ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
ଭାରତ-ଶ୍ରୀଲଙ୍କା ଭର୍ଚୁଆଲ ଶିଖର ସମ୍ମିଳନୀର ମିଳିତ ବିବୃତ୍ତି
Posted On:
26 SEP 2020 6:21PM by PIB Bhubaneshwar
- ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଏବଂ ଶ୍ରୀଲଙ୍କା ପ୍ରଧାନମନ୍ତ୍ରୀ ମହାମହିମ ମହିନ୍ଦା ରାଜପକ୍ଷ ଏକ ଭର୍ଚୁଆଲ ଶିଖର ସମ୍ମିଳନୀରେ ଦ୍ଵିପାକ୍ଷିକ ସମ୍ପର୍କ ଏବଂ ଉଭୟ ଦେଶ ପାଇଁ ଉଦ୍ଦିଷ୍ଟ ଆଞ୍ଚଳିକ ଓ ଆନ୍ତର୍ଜାତିକ ସମସ୍ୟା ଉପରେ ଆଲୋଚନା କରିଛନ୍ତି ।
- ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ ଗତ ଅଗଷ୍ଟ ମାସରେ ଶ୍ରୀଲଙ୍କାରେ ଅନୁଷ୍ଠିତ ସଂସଦୀୟ ନିର୍ବାଚନରେ ବିପୁଳ ବିଜୟ ଲାଭ କରି ପ୍ରଧାନମନ୍ତ୍ରୀ ପଦ ଅଳଙ୍କୃତ କରିଥିବା ମହିନ୍ଦା ରାଜପକ୍ଷଙ୍କୁ ଅଭିନନ୍ଦନ ଜଣାଇଥିଲେ । ପ୍ରଧାନମନ୍ତ୍ରୀ ମହିନ୍ଦା ରାଜପକ୍ଷ ଏଥିପାଇଁ ଶ୍ରୀ ମୋଦୀଙ୍କୁ କୃତଜ୍ଞତା ଜ୍ଞାପନ କରିଥିଲେ ଓ ତାଙ୍କ ସହ ମିଳିମିଶି କାମ କରିବା ପାଇଁ ନିଜର ଇଚ୍ଛା ବ୍ୟକ୍ତ କରିଥିଲେ ।
- ଉଭୟ ନେତା ରାଷ୍ଟ୍ରପତି ଗୋଟାବାୟା ରାଜପକ୍ଷଙ୍କ ଗତବର୍ଷ ନଭେମ୍ବରରେ ଓ ପ୍ରଧାନମନ୍ତ୍ରୀ ମହିନ୍ଦା ରାଜପକ୍ଷଙ୍କ ଚଳିତ ବର୍ଷ ଫେବୃଆରୀରେ ଭାରତ ଗସ୍ତର ସ୍ମୃତିଚାରଣ କରିଥିଲେ । ଏହି ଗସ୍ତ ଦୁଇ ଦେଶ ମଧ୍ୟରେ ଭବିଷ୍ୟତ ସମ୍ପର୍କ ସୁଦୃଢ କରିବା ପାଇଁ ଏକ ରାଜନୈତିକ ପୃଷ୍ଠଭୂମି ସୃଷ୍ଟି କରିଛି ।
- ପ୍ରଧାନମନ୍ତ୍ରୀ ମହିନ୍ଦା ରାଜପକ୍ଷ ଦେଶରେ କୋଭିଡ ମହାମାରୀର ଦକ୍ଷ ମୁକାବିଲା ପାଇଁ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀଙ୍କୁ ପ୍ରଶଂସା କରିଥିଲେ । ଉଭୟ ନେତା ବର୍ତ୍ତମାନ ପରିସ୍ଥିତିରେ ଦ୍ଵିପାକ୍ଷିକ ସମ୍ପର୍କ ପାଇଁ ଏକ ପ୍ରକୃଷ୍ଟ ସମୟ ଆସିଛି ବୋଲି ମତ ପୋଷଣ କରିଥିଲେ । କୋଭିଡ-19 ବୈଶ୍ଵିକ ମହାମାରୀ କାଳରେ ଉଭୟ ଭାରତ ଓ ଶ୍ରୀଲଙ୍କା ମିଳିମିଶି କାମ କରିଥିବାରୁ ଉଭୟ ନେତା ସନ୍ତୋଷ ପ୍ରକାଶ କରିଥିଲେ । ବୈଶ୍ଵିକ ମହାମାରୀରେ ଯେପରି ସ୍ୱାସ୍ଥ୍ୟ ଓ ଆର୍ଥିକ ପ୍ରଭାବ ସବୁଠାରୁ କମ ହୁଏ ତାହା ଦେଖିବା ନେଇ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ ଶ୍ରୀଲଙ୍କା ପ୍ରତି ଭାରତର ପ୍ରତିବଦ୍ଧତାକୁ ଦୋହରାଇଥିଲେ ।
- ଦ୍ଵିପାକ୍ଷିକ ସଂପର୍କକୁ ଅଧିକ ମଜବୁତ କରିବା ପାଇଁ ଉଭୟ ନେତା କେତେକ ବିଷୟ ଉପରେ ସହମତି ପ୍ରକାଶ କରିଛନ୍ତି –
(କ) ଆତଙ୍କବାଦ ଓ ମାଦକ ଦ୍ରବ୍ୟ ଚୋରା ଚାଲାଣ ରୋକିବା ପାଇଁ ଗୁଇନ୍ଦା ତଥ୍ୟ ଆଦାନ ପ୍ରଦାନ ନେଇ ସହଯୋଗ
(ଖ) ଭାରତ ଓ ଶ୍ରୀଲଙ୍କା ସରକାର ଓ ଜନସାଧାରଣଙ୍କ ଇଚ୍ଛା ଅନୁସାରେ ଦୁଇ ଦେଶ ମଧ୍ୟରେ ସହଯୋଗ ଓ 2020 ରୁ 2025 ପାଇଁ ଏଚଆଇସିଡିପି ବା ଗୋଷ୍ଠୀ ଉନ୍ନୟନ ପ୍ରକଳ୍ପ ଉଚ୍ଚତାର ପ୍ରଭାବ ସମ୍ପର୍କିତ ହୋଇଥିବା ବୁଝାମଣାକୁ ତ୍ୱରାନ୍ୱିତ କରିବା
(ଗ) ବୃକ୍ଷରୋପଣ ପ୍ରକଳ୍ପ ଅଞ୍ଚଳରେ 10 ହଜାର ଗୃହ ନିର୍ମାଣ କାର୍ଯ୍ୟ ଶୀଘ୍ର ସଂପୂର୍ଣ୍ଣ କରିବା । ଏସମ୍ପର୍କ ରାଜିନାମା 2017 ମେ’ ମାସରେ ପ୍ରଧାନମନ୍ତ୍ରୀଙ୍କ ଶ୍ରୀଲଙ୍କା ଗସ୍ତ କାଳରେ ଘୋଷିତ ହୋଇଥିଲା ।
(ଘ) ଦୁଇ ଦେଶ ମଧ୍ୟରେ ବାଣିଜ୍ୟ ଓ ପୁଞ୍ଜି ନିବେଶର ଅନୁକୂଳ ବାତାବରଣ ସୃଷ୍ଟିକରିବା ଓ କୋଭିଡ ବୈଶ୍ଵିକ ମହାମାରୀ କାଳରେ ସୃଷ୍ଟି ହୋଇଥିବା ପରିସ୍ଥିତିକୁ ଦୃଷ୍ଟିରେ ରଖି ଯୋଗାଣ ବ୍ୟବସ୍ଥାକୁ ଅଧିକ ସୁଦୃଢ କରିବା ।
(ଉଂ) ଦୁଇ ଦେଶ ମଧ୍ୟରେ ହୋଇଥିବା ଦ୍ଵିପାକ୍ଷିକ ରାଜିନାମା ଓ ବୁଝାମଣା ସମ୍ବନ୍ଧ ଅନୁସାରେ ଭିତ୍ତିଭୂମି ଏବଂ ସଂଯୋଗୀକରଣ ପ୍ରକଳ୍ପ ବିଶେଷକରି ବନ୍ଦର ଓ ଶକ୍ତି କ୍ଷେତ୍ରକୁ ଅଗ୍ରାଧିକାର ଭିତ୍ତିରେ ସଂପୂର୍ଣ୍ଣ କରିବା
(ଚ) ଭାରତର 100 ମିଲିୟନ ଡଲାର ଋଣ ସହାୟତାରେ ସୌର ପ୍ରକଳ୍ପ ଉପରେ ଗୁରୁତ୍ଵ ଦେଇ ଅକ୍ଷୟ ଶକ୍ତିର ସହଯୋଗ ବୃଦ୍ଧି
(ଛ) କୃଷି, ପଶୁପାଳନ, ବିଜ୍ଞାନ ଓ ବୈଷୟିକ ଜ୍ଞାନ, ସ୍ୱାସ୍ଥ୍ୟ ଯତ୍ନ, ଆୟୁଷ (ଆୟୁର୍ବେଦ, ୟୁନାନୀ, ସିଦ୍ଧ, ହୋମିଓପାଥି) କ୍ଷେତ୍ରରେ ବୈଷୟିକ ସହଯୋଗ ଏବଂ ଉଭୟ ଦେଶର ପେଶାଦାର ବ୍ୟକ୍ତିମାନଙ୍କ ତାଲିମ ପ୍ରତି ଧ୍ୟାନ
(ଜ) ସଂସ୍କୃତି ଓ ସଭ୍ୟତା ସହିତ ଥିବା ସଂଯୋଗକୁ ଉଭୟ ଦେଶର ଜନସାଧାରଣଙ୍କ ମିଳିତ ସହଯୋଗରେ ଦୃଢ କରିବା, ଯେପରିକି ସମାନ ଐତିହ୍ୟ ଯୁକ୍ତ ବୌଦ୍ଧ ଧର୍ମ, ଆୟୁର୍ବେଦ ଏବଂ ଯୋଗ ଭଳି ବିଷୟକୁ ଏଥିପାଇଁ ଗ୍ରହଣ କରାଯାଇପାରିବ । ଭାରତ ସରକାର ଶ୍ରୀଲଙ୍କାର ବୌଦ୍ଧ ତୀର୍ଥ ଯାତ୍ରୀ ପ୍ରତିନିଧି ଦଳଙ୍କ ଭାରତ ଆସିବାର ସୁବିଧା କରିବେ । ନିକଟରେ ଘୋଷଣା କରାଯାଇଥିବା ପବିତ୍ର ସହର କୁଶୀନଗରକୁ ପ୍ରଥମ ଆନ୍ତର୍ଜାତିକ ବିମାନ ଯାତ୍ରା ଏହି ସାଧୁମାନଙ୍କ ଦ୍ଵାରା ସମ୍ପାଦିତ ହେବ ।
(ଝ) କୋଭିଡ-19ର ଆବଶ୍ୟକ ନିୟମ ପାଳନ କରିବା ସହ ଦୁଇ ଦେଶ ମଧ୍ୟରେ ପର୍ଯ୍ୟଟନକୁ ଗୁରୁତ୍ଵ ଦେବା
(ଞ) ନିୟମିତ ଓ ଦ୍ଵିପାକ୍ଷିକ ଆଲୋଚନା ଫଳରେ ଉଭୟ ଦେଶର ମତ୍ସ୍ୟଜୀବୀମାନଙ୍କ ସମସ୍ୟାର ସମାଧାନ
(ଟ) ଦୁଇ ଦେଶର ସଶସ୍ତ୍ର ସେନା ମଧ୍ୟରେ ସହଯୋଗ, ସାମୁଦ୍ରିକ ନିରାପତ୍ତା ନେଇ ସହଯୋଗ, ଦୁଇ ଦେଶର ସୈନ୍ୟମାନଙ୍କ ମିଳିତ ସମରାଭ୍ୟାସ ଓ ସର୍ବୋପରି ଶ୍ରୀଲଙ୍କାର ପ୍ରତିରକ୍ଷା ଓ ନିରାପତ୍ତା ପ୍ରତି ସମର୍ଥନ
- ଦୁଇ ଦେଶ ମଧ୍ୟରେ ବୌଦ୍ଧ ଧର୍ମର ବିକାଶ ଲାଗି ପ୍ରଧାନମନ୍ତ୍ରୀ ମୋଦୀ ଘୋଷଣା କରିଥିବା 15 ମିଲିୟନ ଆମେରିକୀୟ ଡଲାରର ସହାୟତା ପାଇଁ ପ୍ରଧାନମନ୍ତ୍ରୀ ମହିନ୍ଦା ରାଜପକ୍ଷ ସ୍ୱାଗତ ଜଣାଇଛନ୍ତି । ଏହି ସହାୟତା ଦୁଇ ଦେଶର ଜନସାଧାରଣଙ୍କ ମଧ୍ୟରେ ବୌଦ୍ଧ ଧର୍ମର ପ୍ରସାର ସହ ବୌଦ୍ଧ ମଠଗୁଡିକର ବିକାଶ, ସାଂସ୍କୃତିକ ଆଦାନ ପ୍ରଦାନ, ପ୍ରତ୍ନତାତ୍ତ୍ୱିକ ସହଯୋଗ ଏବଂ ବୌଦ୍ଧ ପଣ୍ଡିତମାନଙ୍କ ମଧ୍ୟରେ ସମନ୍ଵୟ ବୃଦ୍ଧିରେ ସହାୟକ ହେବ ।
- ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଶ୍ରୀଲଙ୍କାରେ ତାମିଲ ଲୋକମାନଙ୍କୁ ସମାନ ଅଧିକାର ଓ ନ୍ୟାୟ ପ୍ରଦାନ ପାଇଁ ଆହ୍ଵାନ ଜଣାଇଛନ୍ତି । ଏଥିସହିତ ଶ୍ରୀଲଙ୍କା ସମ୍ବିଧାନର ତ୍ରୟୋଦଶ ସଂଶୋଧନକୁ ଲାଗୁ କରିବା ପାଇଁ ମଧ୍ୟ ନିବେଦନ କରିଛନ୍ତି । ପ୍ରଧାନମନ୍ତ୍ରୀ ମହିନ୍ଦା ରାଜପକ୍ଷ ତାମିଲମାନଙ୍କ ସହିତ ଅନ୍ୟ ସମସ୍ତ ଧାର୍ମିକ ଗୋଷ୍ଠୀ ସହିତ ସାମ୍ବିଧାନିକ ପରିସୀମା ମଧ୍ୟରେ ଆଶାଆକାଂକ୍ଷା ପୂରଣ ପାଇଁ ନିର୍ଭର ପ୍ରତିଶ୍ରୁତି ଦେଇଛନ୍ତି ।
- ଉଭୟ ନେତା ବିଭିନ୍ନ ଆଞ୍ଚଳିକ ଓ ଆନ୍ତର୍ଜାତିକ ସମସ୍ୟା ନେଇ ସାର୍କ, ବିମଷ୍ଟେକ, ଆଇଓଆରଏ ଓ ଜାତିସଂଘର ନୀତିନିୟମ ପରିସର ମଧ୍ୟରେ କାର୍ଯ୍ୟ କରିବାକୁ ସହମତି ପ୍ରଦାନ କରିଛନ୍ତି ।
- ବିମଷ୍ଟେକକୁ ଦକ୍ଷିଣ ଓ ଦକ୍ଷିଣ-ପୂର୍ବ ଏସିଆ ମଧ୍ୟରେ ଏକ ସହଯୋଗର ପ୍ଲାଟଫର୍ମ ଭାବେ ବିବେଚନା କରି ଉଭୟ ନେତା ଶ୍ରୀଲଙ୍କାର ଅଧ୍ୟକ୍ଷତାରେ ଅନୁଷ୍ଠିତ ହେବାକୁ ଥିବା ବିମଷ୍ଟେକ ଶିଖର ସମ୍ମିଳନୀର ସଫଳତା କାମନା କରିଛନ୍ତି ।
- ପ୍ରଧାନମନ୍ତ୍ରୀ ରାଜପକ୍ଷ 2021-22 ଜାତିସଂଘ ନିରାପତ୍ତା ପରିଷଦ ପାଇଁ ଅସ୍ଥାୟୀ ସଦସ୍ୟ ଭାବେ ଭାରତ ପାଉଥିବା ଆନ୍ତର୍ଜାତିକ ସହଯୋଗ ପାଇଁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି ।
**********
(Release ID: 1659444)
Visitor Counter : 251
Read this release in:
English
,
Urdu
,
Marathi
,
Hindi
,
Bengali
,
Assamese
,
Manipuri
,
Punjabi
,
Gujarati
,
Tamil
,
Telugu
,
Kannada
,
Malayalam