ପ୍ରତିରକ୍ଷା ମନ୍ତ୍ରଣାଳୟ
ପୂର୍ବତନ କେନ୍ଦ୍ରମନ୍ତ୍ରୀ ମେଜର ଯଶୱନ୍ତ ସିଂହ (ଅବସରପ୍ରାପ୍ତ)ଙ୍କ ଦେହାନ୍ତ
ପୋଷ୍ଟ କରାଯିବା ଦିନାଙ୍କ:
27 SEP 2020 9:49AM by PIB Bhubaneswar
ଭାରତର ପୂର୍ବତନ କ୍ୟାବିନେଟ ମନ୍ତ୍ରୀ ମେଜର ଯଶୱନ୍ତ ସିଂହ (ଅବସରପ୍ରାପ୍ତ)ଙ୍କର ସେପ୍ଟେମ୍ବର 27 ତାରିଖ ସକାଳ 6ଟା 55 ମିନିଟରେ ଦେହାନ୍ତ ହୋଇ ଯାଇଥିବା ନୂଆଦିଲ୍ଲୀସ୍ଥିତ ଆର୍ମି ହସପିଟାଲ (ରିସର୍ଚ୍ଚ ଆଣ୍ଡ ରେଫରାଲ) ପକ୍ଷରୁ ଦୁଃଖର ସହ ଘୋଷଣା କରାଯାଇଛି । ତାଙ୍କ ଶରୀରର ଅନେକ ଅଙ୍ଗ ଅଚଳ ହୋଇ ଯାଇଥିବାରୁ ଏବଂ ମୁଣ୍ଡରେ ଆଘାତଜନିତ ଅସୁସ୍ଥତା ଥିବାରୁ 2020 ଜୁନ୍ 25 ତାରିଖରେ ତାଙ୍କୁ ଆର୍ମି ହସପିଟାଲରେ ଭର୍ତ୍ତି କରାଯାଇଥିଲା । ଡାକ୍ତରଙ୍କ ଶତ ଚେଷ୍ଟା ସତ୍ତ୍ୱେ ସେପ୍ଟେମ୍ବର 27 ତାରିଖ ସକାଳ 6ଟା 55 ମିନିଟରେ ତାଙ୍କର ପରଲୋକ ହୋଇଯାଇଛି ।
ତାଙ୍କର କୋଭିଡ ପରୀକ୍ଷା ରିପୋର୍ଟ ନେଗେଟିଭ୍ ଥିଲା ।
**********
(ରିଲିଜ ଆଡି: 1659639)
ପରିଦର୍ଶକ କାଉଣ୍ଟର : 247
ଏହି ରିଲିଜ ପଢନ୍ତୁ :
Telugu
,
English
,
Urdu
,
हिन्दी
,
Marathi
,
Bengali
,
Assamese
,
Manipuri
,
Punjabi
,
Gujarati
,
Tamil