ସ୍ୱାସ୍ଥ୍ୟ ଓ ପରିବାର ମନ୍ତ୍ରଣାଳୟ

କ୍ରମାଗତ ଭାବେ 11 ଦିନ ପାଇଁ କରୋନା ସକ୍ରିୟ ମାମଲା ସଂଖ୍ୟା 10 ଲକ୍ଷରୁ କମ

● 12 ଦିନରେ ସୁସ୍ଥ ହେଲେ 10 ଲକ୍ଷ ଆକ୍ରାନ୍ତ

Posted On: 02 OCT 2020 12:09PM by PIB Bhubaneshwar

କ୍ରମାଗତ 11 ଦିନ ଧରି ଭାରତରେ କରୋନା ସକ୍ରିୟ ମାମଲା 10 ଲକ୍ଷରୁ କମ ରହିଛି

ଆଜି କରୋନା ସକ୍ରିୟ ମାମଲାର ସଂଖ୍ୟା ରହିଛି 9,42,217

ପ୍ରତିଦିନ ଅଧିକରୁ ଅଧିକ ଆକ୍ରାନ୍ତ ସୁସ୍ଥ ହେଉଥିବା ବେଳେ ଗତ 24 ଘଣ୍ଟା ମଧ୍ୟରେ 78,877 ଜଣ ସୁସ୍ଥ ହୋଇଛନ୍ତି ଏହା କେବଳ ପ୍ରତିଦିନ ଜାତୀୟ ସୁସ୍ଥ ହାର ବୃଦ୍ଧି ପାଉଥିବାରୁ ସମ୍ଭବ ହୋଇପାରିଛି, ଯାହାକି ଏବେ ରହିଛି 83.70%

ଆଜି ଦେଶରେ ମୋଟ ସୁସ୍ଥ ସଂଖ୍ୟା ରହିଛି 53,52,078 ଶେଷ 10 ଲକ୍ଷ ସୁସ୍ଥ କେବଳ 12 ଦିନ ମଧ୍ୟରେ ହୋଇପାରିଛନ୍ତି ଏହାସହ ଭାରତ ବିଶ୍ୱରେ ସବୁଠାରୁ ଅଧିକ ସୁସ୍ଥ ସଂଖ୍ୟାରେ ନିଜ ସ୍ଥାନ ବଜାୟ ରଖିଛି

10ଟି ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳରୁ 76.62% ସକ୍ରିୟ ମାମଲା ଆସିଛି ଏବେ ଦେଶର ମୋଟ ପଜିଟିଭ୍ ମାମଲା ମଧ୍ୟରୁ ମାତ୍ର 14.74% ସକ୍ରିୟ ମାମଲା  ରହିଛି ମହାରାଷ୍ଟ୍ରରେ ସର୍ବାଧିକ 2.5 ଲକ୍ଷ ସକ୍ରିୟ ମାମଲା ଥିବା ବେଳେ ଏହା ପଛକୁ କର୍ଣ୍ଣାଟକରେ ଅଛି 1 ଲକ୍ଷ ସକ୍ରିୟ ମାମଲା

14ଟି ରାଜ୍ୟ କେନ୍ଦ୍ରଶାସିତ ଅଞ୍ଚଳରେ 5 ହଜାରରୁ କମ୍ ସକ୍ରିୟ ମାମଲା ଅଛି

ଗତ 24 ଘଣ୍ଟା ମଧ୍ୟରେ ଦେଶରେ ମୋଟ 81,484ଟି ପଜିଟିଭ୍ ମାମଲା ଚିହ୍ନଟ ହୋଇଛି 10ଟି ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳରୁ ଏଥିରୁ 78.07% ଆସିଛି ମହାରାଷ୍ଟ୍ରରୁ ସର୍ବାଧିକ 16 ହଜାର ମାମଲା ଆସିଛି କର୍ଣ୍ଣାଟକରୁ 10 ହଜାର ଏବଂ କେରଳରୁ 8 ହଜାର ମାମଲା ଆସିଛି

ନୂତନ ଭାବେ ସୁସ୍ଥ ହୋଇଥିବା ଲୋକଙ୍କ ମଧ୍ୟରୁ 72% 10ଟି ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳରୁ ଆସିଛନ୍ତି ମହାରାଷ୍ଟ୍ରରେ ସବୁଠାରୁ ଅଧିକ ସୁସ୍ଥ ହୋଇଥିବା ବେଳେ ଏହା ପଛକୁ ଆନ୍ଧ୍ର ପ୍ରଦେଶ କର୍ଣ୍ଣାଟକର ସ୍ଥାନ ରହିଛି

ଗତ 24 ଘଣ୍ଟା ମଧ୍ୟରେ ଦେଶରେ 1095 ଜଣ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି ଏଥିରୁ 83.37% ମୃତ୍ୟୁ କେବଳ 10ଟି ରାଜ୍ୟ କେନ୍ଦ୍ରଶାସିତ ଅଞ୍ଚଳରୁ ହୋଇଛି ଗତ 24 ଘଣ୍ଟା ମଧ୍ୟରେ ମହାରାଷ୍ଟ୍ରରେ 36% ମୃତ୍ୟୁ ଅର୍ଥାତ୍ 394 ଜଣ ପ୍ରାଣ ହରାଇଛନ୍ତି ଏହା ପଛକୁ କର୍ଣ୍ଣାଟକରେ 130 ଜଣଙ୍କ ମୃତ୍ୟୁ ହୋଇଛି

 

**********



(Release ID: 1661089) Visitor Counter : 143