କ୍ୟାବିନେଟ

ଜୁଲୋଜିକାଲ ସର୍ଭେ ଅଫ ଇଣ୍ଡିଆ ଏବଂ ଆନ୍ତର୍ଜାତିକ ବାରକୋଡ ଅଫ ଲାଇଫ ମଧ୍ୟରେ ବୁଝାମଣାକୁ କ୍ୟାବିନେଟର ଅନୁମୋଦନ

Posted On: 07 OCT 2020 4:32PM by PIB Bhubaneshwar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ବୈଠକରେ ଜୁଲୋଜିକାଲ ସର୍ଭେ ଅଫ ଇଣ୍ଡିଆ ଏବଂ କାନାଡାର ଆନ୍ତର୍ଜାତିକ ବାରକୋଡ ଅଫ ଲାଇଫ ମଧ୍ୟରେ ହୋଇଥିବା ବୁଝାମଣାପତ୍ରକୁ ଅନୁମୋଦନ କରାଯାଇଛି ଗତ ଜୁନ ମାସରେ କେନ୍ଦ୍ର ପରିବେଶ, ଜଙ୍ଗଲ ଜଳବାୟୁ ପରିବର୍ତ୍ତନ ମନ୍ତ୍ରଣାଳୟ ଅଧିନସ୍ଥ ଜୁଲୋଜିକାଲ ସର୍ଭେ ଅଫ ଇଣ୍ଡିଆ ସହ ଏହି ରାଜିନାମା ହୋଇଥିଲା

ଡିଏନଏ ବାରକୋଡିଂ ପାଇଁ ଜୁଲୋଜିକାଲ ସର୍ଭେ ଅଫ ଇଣ୍ଡିଆ ଏବଂ ଆନ୍ତର୍ଜାତିକ ବାରକୋଡ ଅଫ ଲାଇଫ ମଧ୍ୟରେ ଏହି ବୁଝାମଣା ହୋଇଥିଲା ଡିଏନଏ ବାରକୋଡିଂ ପଦ୍ଧତି ଦ୍ଵାରା ବିଭିନ୍ନ ପ୍ରଜାତିର ଜୀବଜନ୍ତୁଙ୍କୁ ଜିନ ଅଞ୍ଚଳ ଭିତ୍ତିରେ ଶୀଘ୍ର ଚିହ୍ନଟ କରିହେବ ଆନ୍ତର୍ଜାତିକ ବାରକୋଡ ଅଫ ଲାଇଫ ଏକ ଗବେଷଣା ସଂଗଠନ ଯାହାକି ବିଭିନ୍ନ ଦେଶରେ ଗ୍ଲୋବାଲ ରେଫରାନ୍ସ ଡାଟା ବେସ ସୃଷ୍ଟି କରି ବିଭିନ୍ନ ଜୈବ ବିବିଧତାର କାରଣ ସମ୍ପର୍କରେ ବିଶ୍ଳେଷଣ କରିଥାଏ ଏହି ବୁଝାମଣା ଯୋଗୁଁ ଜୁଲୋଜିକାଲ ସର୍ଭେ ଅଫ ଇଣ୍ଡିଆ ବିଶ୍ଵ ସ୍ତରୀୟ ବାୟୋସ୍କାନ ଏବଂ ଜୈବ ବିବିଧତା ମିଶନରେ ଅଂଶଗ୍ରହଣ କରିପାରିବ

 

**********



(Release ID: 1662463) Visitor Counter : 156