ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ଭାରତ-ଡେନମାର୍କ ଭର୍ଚୁଆଲ ଦ୍ୱିପାକ୍ଷିକ ଶିଖର ବୈଠକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦ୍ୱାରା ପ୍ରଦତ୍ତ ପ୍ରାରମ୍ଭିକ ମନ୍ତବ୍ୟ

Posted On: 28 SEP 2020 5:25PM by PIB Bhubaneshwar

ନମସ୍କାର, ମହାନୁଭବ!

ଆଜିର ଏହି ଭର୍ଚୁଆଲ ଶିଖର ବୈଠକ ମାଧ୍ୟମରେ ଆପଣଙ୍କ ସହିତ ବାର୍ତ୍ତାଳାପ କରିବାର ଅବସର ମୋତେ ମିଳିଛି ସେଥିପାଇଁ ମୋ ମନ ଅତି ମାତ୍ରାରେ ପ୍ରସନ୍ନ ସର୍ବ ପ୍ରଥମେ ଡେନମାର୍କରେ କୋଭିଡ଼-19  ଯୋଗୁ ହୋଇଥିବା କ୍ଷତି ପାଇଁ ମୁଁ ମୋର ସମ୍ବେଦନା ବ୍ୟକ୍ତ କରୁଛି ଏହି ସଂକଟରୁ ଉଦ୍ଧାର ପାଇବା ସକାଶେ ଆପଣଙ୍କ କୂଶଳୀ ନେତୃତ୍ୱକୁ ମୁଁ ମଧ୍ୟ ଅଭିନନ୍ଦନ ଜଣାଉଛି

ସକଳ ବ୍ୟସ୍ତତା ଭିତରେ ଆପଣ ଏହି ବାର୍ତ୍ତାଳାପ ପାଇଁ ସମୟ ବାହାର କରିଛନ୍ତି, ଏହା ଆମର ପାରସ୍ପରିକ ସମ୍ପର୍କ ପ୍ରତି ଆପଣଙ୍କ ମନରେ ଥିବା ବିଶେଷ ଗୁରୁତ୍ୱ ଏବଂ ପ୍ରତିବଦ୍ଧତାକୁ ପ୍ରଦର୍ଶିତ କରୁଛି

ନିକଟରେ ଆପଣଙ୍କର ବିବାହ ସମ୍ପନ୍ନ ହୋଇଛି ମୁଁ ଏଥିପାଇଁ ଆପଣଙ୍କୁ ମଙ୍ଗଳମୟ ଶୁଭକାମନା ଜଣାଉଛି ଏବଂ ଆଶା କରୁଛି ଯେ କୋଭିଡ଼-19 ଯୋଗୁ ଉତ୍ପନ୍ନ ସ୍ଥିତି ସୁଧୁରିବା ପରେ ଶୀଘ୍ର ଆପଣଙ୍କୁ ସପରିବାରେ ଭାରତରେ ସ୍ୱାଗତ କରିବାର ଅବସର ମିଳିବ ମୋର ବିଶ୍ୱାସ ଯେ ଆପଣଙ୍କ କନ୍ୟା ଇଦା ଭାରତ ଭ୍ରମଣରେ ପୁଣି ଥରେ ଆସିବା ଲାଗି ଅବଶ୍ୟ ଉତ୍କଣ୍ଠିତ ଥିବ

କିଛି ମାସ ପୂର୍ବେ ଫୋନ ଯୋଗେ ଆମ ଭିତରେ ଅନେକ ସଫଳ କଥାବାର୍ତ୍ତା ହୋଇଥିଲା ଆମେ ଅନେକ କ୍ଷେତ୍ରରେ ଭାରତ ଏବଂ ଡେନମାର୍କ ମଧ୍ୟରେ ସହଯୋଗ ବୃଦ୍ଧି ସଂପର୍କରେ ଚର୍ଚ୍ଚା କରିଥିଲେ

ଏହା ପ୍ରସନ୍ନତାର ବିଷୟ ଯେ ଆଜି ଆମେ ଏହି ଭର୍ଚୁଆଲ୍ ଶିଖର ବୈଠକ ମାଧ୍ୟମରେ ସେହି ସବୁ ପ୍ରୟାସକୁ ନୂତନ ଦିଶା ଗତି ପ୍ରଦାନ କରିବା ମୁଁ ଯେତେବେଳେ ଗୁଜରାଟର ମୁଖ୍ୟମନ୍ତ୍ରୀ ଥିଲି, 2009 ମସିହାଠାରୁ, ଭାଇବ୍ରାଣ୍ଟ ଗୁଜରାଟ ଶିଖର ସମ୍ମିଳନୀ ନିୟମିତ ଭାବେ ଅନୁଷ୍ଠିତ ହୋଇ ଆସୁଛି ସେଥିପାଇଁ ଡେନମାର୍କ ପ୍ରତି ମୋର ବିଶେଷ ଧ୍ୟାନ ରହି ଆସିଛି ମୁଁ ଦ୍ୱିତୀୟ ଭାରତ- ନୋର୍ଡିକ୍ ଶିଖର ସମ୍ମିଳନୀର ଆୟୋଜନ କରିବା ସକାଶେ ଆପଣଙ୍କ ପ୍ରସ୍ତାବ ପାଇଁ ଆପଣଙ୍କ ନିକଟରେ କୃତଜ୍ଞ ସ୍ଥିତି ସୁଧୁରିବା ପରେ ଡେନମାର୍କ ଆସିବା ଏବଂ ଆପଣଙ୍କ ସହ ସାକ୍ଷାତ କରିବାର ସୌଭାଗ୍ୟ ମୋତେ ମିଳିବ ଏବଂ ଆମେ ପାରସ୍ପରିକ ସମ୍ପର୍କ ବୃଦ୍ଧି ଘେନି ଆଲୋଚନା କରିବା

ମହୁନୁଭବ,

ବିଗତ କିଛି ମାସର ଘଟଣାକ୍ରମ ଏହା ସ୍ପଷ୍ଟ କରିଛି ଯେ ଆମମାନଙ୍କ ଭଳି ସମଭାବାପନ୍ନ ରାଷ୍ଟ୍ର, ଯାହା ନୀତି ଭିତ୍ତିକ, ସ୍ୱଚ୍ଛ, ମାନବିକତା ଏବଂ ଗଣତାନ୍ତ୍ରିକ ମୂଲ୍ୟବୋଧ ଭଳି ଚିନ୍ତାଧାରାରେ ସମାନ ଭାବେ ବିଶ୍ୱାସୀ, ଏକତ୍ର ମିଶି କାମ କରିବା ଜରୁରି

ରୋନା ପ୍ରତିଷେଧକ ଟୀକା ବିକାଶରେ ଆମ ସମଭାବାପନ୍ନ ରାଷ୍ଟ୍ରମାନଙ୍କ ମଧ୍ୟରେ ସହଯୋଗ ସ୍ଥାପନ ଦ୍ୱାରା ହିଁ ଏଭଳି ବୈଶ୍ୱିକ ମହାମାରୀରୁ ମୁକ୍ତି ପାଇବାର ଅବସର ମିଳିପାରିବ ଏହି ମହାମାରୀ ସମୟରେ, ଭାରତର ଫାର୍ମା ଉତ୍ପାଦନ କ୍ଷମତା ସଂପୂର୍ଣ୍ଣ ବିଶ୍ୱ ପାଇଁ ଉପଯୋଗୀ ରହିଛି ଆମେ ଏହି ପ୍ରୟାସ ପ୍ରତିଷେଧକ ଟୀକା କ୍ଷେତ୍ରରେ ମଧ୍ୟ ଆପଣାଇଛୁ

ଆମରଆତ୍ମନିର୍ଭର ଭାରତଅଭିଯାନର ମଧ୍ୟ ଏହି ପ୍ରୟାସ ଯେ ପ୍ରମୁଖ ଆର୍ଥିକ କ୍ଷେତ୍ରରେ ଭାରତର କ୍ଷମତା ବୃଦ୍ଧି ପାଉ ଏବଂ ତାହା ସମଗ୍ର ବିଶ୍ୱ ଲାଗି ମଧ୍ୟ କାର୍ଯ୍ୟ କରୁ

ଏହି ଅଭିଯାନ ଅଧୀନରେ ଆମେ ସାମଗ୍ରିକ ସଂସ୍କାର ଉପରେ ଜୋର ଦେଉଛୁ ନିୟନ୍ତ୍ରଣ  ଟିକସ କ୍ଷେତ୍ରରେ ସଂସ୍କାର ଦ୍ୱାରା ଭାରତରେ କାର୍ଯ୍ୟ କରୁଥିବା କମ୍ପାନୀମାନଙ୍କୁ ଅନେକ ଫାଇଦା ମିଳିପାରିଛି ଅନ୍ୟାନ୍ୟ କ୍ଷେତ୍ରରେ ମଧ୍ୟ ସଂସ୍କାର ପ୍ରକ୍ରିୟା ନିରନ୍ତର ଭାବେ ଚାଲୁ ରହିଛି ନିକଟରେ କୃଷି ଏବଂ ଶ୍ରମ କ୍ଷେତ୍ରରେ ମହତ୍ତ୍ୱପୂର୍ଣ୍ଣ ସଂସ୍କାର ଘଟାଯାଇଛି

ମହାନୁଭବ,

କୋଭିଡ଼-19 ଆମକୁ ଦେଖାଇ ଦେଇଛି ଯେ ବୈଶ୍ୱିକ ଯୋଗାଣ ଶୃଙ୍ଖଳର କୌଣସି ଗୋଟିଏ ଉତ୍ସ ଉପରେ ଅତ୍ୟଧିକ ନିର୍ଭର କରିବାରେ ବିପଦ ରହିଛି

ଆମେ ଜାପାନ ଏବଂ ଅଷ୍ଟ୍ରେଲିଆ ସହିତ ମିଶି ଯୋଗାଣ ଶୃଙ୍ଖଳ ବିବିଧିକରଣ ଏବଂ ସହନଶୀଳତା ଦିଗରେ କାର୍ଯ୍ୟ କରୁଛୁ ଅନ୍ୟ ସମଭାବାପନ୍ନ ରାଷ୍ଟ୍ର ମଧ୍ୟ ଏହି ପ୍ରୟାସରେ ସାମିଲ ହୋଇପାରିବେ

ସମ୍ବନ୍ଧରେ ମୋର ଧାରଣା ଯେ ଆମର ଏହି ଭର୍ଚୁଆଲ୍ ଶିଖର ସମ୍ମିଳନୀ କେବଳ ଭାରତ- ଡେନମାର୍କ ସମ୍ପର୍କ ପାଇଁ ଉପଯୋଗୀ ସିଦ୍ଧ ହେବନାହିଁ, ଅପରନ୍ତୁ ବୈଶ୍ୱିକ ଆହ୍ଵାନଗୁଡ଼ିକ ପ୍ରତି ମଧ୍ୟ ଏକ ନୂତନ କାର୍ଯ୍ୟପନ୍ଥା ସୃଷ୍ଟି କରିବାରେ ସହାୟକ ହୋଇପାରିବ

ମହାନୁଭବ, ମୁଁ ପୁଣି ଥରେ ଆପଣ ଏହି ସମ୍ମିଳନୀରେ ଭାଗ ନେବାକୁ ସମୟ ଦେଇଥିବାରୁ ବହୁତ ବହୁତ ଧନ୍ୟବାଦ ଜଣାଉଛି ଏବେ ମୁଁ ଆପଣଙ୍କୁ ନିଜର ପ୍ରାରମ୍ଭିକ ବକ୍ତବ୍ୟ ଉପସ୍ଥାପନ କରିବାକୁ ଆମନ୍ତ୍ରଣ ଜଣାଉଛି

**********



(Release ID: 1659855) Visitor Counter : 152