜିତ ଯେକୌଣସି ପ୍ରମୁଖ ଲଢୁଆ ଟ୍ୟାଙ୍କକୁ ନଷ୍ଟ କରିବାରେ ସମର୍ଥ ।

ନାଗ କ୍ଷେପଣାସ୍ତ୍ରର ବାହକ ନମିଷା ଏକ ବିଏମ୍‌ପି-2 ଭିତ୍ତିକ ବ୍ୟବସ୍ଥା ଏବଂ ଏହା ଦ୍ୱେତ ଗତିରେ କାର୍ଯ୍ୟ କରିବାକୁ ସକ୍ଷମ । ଏହି ଚୂଡାନ୍ତ ବ୍ୟାବହାରିକ ପରୀକ୍ଷା ସହିତ ନାଗ କ୍ଷେପଣାସ୍ତ୍ରର ଉତ୍ପାଦନ ପର୍ଯ୍ୟାୟ ଆରମ୍ଭ ହେବ । ପ୍ରତିରକ୍ଷା ସାମଗ୍ରୀ ଉତ୍ପାଦନକାରୀ ରାଷ୍ଟ୍ରାୟତ୍ତ ଉଦ୍ୟୋଗ ଭାରତ ଡାଇନାମିକ୍ସ ଲିମିଟେଡ ଏହି କ୍ଷେପଣାସ୍ତ୍ର ଉତ୍ପାଦନ କରିବ । ଏହାର ବାହକ ନମିଷାର ଉତ୍ପାଦନ ମେଡ୍‌କସ୍ଥିତ ଗୋଳାବାରୁଦ କାରଖାନା ଉପରେ ନ୍ୟସ୍ତ କରାଯାଇଛି ।

ପ୍ରତିରକ୍ଷା ମନ୍ତ୍ରୀ ଶ୍ରୀ ରାଜନାଥ ସିଂହ ନାଗ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷା ପାଇଁ ଡିଆରଡିଓ ଓ ଭାରତୀୟ ସେନାକୁ ଅଭିନନ୍ଦନ ଜଣାଇଛନ୍ତି ।

ଡିଡିଆର ଆଣ୍ଡ ଡିର ସଚିବ ତଥା ଡିଆରଡିଓର ଅଧ୍ୟକ୍ଷ ଡ. ଜି. ସତୀଶ ରେଡ୍ଡୀ ଡିଆରଡିଓ, ଭାରତୀୟ ସେନା ଏବଂ ଏହି କ୍ଷେପଣାସ୍ତ୍ର ଉତ୍ପାଦନ ସ୍ତରକୁ ଆଣିଥିବା ଉଦ୍ୟୋଗ ସମୂହର କାର୍ଯ୍ୟକୁ ପ୍ରଶଂସା କରିଛନ୍ତି ।

 

**********



(Release ID: 1666886) Visitor Counter : 249