ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ

କୋଭିଡ-19 ଉପଯୁକ୍ତ ଆଚରଣ ନେଇ ସଚେତନତା ସୃଷ୍ଟି କରିବା ପାଇଁ ଆସନ୍ତାକାଲି ଜନ ଆନ୍ଦୋଳନ ଅଭିଯାନର ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ

Posted On: 07 OCT 2020 7:26PM by PIB Bhubaneshwar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆସନ୍ତାକାଲି (08.10.2020) କୋଭିଡ-19 ଉପଯୁକ୍ତ ଆଚରଣ ନେଇ ସଚେତନତା ସୃଷ୍ଟି କରିବା ପାଇଁ ଜନ ଆନ୍ଦୋଳନ ଅଭିଯାନର ଶୁଭାରମ୍ଭ ଏକ ଟ୍ଵିଟ ଜରିଆରେ କରିବେ ଏହି ଅଭିଯାନ ଆଗକୁ ଆସୁଥିବା ବିଭିନ୍ନ ପର୍ବପର୍ବାଣୀ, ଶୀତ ଋତୁ ଏବଂ ଆର୍ଥିକ କାର୍ଯ୍ୟକଳାପ ଖୋଲାଯିବାକୁ ଦୃଷ୍ଟିରେ ରଖି ଆରମ୍ଭ କରାଯିବ ଜନ ଆନ୍ଦୋଳନରେ ଲୋକଙ୍କ ଭାଗୀଦାରିତାକୁ ଉତ୍ସାହିତ କରିବା ପାଇଁ ଏହି ଅଭିଯାନ ଆରମ୍ଭ କରାଯିବ ସ୍ୱଳ୍ପ ବ୍ୟୟ ଯୁକ୍ତ ଏହି ଅଭିଯାନରେ ମାସ୍କ ପିନ୍ଧିବା, ସାମାଜିକ ଦୂରତ୍ଵ ରକ୍ଷା ଓ ହାତଧୁଆ ବାର୍ତ୍ତା ଉପରେ ପ୍ରାଧାନ୍ୟ ଦିଆଯିବ ସମସ୍ତଙ୍କ ଦ୍ଵାରା କୋଭିଡ-19 ଶପଥ ପାଠ କରାଯିବ । କେନ୍ଦ୍ର, ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ବିଭିନ୍ନ ମନ୍ତ୍ରଣାଳୟ ଓ ବିଭାଗ ପକ୍ଷରୁ ଏକ ସମନ୍ଵିତ ଯୋଜନାକୁ କାର୍ଯ୍ୟକାରୀ କରାଯିବ । ଯେଉଁ ବିଷୟଗୁଡିକ ଉପରେ ବିଶେଷ ଗୁରୁତ୍ଵ ଦିଆଯିବ ସେଗୁଡିକ ହେଲା - (1) ଅଧିକ ସଂକ୍ରମଣଯୁକ୍ତ ଜିଲ୍ଲା ବା ଅଞ୍ଚଳକୁ ନିର୍ଦ୍ଦିଷ୍ଟ ଭାବେ ଗୁରୁତ୍ଵ ଦିଆଯିବ, (2) ସମସ୍ତ ନାଗରିକଙ୍କ ପାଖରେ ସରଳ ଓ ସହଜରେ ବୁଝିପାରୁଥିବା ବାର୍ତ୍ତା ପହଞ୍ଚାଯିବ, (3) ସମସ୍ତ ଗଣମାଧ୍ୟମ ଜରିଆରେ ସୂଚନା ପ୍ରଦାନ, (4) ସର୍ବସାଧାରଣ ସ୍ଥାନରେ ବ୍ୟାନର ଓ ପୋଷ୍ଟର ପ୍ରଦର୍ଶନ ଯେଉଁଥିରେ ସମ୍ମୁଖ ଯୋଦ୍ଧା ଏବଂ ବିଭିନ୍ନ ସରକାରୀ ଯୋଜନାରେ ହିତାଧିକାରୀମାନଙ୍କୁ ଟାର୍ଗେଟ କରାଯିବ, (5) ପ୍ରାଚୀର ଚିତ୍ର, ହୋର୍ଡିଙ୍ଗ ଓ ଇଲେକ୍ଟ୍ରୋନିକ ଡିସ୍ପ୍ଲେ ବୋର୍ଡ ସରକାରୀ ସଂସ୍ଥା ପରିସର ମଧ୍ୟରେ ଲଗାଯିବ, (6) ସ୍ଥାନୀୟ ଓ ଜାତୀୟ ସ୍ତରରେ ପ୍ରଭାବିତ କରିପାରୁଥିବା ବ୍ୟକ୍ତିଙ୍କ ଜରିଆରେ ଘରେ ଘରେ ବାର୍ତ୍ତା ଦିଆଯିବ, (7) ନିୟମିତ ସଚେତନତା ସୃଷ୍ଟି ପାଇଁ ଭ୍ରାମ୍ୟମାଣ ଯାନର ବ୍ୟବହାର, (8) ସଚେତନତା ପାଇଁ ଅଡିଓ ବାର୍ତ୍ତା, ପାମ୍ପଲେଟ ଓ ଲିଫଲେଟ ଦ୍ଵାରା ପ୍ରଚାର, (9) କୋଭିଡ ବାର୍ତ୍ତା ପ୍ରଚାର ପାଇଁ ସ୍ଥାନୀୟ କେବୁଲ ଅପରେଟରମାନଙ୍କ ସହାୟତା, (10) ଅଧିକରୁ ଅଧିକ ପ୍ରଭାବ ପାଇଁ ବିଭିନ୍ନ ସ୍ଥାନରେ ସମନ୍ଵିତ ଗଣମାଧ୍ୟମ ଅଭିଯାନ ।

 

**********



(Release ID: 1662514) Visitor Counter : 222