ସଂସ୍କୃତି ମନ୍ତ୍ରଣାଳୟ
ଆସନ୍ତାକାଲି ଏକ ଭର୍ଚୁଆଲ ସମାରୋହରେ ଶ୍ରୀମତୀ ବିଜୟାରାଜେ ସିନ୍ଧିଆଙ୍କ ସମ୍ମାନାର୍ଥେ 100 ଟଙ୍କିଆ ସ୍ମାରକୀ ମୁଦ୍ରା ଉନ୍ମୋଚନ କରିବେ ପ୍ରଧାନମନ୍ତ୍ରୀ
Posted On:
11 OCT 2020 3:57PM by PIB Bhubaneshwar
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଅକ୍ଟୋବର 12, 2020ରେ ଆୟୋଜିତ ଏକ ଭର୍ଚୁଆଲ ସମାରୋହରେ ଶ୍ରୀମତୀ ବିଜୟାରାଜେ ସିନ୍ଧିଆଙ୍କ ସମ୍ମାନାର୍ଥେ 100 ଟଙ୍କିଆ ସ୍ମାରକୀ ମୁଦ୍ରା ଉନ୍ମୋଚନ କରିବେ । ଶ୍ରୀମତୀ ବିଜୟାରାଜେ ସିନ୍ଧିଆ ଗ୍ୱାଲିଅର ରାଜମାତା ଭାବରେ ଜଣାଶୁଣା । ବିଜୟାରାଜ ସିନ୍ଧିଆଙ୍କ ଜନ୍ମ ଶତବାର୍ଷିକୀ ପାଳନ ଅବସରରେ ଏହି ମୁଦ୍ରା ଉନ୍ମୋଚନ ହେଉଛି । ଏହି ଉତ୍ସବର ଏକ ଅଂଶ ଭାବରେ ଅର୍ଥ ମନ୍ତ୍ରଣାଳୟ ଦ୍ୱାରା ସ୍ୱତନ୍ତ୍ର ସ୍ମାରକୀ ମୁଦ୍ରା କରାଯାଇଥିଲା । ଆସନ୍ତାକାଲି ପ୍ରଧାନମନ୍ତ୍ରୀଙ୍କ ଦ୍ଵାରା ଶ୍ରୀମତୀ ସିନ୍ଧିଆଙ୍କ ଜନ୍ମ ବାର୍ଷିକୀରେ ଏହି ମୁଦ୍ରା ପ୍ରକାଶ ପାଇବ । ଭର୍ଚୁଆଲ ପ୍ଲାଟଫର୍ମ ମାଧ୍ୟମରେ ଦେଶର ବିଭିନ୍ନ ପ୍ରାନ୍ତରୁ ଶ୍ରୀମତୀ ସିନ୍ଧିଆଙ୍କ ପରିବାର ସଦସ୍ୟଙ୍କ ସହିତ ଅନ୍ୟ ମାନ୍ୟଗଣ୍ୟ ବ୍ୟକ୍ତିମାନେ ଏହି ସମାରୋହରେ ଯୋଗଦେବେ ।
**********
(Release ID: 1663593)
Visitor Counter : 144
Read this release in:
English
,
Urdu
,
Marathi
,
Hindi
,
Assamese
,
Bengali
,
Manipuri
,
Punjabi
,
Gujarati
,
Tamil
,
Telugu
,
Malayalam