କ୍ୟାବିନେଟ

ଭାରତ ଓ ଜାପାନ ମଧ୍ୟରେ ସାଇବର ସୁରକ୍ଷା କ୍ଷେତ୍ରରେ ବୁଝାମଣା

Posted On: 07 OCT 2020 4:33PM by PIB Bhubaneshwar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ବୈଠକ ଭାରତ ଓ ଜାପାନ ମଧ୍ୟରେ ସାଇବର ସୁରକ୍ଷା ନେଇ ବୁଝାମଣା ପତ୍ର ସ୍ଵାକ୍ଷର କରିବାକୁ ଅନୁମତି ପ୍ରଦାନ କରିଛନ୍ତି

ଏହି ବୁଝାମଣା ସ୍ଵାକ୍ଷରିତ ହେବା ଫଳରେ ଉଭୟ ଦେଶ ମଧ୍ୟରେ ସାଇବର ସ୍ପେସରେ ସାମର୍ଥ୍ୟ ବୃଦ୍ଧି, ଭିତ୍ତିଭୂମି ସୁରକ୍ଷା, ନୂଆ ନୂଆ ପ୍ରଯୁକ୍ତି ବିଦ୍ୟା, ସାଇବର ସୁରକ୍ଷା ପ୍ରତି ସୃଷ୍ଟି ହେଉଥିବା ବିପଦର ମୁକାବିଲା ଇତ୍ୟାଦିରେ ସହଯୋଗ ବୃଦ୍ଧି ପାଇବ ସୂଚନା ଓ ପ୍ରଯୁକ୍ତି ତଥା ଭିତ୍ତିଭୂମି କ୍ଷେତ୍ରରେ ମଧ୍ୟ ଉଭୟ ଦେଶ ମିଳିମିଶି କାର୍ଯ୍ୟ କରିବେ ଭାରତ ଓ ଜାପାନ ଏକ ଅବାଧ, ନିରପେକ୍ଷ ଓ ନିର୍ଭରଶୀଳ ସାଇବର ସ୍ପେସ ବାତାବରଣ ପାଇଁ ପ୍ରତିଶ୍ରୁତିବଦ୍ଧ ଏହାଛଡା ଉଦ୍ଭାବନ, ଆର୍ଥିକ ଅଭିବୃଦ୍ଧି, ବେପାର ବଣିଜ ଇତ୍ୟାଦି ପାଇଁ ଆବଶ୍ୟକ ଇଣ୍ଟରନେଟର ସହାୟତା ନେଇ ମଧ୍ୟ ଦୁଇ ଦେଶ କାର୍ଯ୍ୟ କରିବେ ଉଭୟ ଦେଶ ଏହି ବୁଝାମଣା ଜରିଆରେ ଜାତିସଂଘ ସମେତ ଅନ୍ୟାନ୍ୟ ଆନ୍ତର୍ଜାତିକ କ୍ଷେତ୍ରରେ ମଧ୍ୟ ସହଯୋଗ ସୁନିଶ୍ଚିତ କରିବେ ବିଭିନ୍ନ ସୂଚନା ଓ ପ୍ରଯୁକ୍ତିବିଦ୍ୟା ସମ୍ପର୍କିତ ସାମଗ୍ରୀର ଆଦାନ ପ୍ରଦାନ ଦିଗରେ ଦୁଇ ଦେଶ ସହଯୋଗ କରିବା ସହ ଏହାର ସୁରକ୍ଷା ମଧ୍ୟ କରିପାରିବେ

 

**********



(Release ID: 1662464) Visitor Counter : 159