ସ୍ୱାସ୍ଥ୍ୟ ଓ ପରିବାର ମନ୍ତ୍ରଣାଳୟ

ଭାରତରେ ଲଗାତର କମୁଛି ସକ୍ରିୟ କରୋନା ମାମଲା

● ତୃତୀୟ ଦିନ ପାଇଁ ସକ୍ରିୟ ମାମଲା 8 ଲକ୍ଷରୁ କମ
● ଲଗାତର ଚତୁର୍ଥ ଦିନ ପାଇଁ ଜାତୀୟ ପଜିଟିଭିଟି ହାର 8%ରୁ କମ

Posted On: 19 OCT 2020 11:22AM by PIB Bhubaneshwar

କୋଭିଡ-19 ବିରୋଧୀ ଲଢ଼େଇରେ ଭାରତ ଆଉ ଏକ ମାଇଲଖୁଣ୍ଟ ଅତିକ୍ରମ କରିଛି । ଜାତୀୟ ପଜିଟିଭିଟି ହାର 8% ତଳକୁ ହ୍ରାସ ପାଇଛି । ଲଗାତର ଚତୁର୍ଥ ଦିନ ପାଇଁ ଏହି ଧାରା ଜାରି ରହିଛି । ପଜିଟିଭିଟି ହାର ଏବେ 7.94% ରହିଛି ଏବଂ ଏହା ନିରନ୍ତର ଭାବେ କମିବାରେ ଲାଗିଛି ।

ଦେଶସାରା ବ୍ୟାପକ ଟେଷ୍ଟିଙ୍ଗ ରଣନୀତି ଆପଣାଇବା ଯୋଗୁ ଏହା ସମ୍ଭବ ହୋଇଛି । ଇତିମଧ୍ୟରେ ଦେଶରେ ମୋଟ କରୋନା ଟେଷ୍ଟିଙ୍ଗ 9.5 କୋଟି ଅତିକ୍ରମ କରିଛି ।

WhatsApp Image 2020-10-19 at 10.36.40 AM.jpeg

ଉପଲବ୍ଧ ତଥ୍ୟରୁ ଏହା ସ୍ପଷ୍ଟ ହୋଇଛି ଯେ ଟେଷ୍ଟିଙ୍ଗ ମାତ୍ରା ଲଗାତର ଭାବେ ବୃଦ୍ଧି ପାଉଥିବାରୁ ପଜିଟିଭିଟି ହାର ହ୍ରାସ ହେବାରେ ଏହା ବିଶେଷ ସହାୟକ ହେଉଛି । ନିରନ୍ତର ଭାବେ ପଜିଟିଭିଟି ହାର ହ୍ରାସ ପାଉଥିବାରୁ ସଂକ୍ରମଣ ବ୍ୟାପିବା ହାର ଫଳପ୍ରଦ ଭାବେ ନିୟନ୍ତ୍ରଣକୁ ଆସୁଥିବା ପ୍ରତୀୟମାନ ହେଉଛି ।

ପ୍ରାୟ ସମସ୍ତ ଅଞ୍ଚଳରେ ଅଧିକ ଟେଷ୍ଟିଙ୍ଗ କରାଯିବା ଦ୍ୱାରା ପଜିଟିଭ ମାମଲାଗୁଡ଼ିକୁ ଆଗୁଆ ଚିହ୍ନଟ କରାଯାଇ ପାରୁଛି, ନିରୀକ୍ଷଣ ଏବଂ କଣ୍ଟାକ୍ଟ ଟ୍ରେସିଙ୍ଗ ଯୋଗୁ ସ୍ଥିତିର ମୁକାବିଲା କରାଯାଇ ପାରୁଛି । ଏମିତି କି ସାଂଘାତିକ ମାମଲାଗୁଡ଼ିକ କ୍ଷେତ୍ରରେ ଠିକଣା ସମୟରେ ଉପଯୁକ୍ତ ଚିକିତ୍ସା ସେବା ଉଭୟ ଘରେ ଏବଂ ଡାକ୍ତରଖାନାରେ ଉପଲବ୍ଧ କରାଯାଉଛି । ଏହିସବୁ ସାମଗ୍ରିକ ପଦକ୍ଷେପ ଦ୍ୱାରା ଦେଶରେ କରୋନା ମୃତ୍ୟୁ ହାର ହ୍ରାସ ପାଉଛି ।

WhatsApp Image 2020-10-19 at 10.36.42 AM.jpeg

ଅକ୍ଟୋବର ତୃତୀୟ ସପ୍ତାହ ପାଇଁ ଦେଶରେ ହାରାହାରି ଦୈନିକ ପଜିଟିଭିଟି ହାର 6.13% ରହିଛି । କେନ୍ଦ୍ର ସରକାରଙ୍କ ସଫଳ ଟେଷ୍ଟିଙ୍ଗ, ଟ୍ରାକିଙ୍ଗ, ଟ୍ରେସିଙ୍ଗ, ଚିକିତ୍ସା ଏବଂ ପ୍ରଯୁକ୍ତି ରଣନୀତିକୁ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକ ଉପଯୁକ୍ତ ଭାବେ ପାଳନ କରୁଥିବାରୁ କରୋନା ସ୍ଥିତି ଏଭଳି ଶିଥିଳ ପଡ଼ିଛି ।

WhatsApp Image 2020-10-19 at 10.36.43 AM.jpeg

ସକ୍ରିୟ ମାମଲା ଲଗାତର ଭାବେ ହ୍ରାସ ପାଉଥିବାର ଧାରା ନେଇ ଭାରତ ଏବେ ରିପୋର୍ଟ ଦେଇଚାଲିଛି । ଦେଢ଼ ମାସ ପରେ ଲଗାତର ତୃତୀୟ ଦିନ ପାଇଁ ସକ୍ରିୟ ମାମଲା 8 ଲକ୍ଷ ତଳେ ରହିଛି ଏବଂ ଏହା ହ୍ରାସ ପାଇବାରେ ଲାଗିଛି ।

ଭାରତର ସକ୍ରିୟ କରୋନା ମାମଲା ଆଜି ଦିନରେ 7,72,055 ରହିଛି ।

ବର୍ତ୍ତମାନ ଦେଶର ସର୍ବମୋଟ ପଜିଟିଭ ମାମଲାର ସକ୍ରିୟ ମାମଲା ପରିମାଣ ପ୍ରାୟ 10.23% ରହିଛି ।

ମୋଟ ଆରୋଗ୍ୟ ମାମଲା 66 ଲକ୍ଷ (66,63,608)ରୁ ଅଧିକ ରହିଛି ଏବଂ ସକ୍ରିୟ ମାମଲା ସଂଖ୍ୟା ତୁଳନାରେ ଏହା ବୃଦ୍ଧି ପାଉଛି ।

ବିଗତ 24 ଘଣ୍ଟା ମଧ୍ୟରେ ଦେଶରେ 66,399 ରୋଗୀ କରୋନାରୁ ଆରୋଗ୍ୟ ଲାଭ କରି ଡିସଚାର୍ଜ ହୋଇଛନ୍ତି, ଯେବେ କି 55,722 ନୂଆ ରୋଗୀ ଚିହ୍ନଟ କରାଯାଇଛି । ଜାତୀୟ ସୁସ୍ଥ ହାର 88.26%କୁ ବୃଦ୍ଧି ପାଇଛି ।

ନୂଆ ଆରୋଗ୍ୟ ମାମଲାର 79% 10 ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳ ଯଥା ମହାରାଷ୍ଟ୍ର, କେରଳ, କର୍ଣ୍ଣାଟକ, ତାମିଲନାଡୁ, ଆନ୍ଧ୍ରପ୍ରଦେଶ, ଉତ୍ତରପ୍ରଦେଶ, ପଶ୍ଚିମବଙ୍ଗ, ଦିଲ୍ଲୀ, ଓଡ଼ିଶା ଏବଂ ଛତିଶଗଡ଼ରେ ରହିଛି । ମହାରାଷ୍ଟ୍ରରେ ଦିନକରେ ଏକାକି ସର୍ବାଧିକ 11,000ରୁ ଅଧିକ ରୋଗୀ ଆରୋଗ୍ୟ ଲାଭ କରିଥିବା ବେଳେ ଏହା ପଛକୁ ଥିବା କେରଳ ଏବଂ କର୍ଣ୍ଣାଟକରେ 8,000ରୁ ଅଧିକ ଲେଖାଏ ରୋଗୀ ସୁସ୍ଥ ହୋଇଛନ୍ତି ।

WhatsApp Image 2020-10-19 at 10.23.40 AM.jpeg

ଗତ 24 ଘଣ୍ଟାରେ 55,722 ନୂଆ ମାମଲା ରେକର୍ଡ କରାଯାଇଛି ।

ତନ୍ମଧ୍ୟରୁ 81% 10 ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳରୁ ରହିଛି । ସର୍ବାଧିକ ନୂଆ ରୋଗୀ ସୃଷ୍ଟିରେ ମହାରାଷ୍ଟ୍ର ପୁଣି ଆଗରେ ରହିଛି । ଏଠାରେ ଦିନକରେ 9,000ରୁ ଅଧିକ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହା ପଛକୁ ଥିବା କେରଳ ଓ କର୍ଣ୍ଣାଟକରେ 7,000ରୁ ଅଧିକ ଲେଖାଏ ରୋଗୀ ସାମ୍ନାକୁ ଆସିଛନ୍ତି ।

WhatsApp Image 2020-10-19 at 10.23.37 AM.jpeg

ଗତ 24ଘଣ୍ଟାରେ 579 ରୋଗୀଙ୍କ ମୃତ୍ୟୁ ଘଟିଛି । 90 ଦିନ ପରେ ପ୍ରଥମ ଥର ପାଇଁ ଦୈନିକ କରୋନା ମୃତ୍ୟୁ ସଂଖ୍ୟା 600ରୁ କମ ରହିଛି । ଏଥିରୁ ପାଖାପାଖି 83% 10 ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରୁ ରହିଛି ।

24 ଘଣ୍ଟାରେ ରେକର୍ଡ ହୋଇଥିବା କରୋନା ମୃତ୍ୟୁର 25%ରୁ ଅଧିକ ମହାରାଷ୍ଟ୍ର (150)ରୁ ଆସିଛି ।

WhatsApp Image 2020-10-19 at 10.23.38 AM.jpeg

**********



(Release ID: 1665888) Visitor Counter : 198