ପ୍ରତିରକ୍ଷା ମନ୍ତ୍ରଣାଳୟ

ଡିଆରଡିଓ ପକ୍ଷରୁ ସ୍ଵଦେଶୀ ଜ୍ଞାନ କୌଶଳରେ ବିକଶିତ ଆଣ୍ଟି ରେଡିଅସନ କ୍ଷେପଣାସ୍ତ୍ର ରୁଦ୍ରମର ସଫଳ ପରୀକ୍ଷଣ

ପୋଷ୍ଟ କରାଯିବା ଦିନାଙ୍କ: 09 OCT 2020 3:12PM by PIB Bhubaneswar

ଅତ୍ୟାଧୁନିକ ଆଣ୍ଟି ରେଡିଅସନ କ୍ଷେପଣାସ୍ତ୍ର ରୁଦ୍ରମ ଓଡିଶା ଉପକୂଳର ହ୍ବିଲର ଦୀପପୁଞ୍ଜରେ ଥିବା ରେଡିଅସନ ଲକ୍ଷ୍ୟକୁ ସଫଳତାର ସହ ଭେଦ କରିଛି ଏସୟୁ-30 ଏମକେଆଇ ଲଢୁଆ ବିମାନରୁ ଏହି କ୍ଷେପଣାସ୍ତ୍ରକୁ ଉତକ୍ଷେପଣ କରାଯାଇଥିଲା  ଭାରତୀୟ ବାୟୁସେନାର ରୁଦ୍ରମ ହେଉଛି ପ୍ରଥମ ସ୍ଵଦେଶୀ ଜ୍ଞାନକୌଶଳରେ ନିର୍ମିତ ରେଡିଅସନ କ୍ଷେପଣାସ୍ତ୍ର ଯାହାକି ପ୍ରତିରକ୍ଷା ଗବେଷଣା ଏବଂ ଉନ୍ନୟନ ସଂଗଠନ (ଡିଆରଡିଓ) ପକ୍ଷରୁ ବିକଶିତ ହୋଇଛି ଏସୟୁ-30 ଏମକେଆଇ ଲଢୁଆ ଯୁଦ୍ଧ ବିମାନକୁ ଉତକ୍ଷେପଣସ୍ଥଳୀ ଭାବେ ବ୍ୟବହାର କରି ଏହାର ପରୀକ୍ଷଣ କରାଯାଇଛି ଏହା ଆକ୍ରମଣ ପାଇଁ ଆଇଏନଏସ ଜିପିଏସ ଦିଗ ନିର୍ଣ୍ଣାୟକର ବ୍ୟବହାର କରିଥାଏ ରୁଦ୍ରମ ରେଡିଅସନ ଲକ୍ଷ୍ୟକୁ ସଂପୂର୍ଣ୍ଣ ଦକ୍ଷତାର ସହିତ ନିର୍ଭୁଲ ଭାବେ ଭେଦ କରିଛି

ଏଥିରେ ଥିବା ପାସିଭ ହୋମିଙ୍ଗ ହେଡ ଫ୍ରିକ୍ୟେନ୍ସି ପ୍ରୋଗ୍ରାମ ଅନୁସାରେ ଲକ୍ଷ୍ୟସ୍ଥଳ ଚିହ୍ନଟ କରି ଭେ କରିପାରିବ ଶତ୍ରୁ ପକ୍ଷର ବାୟୁ ପ୍ରତିରକ୍ଷା ପଦ୍ଧତିକୁ ବହୁ ଦୂରରୁ ପ୍ରତିହତ କରିବା ପାଇଁ ଏହା ଭାରତୀୟ ବାୟୁସେନାର ଏକ ଅମୋଘ କ୍ଷେପଣାସ୍ତ୍ର ଏଥିସହିତ ଦେଶ ସ୍ଵଦେଶୀ ଜ୍ଞାନକୌଶଳରେ ଆଣ୍ଟି ରେଡିଅସନ କ୍ଷେପଣାସ୍ତ୍ର ନିର୍ମାଣ କରିବାର ସାମର୍ଥ୍ୟ ହାସଲ କରିଛି ଏହା ଶତ୍ରୁ ପକ୍ଷର ରାଡାର ପଦ୍ଧତିକୁ ଚଖମା ଦେଇ ଲକ୍ଷ୍ୟଭେଦ କରିପାରିବ

 

**********

 


(ରିଲିଜ ଆଡି: 1663244) ପରିଦର୍ଶକ କାଉଣ୍ଟର : 382