ସ୍ୱାସ୍ଥ୍ୟ ଓ ପରିବାର ମନ୍ତ୍ରଣାଳୟ

ଗୁରୁତ୍ୱପୂର୍ଣ୍ଣ ମାଇଲଖୁଣ୍ଟ ଅତିକ୍ରମ କଲା ଭାରତ

● ପାଖାପାଖି 3 ମାସ ପରେ ଦୈନିକ ନୂତନ ମାମଲା 50 ହଜାରରୁ କମ
● ମୋଟ ସଂକ୍ରମଣର ଶତକଡା 10 ଭାଗ ସକ୍ରିୟ ମାମଲା
● ସକ୍ରିୟ ମାମଲା ପୁଣି ନିମ୍ନଗାମୀ, ବର୍ତ୍ତମାନ 7.50 ଲକ୍ଷରୁ କମ

Posted On: 20 OCT 2020 11:09AM by PIB Bhubaneshwar

କରୋନା ସଂକ୍ରମଣ ବିରୁଦ୍ଧ ସଂଗ୍ରାମରେ ଦେଶ ଅନେକ ଗୁରୁତ୍ୱପୂର୍ଣ୍ଣ ସଫଳତା ହାସଲ କରିବାରେ ଲାଗିଛି ଗତ 24 ଘଣ୍ଟା ମଧ୍ୟରେ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା 50 ହଜାରରୁ କମ (46,790) ରହିଛି ପାଖାପାଖି 3 ମାସ ପରେ ପ୍ରଥମଥର ନିମନ୍ତେ ଏହି ମାମଲା ଏତେ ତଳକୁ ଖସିଛି ଜୁଲାଇ 28ରେ 47,703 ସଂକ୍ରମିତ ଚିହ୍ନଟ ହୋଇଥିଲେ

http://static.pib.gov.in/WriteReadData/userfiles/image/image001CXC1.jpg

ଅଧିକରୁ ଅଧିକ କୋଭିଡ ଆକ୍ରାନ୍ତ ପ୍ରତିଦିନ ସୁସ୍ଥ ହେଉଥିବାରୁ ମୃତ୍ୟୁହାର ମଧ୍ୟ ହ୍ରାସ ପାଇଛି ଏହାଛଡା ସକ୍ରିୟ ରୋଗୀଙ୍କ ସଂଖ୍ୟା ମଧ୍ୟ ହ୍ରାସ ପାଇବାରେ ଲାଗିଛି ଆଉ ଏକ ସଫଳତା ସ୍ୱରୂପ ସକ୍ରିୟ ରୋଗୀଙ୍କ ସଂଖ୍ୟା ମୋଟ ସଂକ୍ରମିତଙ୍କ ତୁଳନାରେ 10 ପ୍ରତିଶତକୁ ଖସି ଆସିଛି ଦେଶରେ ମୋଟ ପଜିଟିଭ ରୋଗୀ ସଂଖ୍ୟା ଆଜି 7 ଲକ୍ଷରୁ (7,48,538) କମ ହୋଇଥିବା ବେଳେ ଏହା ମୋଟ ସଂକ୍ରମଣ ସଂଖ୍ୟାର 9.85 ପ୍ରତିଶତ ବୋଲି ଜଣାପଡିଛି

http://static.pib.gov.in/WriteReadData/userfiles/image/image002VZB3.jpg

କେନ୍ଦ୍ର ସରକାରଙ୍କ ପକ୍ଷରୁ କୋଭିଡ ମୁକାବିଲା ପାଇଁ ନିଆଯାଉଥିବା ରଣନୀତିକୁ ସମର୍ଥନ କରି ରାଜ୍ୟ କେନ୍ଦ୍ରଶାସିତ ଅଞ୍ଚଳଗୁଡିକ ତ୍ଵରିତ ପଦକ୍ଷେପ ନେଉଥିବାରୁ ଏହି ସଫଳତା ମିଳିଛି ଦେଶବ୍ୟାପୀ ଅଧିକରୁ ଅଧିକ ନମୁନା ପରୀକ୍ଷା, ତତ୍କାଳ ଯାଞ୍ଚ ଏବଂ ଚିହ୍ନଟ, ଆବଶ୍ୟକସ୍ଥଳେ ଶୀଘ୍ର ହସ୍ପିଟାଲ ଚିକିତ୍ସା ଭଳି ପଦକ୍ଷେପମାନ ନିଆଯାଉଛି ଏହାଛଡା ଡାକ୍ତର, ସ୍ୱାସ୍ଥ୍ୟକର୍ମୀ ଓ କରୋନା ସମ୍ମୁଖ ଯୋଦ୍ଧାମାନଙ୍କ ଅକ୍ଲାନ୍ତ ପରିଶ୍ରମ ଓ ଉତ୍ସର୍ଗୀକୃତ ସେବା ଯୋଗୁଁ ସମଗ୍ର ଦେଶରେ ଏହି ସଫଳତା ହାସଲ ହୋଇଛି

http://static.pib.gov.in/WriteReadData/userfiles/image/image0034X5Y.jpg

ଅଧିକରୁ ଅଧିକ ସଂକ୍ରମିତ ଆରୋଗ୍ୟ ଲାଭ କରୁଥିବାରୁ ସକ୍ରିୟ ମାମଲା ମଧ୍ୟ ହ୍ରାସ ପାଇଛି ସୁସ୍ଥ ରୋଗୀଙ୍କ ସଂଖ୍ୟା 67 ଲକ୍ଷ (67,33,328) ଅତିକ୍ରମ କରିଛି ସୁସ୍ଥ ସକ୍ରିୟ ରୋଗୀଙ୍କ ମଧ୍ୟରେ ପାର୍ଥକ୍ୟ ବୃଦ୍ଧି ପାଇ ଏହା ଆଜି 59,84,790ରେ ପହଞ୍ଚିଛି

ଗତ 24 ଘଣ୍ଟା ମଧ୍ୟରେ 69,720 ରୋଗୀ ସୁସ୍ଥ ହୋଇ ହସ୍ପିଟାଲରୁ  ମୁକୁଳିଛନ୍ତି ଜାତୀୟ ସୁସ୍ଥତା ହାର ମଧ୍ୟ ବୃଦ୍ଧି ପାଇ 88.63 ପ୍ରତିଶତରେ ପହଞ୍ଚିଛି

ନୂତନ ଭାବେ ସୁସ୍ଥ ହୋଇଥିବା ରୋଗୀମାନଙ୍କ ମଧ୍ୟରେ ଶତକଡା 78 ପ୍ରତିଶତ 10ଟି ରାଜ୍ୟ କେନ୍ଦ୍ରଶାସିତ ଅଞ୍ଚଳର ବୋଲି ଜଣାପଡିଛି ଗୋଟିଏ ଦିନରେ ମହାରାଷ୍ଟ୍ରରୁ ସର୍ବାଧିକ 15 ହଜାର ସୁସ୍ଥ ହୋଇଥିବା ବେଳେ ତାପଛକୁ କର୍ଣ୍ଣାଟକରୁ 8 ହଜାରରୁ ଅଧିକ ଆରୋଗ୍ୟ ଲାଭ କରିଛନ୍ତି

http://static.pib.gov.in/WriteReadData/userfiles/image/image004CKWJ.jpg

ଶତକଡା 75 ଭାଗ ନୂତନ ସଂକ୍ରମିତ 10ଟି ରାଜ୍ୟ କେନ୍ଦ୍ରଶାସିତ ଅଞ୍ଚଳର ବୋଲି ଜଣାପଡିଛି ମହାରାଷ୍ଟ୍ର, କର୍ଣ୍ଣାଟକ କେରଳରୁ 5 ହଜାରରୁ ଉର୍ଦ୍ଧ୍ଵ ଲେଖାଏଁ ନୂତନ ସଂକ୍ରମିତ ରହିଛନ୍ତି

http://static.pib.gov.in/WriteReadData/userfiles/image/image005V6NS.jpg

ଗତ 24 ଘଣ୍ଟା ମଧ୍ୟରେ 587 ଜଣଙ୍କର ମୃତ୍ୟୁ ଘଟିଛି ସେଥିମଧ୍ୟରୁ ପାଖାପାଖି ଶତକଡା 81 ପ୍ରତିଶତ 10ଟି ରାଜ୍ୟ କେନ୍ଦ୍ରଶାସିତ ଅଞ୍ଚଳରୁ ଅଛନ୍ତି କ୍ରମାଗତ ଦ୍ଵିତୀୟ ଦିନ ନିମନ୍ତେ ମୃତ୍ୟୁ ସଂଖ୍ୟା 600ରୁ କମ ରହିଛି

ମହାରାଷ୍ଟ୍ରରୁ ସର୍ବାଧିକ ଗୋଟିଏ ଦିନରୁ 125 ଜଣଙ୍କର ମୃତ୍ୟୁ ଘଟିଛି

http://static.pib.gov.in/WriteReadData/userfiles/image/image006JEJE.jpg

ବିଶ୍ଵରେ ଭାରତ ଏକମାତ୍ର ଦେଶ ଯେଉଁଠି ସର୍ବାଧିକ ରୋଗୀ ସୁସ୍ଥ ହେଉଥିବା ବେଳେ ମୃତ୍ୟୁ ହାର ସର୍ବନିମ୍ନ ରହିଛି ଆଜି ଏହି ହାର 1.52 ପ୍ରତିଶତ ରହିଥିବା ବେଳେ କ୍ରମାଗତ ଭାବେ ସକ୍ରିୟ ମାମଲା ମଧ୍ୟ ହ୍ରାସ ପାଉଛି

 

**********



(Release ID: 1666174) Visitor Counter : 233