ସ୍ୱାସ୍ଥ୍ୟ ଓ ପରିବାର ମନ୍ତ୍ରଣାଳୟ

ଦେଶରେ କରୋନା ସଂକ୍ରମଣରୁ ସୁସ୍ଥଙ୍କ ସଂଖ୍ୟା 50 ଲକ୍ଷ ଟପିଲା

● ଶେଷ 10 ଲକ୍ଷ ସୁସ୍ଥ ହେଲେ ମାତ୍ର 11 ଦିନରେ
● ସକ୍ରିୟ ରୋଗୀଙ୍କ ତୁଳନାରେ ଆରୋଗ୍ୟଙ୍କ ସଂଖ୍ୟା 5ଗୁଣ ଅଧିକ

Posted On: 28 SEP 2020 11:40AM by PIB Bhubaneshwar

ଆଜି (28.09.2020) ଦେଶରେ କରୋନାରୁ ସୁସ୍ଥ ରୋଗୀଙ୍କ ସଂଖ୍ୟା 50,16,520 ଅତିକ୍ରମ କରିଛି ପ୍ରତିଦିନ ଅଧିକରୁ ଅଧିକ କରୋନା ରୋଗୀ ସୁସ୍ଥ ହେଉଥିବା ବେଳେ ଦିନପିଛା ଆରୋଗ୍ୟ ହାର ମଧ୍ୟ ବୃଦ୍ଧି ପାଉଛି ଗତ 24 ଘଣ୍ଟା ମଧ୍ୟରେ 74,893 ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ଦେଶରେ ନିକଟରେ ଦୈନିକ 90 ହଜାରରୁ ଅଧିକ ସଂକ୍ରମିତ ମଧ୍ୟ ସୁସ୍ଥ ହୋଇଛନ୍ତି ସକ୍ରିୟ ରୋଗୀଙ୍କ ତୁଳନାରେ 5ଗୁଣ ଅଧିକ ଆରୋଗ୍ୟ ଲାଭ କରିଛନ୍ତି ଜାତୀୟ ଆରୋଗ୍ୟ ହାର 82.58 ପ୍ରତିଶତକୁ ବୃଦ୍ଧି ପାଇଛି 15ଟି ରାଜ୍ୟ କେନ୍ଦ୍ରଶାସିତ ଅଞ୍ଚଳର ସୁସ୍ଥତା ହାର ଜାତୀୟ ହାରଠାରୁ ମଧ୍ୟ ଅଧିକ ରହିଛି

ନୂତନ ଆରୋଗ୍ୟ ଲାଭ କରିଥିବା ଶତକଡା 73 ଭାଗ ରୋଗୀ 10ଟି ରାଜ୍ୟର ବୋଲି ଜଣାପଡିଛି ସେଗୁଡିକ ହେଲା ମହାରାଷ୍ଟ୍ର, କର୍ଣ୍ଣାଟକ, ଆନ୍ଧ୍ରପ୍ରଦେଶ, ଉତ୍ତରପ୍ରଦେଶ, ତାମିଲନାଡୁ, ଦିଲ୍ଲୀ, କେରଳ, ଓଡିଶା, ପଶ୍ଚିମବଙ୍ଗ ପଞ୍ଜାବ କେବଳ ମହାରାଷ୍ଟ୍ରରୁ 13,000 ନୂତନ ରୋଗୀ ଆରୋଗ୍ୟଲାଭ କରିଛନ୍ତି ଜୁନ ମାସରେ ଆରୋଗ୍ୟ ସଂଖ୍ୟା 1 ଲକ୍ଷ ଥିବା ବେଳେ ଏହା କ୍ରମଶଃ ଦ୍ରୁତଗତିରେ ବୃଦ୍ଧି ପାଇ ଗତ 11 ଦିନ ମଧ୍ୟରେ 10 ଲକ୍ଷ ରୋଗୀ ଆରୋଗ୍ୟ ହୋଇଛନ୍ତି

କେନ୍ଦ୍ର ସରକାରଙ୍କ ପକ୍ଷରୁ ନିଆଯାଉଥିବା କେତେକ ଦକ୍ଷ ଦୂରଦର୍ଶୀ ପଦକ୍ଷେପ ତଥା ରାଜ୍ୟ ସରକାରଙ୍କ ଦ୍ଵାରା ଏଗୁଡ଼ିକର ସଫଳ ରୂପାୟନ ଯୋଗୁଁ ଏହି ସଫଳତା ହାସଲ ହୋଇପାରିଛି ଉନ୍ନତ ମେଡିକାଲ ଭିତ୍ତିଭୂମି କୋଭିଡ ନିୟମାବଳୀଗୁଡିକୁ ତ୍ୱରାନ୍ୱିତ କରିବା, ଡାକ୍ତର ଅନ୍ୟାନ୍ୟ ସ୍ୱାସ୍ଥ୍ୟ କର୍ମଚାରୀଙ୍କ ଉତ୍ସର୍ଗ ଭାବାପନ୍ନ ସେବା ସମ୍ମୁଖ କରୋନା ଯୋଦ୍ଧାଙ୍କ ସହଯୋଗ ଯୋଗୁଁ ଏହା ସମ୍ଭବ ହୋଇପାରିଛି ଆରୋଗ୍ୟଙ୍କ ମଧ୍ୟରୁ ଶତକଡା 78 ଭାଗ ରୋଗୀ 10ଟି ରାଜ୍ୟରୁ ହୋଇଥିବା ବେଳେ ସବୁଠାରୁ ଆଗରେ ମହାରାଷ୍ଟ୍ର ରହିଛି ତା ପଛକୁ ଆନ୍ଧ୍ରପ୍ରଦେଶ ତାମିଲନାଡୁ ରହିଛନ୍ତି

ଦେଶରେ ଗତ 24 ଘଣ୍ଟା ମଧ୍ୟରେ 82,170 ନୂତନ ରୋଗୀ ଚିହ୍ନଟ ହୋଇଥିବା ବେଳେ ସେଥିରୁ ଶତକଡା 79 ଭାଗ 10ଟି ରାଜ୍ୟର ବୋଲି ଜଣାପଡିଛି ମହାରାଷ୍ଟ୍ରରୁ ସର୍ବାଧିକ 18,000 ଥିବା ବେଳେ କର୍ଣ୍ଣାଟକରୁ 9,000ରୁ ଅଧିକ ଚିହ୍ନଟ ହୋଇଛନ୍ତି

ଗତ 24 ଘଣ୍ଟା ମଧ୍ୟରେ 1,039 ଜଣ କରୋନା ସଂକ୍ରମିତଙ୍କ ମୃତ୍ୟୁ ଘଟିଛି ସର୍ବଶେଷ ମୃତ୍ୟୁ ପରିସଙ୍ଖ୍ୟାନ ଅନୁସାରେ ମୋଟ ନୂତନ ମୃତକଙ୍କ ଶତକଡା 84 ଭାଗ 10ଟି ରାଜ୍ୟରୁ ଆସିଛନ୍ତି ଗତକାଲି ଶତକଡା 36 ଭାଗ ଅର୍ଥାତ 380 ଜଣଙ୍କର ମୃତ୍ୟୁ ମହାରାଷ୍ଟ୍ରରୁ ହୋଇଥିବା ବେଳେ ତାମିଲନାଡୁରୁ 80 କର୍ଣ୍ଣାଟକରୁ 79 ଜଣଙ୍କର ମୃତ୍ୟୁ ଘଟିଛି

ସାମାଜିକ ଦୁରତ୍ଵ, ବାରମ୍ବାର ହାତ ଧୋଇବା, ଶ୍ଵାସକ୍ରିୟା ପରିଚାଳନା ସାଧାରଣ ସ୍ଥାନରେ ମାସ୍କର ବ୍ୟବହାର ଉପରେ ଗୁରୁତ୍ଵାରୋପ କରାଯାଇଛି

 

**********



(Release ID: 1659851) Visitor Counter : 199