ଆର୍ଥିକ ବ୍ୟାପାର ସଂକ୍ରାନ୍ତ କ୍ୟାବିନେଟ କମିଟି

ନାଗରନାର ଇସ୍ପାତ କାରଖାନାକୁ ଏନଏମଡିସି ଠାରୁ ପୃଥକ କରିବା ଏବଂ ପୃଥକୀକୃତ କମ୍ପାନୀର ରଣନୈତିକ ପୁଞ୍ଜି ପ୍ରତ୍ୟାହାର ପ୍ରସ୍ତାବକୁ କ୍ୟାବିନେଟ ମଞ୍ଜୁରି

प्रविष्टि तिथि: 14 OCT 2020 4:42PM by PIB Bhubaneshwar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଆର୍ଥିକ ବ୍ୟାପାର ସଂକ୍ରାନ୍ତ କ୍ୟାବିନେଟ କମିଟି (ସିସିଇଏ) ବୈଠକରେ ରାଷ୍ଟ୍ରୀୟ ଖଣିଜ ବିକାଶ ନିଗମ (ଏନଏମଡିସି) ଲିମିଟେଡ ଠାରୁ ନାଗରନାର ଇସ୍ପାତ କାରଖାନା (ଏନଏସପି)କୁ ପୃଥକ କରିବା ତଥା ପୃଥକ ହୋଇଥିବା କମ୍ପାନୀରେ ଥିବା ଭାରତ ସରକାରଙ୍କ ସମ୍ପୂର୍ଣ୍ଣ ଅଂଶଧନକୁ ଏକ ରଣନୈତିକ କ୍ରେତାଙ୍କୁ ବିକ୍ରି କରି ଏହାର ରଣନୈତିକ ପୁଞ୍ଜି ପ୍ରତ୍ୟାହାର ପ୍ରସ୍ତାବକୁ ନୀତିଗତ ମଞ୍ଜୁରି ମିଳିଛି।

ନାଗରନାର ଇସ୍ପାତ କାରଖାନା ଛତିଶଗଡ଼ର ବସ୍ତର ଜିଲ୍ଲା ଅନ୍ତର୍ଗତ ନାଗରନାରରେ ଏନଏମଡିସି ପକ୍ଷରୁ ପ୍ରତିଷ୍ଠିତ ତିନି ମିଲିୟନ ବାର୍ଷିକ କ୍ଷମତା ବିଶିଷ୍ଟ ଏକ ସମନ୍ବିତ ଇସ୍ପାତ କାରଖାନା। ଏହି କାରଖାନା 1980 ଏକର ଭୂମିରେ ପରିବ୍ୟାପ୍ତ ଏବଂ ଏହାର ସଂଶୋଧିତ ବ୍ୟୟ 23,140 କୋଟି ଟଙ୍କା (14.07.2020 ସୁଦ୍ଧା) ଅଟେ। ଉପରୋକ୍ତ ତାରିଖରେ ଏନଏମଡିସି ଏହି ପ୍ରକଳ୍ପ ଉପରେ 17,186 କୋଟି ଟଙ୍କା ନିବେଶ କରିଛି, ଏଥିମଧ୍ୟରୁ 16,662 କୋଟି ଟଙ୍କା ଏନଏମଡିସି ନିଜସ୍ବ ପାଣ୍ଠିରୁ ଯୋଗାଡ଼ କରିଥିବା ବେଳେ ଅବଶିଷ୍ଟ 524 କୋଟି ଟଙ୍କା ବଣ୍ଡ ବଜାରରୁ ସଂଗ୍ରହ କରିଛି।

ଏହି ମଞ୍ଜୁରି ସହିତ, ଏନଏମଡିସିର ଏକ ୟୁନିଟ ଭାବେ ନାଗରନାର ଇସ୍ପାତ କାରଖାନାରୁ ପୁଞ୍ଜି ପ୍ରତ୍ୟାହାର ଲାଗି ପୂର୍ବରୁ 27 ଅକ୍ଟୋବର, 2016ରେ ଗ୍ରହଣ କରିଥିବା ନିଷ୍ପତ୍ତିରେ ସିସିଇଏ ସଂଶୋଧନ ଆଣିଛି।

ଏହାର ପୁଞ୍ଜିନିବେଶ ପୂର୍ବରୁ ପୃଥକ କମ୍ପାନୀ ଭାବେ ଏମଏସପିକୁ ପୃଥକ କରିବାର ପ୍ରସ୍ତାବ ଫଳରେ ନିମ୍ନୋକ୍ତ ସୁବିଧା ମିଳିପାରିବ:

  1. ପୃଥକୀକରଣ ଫଳରେ, ଏନଏମଡିସିସି କେବଳ ନିଜର ମୁଖ୍ୟ ଗତିବିଧି ଖନନ ଉପରେ ଧ୍ୟାନ କେନ୍ଦ୍ରିତ କରିପାରିବ;
  2. ପୃଥକୀକରଣ ପରେ, ଏନଏସପି ଏକ ଭିନ୍ନ କମ୍ପାନୀ ହେବ ଏବଂ ଏନଏମଡିସି ଓ ଏନଏସପିର ପରିଚାଳନା କର୍ତ୍ତୃପକ୍ଷ ନିଜସ୍ବ ସମ୍ପୃକ୍ତ ଗତିବିଧି ଓ ଆର୍ଥିକ ପ୍ରଦର୍ଶନ ପାଇଁ ଉତ୍ତରଦାୟୀ ରହିବେ। ଏନଏମଡିସିର ଶେୟାରଧାରକମାନେ ପୃଥକ କମ୍ପାନୀ (ଏନଏସପି)ରେ ମଧ୍ୟ ଶେୟାରଧାରକ ହୋଇ ରହିବେ।
  • III. ପୃଥକୀକରଣ ପରେ, ନିବେଶକମାନେ ଏନଏମଡିସି ଏବଂ ଏନସପିର ପରିଚାଳନା ଏବଂ ନଗଦ ପ୍ରବାହକୁ ଉନ୍ନତ ଢଙ୍ଗରେ ଦେଖିପାରିବେ।
  1. ପୁଞ୍ଜିଗତ ଲାଭ ଦୃଷ୍ଟିରୁ ଏହି ପୃଥକୀକରଣର ଟିକସ ସହିତ କୌଣସି ସମ୍ପର୍କ ରହିବ ନାହିଁ।

ସିସିଇଏର ନିଷ୍ପତ୍ତି ଅନୁଯାୟୀ, ପୃଥକୀକରଣ ଏବଂ ପୁଞ୍ଜିପ୍ରତ୍ୟାହାର ପ୍ରକ୍ରିୟା ସମାନ୍ତରାଳ ଭାବେ ଜାରି ରହିବ ଏବଂ ପୃଥକ କମ୍ପାନୀର ପୁଞ୍ଜି ପ୍ରତ୍ୟାହାର କାର୍ଯ୍ୟ ସେପ୍ଟେମ୍ବର 2021 ସୁଦ୍ଧା ପୂରଣ ହେବାର ସମ୍ଭାବନା ରହିଛି।

ଏନଏମଡିସି ଇସ୍ପାତ ମନ୍ତ୍ରଣାଳୟ ଅନ୍ତର୍ଗତ ଏକ ତାଲିକାଭୁକ୍ତ କେନ୍ଦ୍ରୀୟ ରାଷ୍ଟ୍ରାୟତ୍ତ ଉଦ୍ୟୋଗ ଏବଂ ଏହି କମ୍ପାନୀରେ ଭାରତ ସରକାରଙ୍କର 69.65 ପ୍ରତିଶତ ଅଂଶଧନ ରହିଛି।

 

************

 


(रिलीज़ आईडी: 1665291) आगंतुक पटल : 211
इस विज्ञप्ति को इन भाषाओं में पढ़ें: Malayalam , English , Marathi , Urdu , हिन्दी , Manipuri , Bengali , Assamese , Punjabi , Gujarati , Tamil , Telugu