କୃଷି ଓ କୃଷକ କଲ୍ୟାଣ ମନ୍ତ୍ରଣାଳୟ

କରୋନା ସତ୍ତ୍ୱେ ଚଳିତବର୍ଷ ଖରିଫ ଚାଷ ଗତବର୍ଷଠାରୁ ଅଧିକ ଜମିରେ ହୋଇଛି

• ଗତବର୍ଷ 1066.06 ଲକ୍ଷ ହେକ୍ଟର ଜମିରେ ଖରିଫ ଚାଷ ହୋଇଥିବାବେଳେ ଚଳିତବର୍ଷ ହୋଇଛି 1116.88 ଲକ୍ଷ ହେକ୍ଟରରେ

Posted On: 25 SEP 2020 3:57PM by PIB Bhubaneshwar

କରୋନା ମହାମାରୀ ସତ୍ତ୍ୱେ ଚଳିତ ବର୍ଷ ଦେଶରେ ଖରିଫ ଚାଷ ଆଦୌ ପ୍ରଭାବିତ ହୋଇନାହିଁ । କେନ୍ଦ୍ର କୃଷି ଓ କୃଷକ କଲ୍ୟାଣ ମନ୍ତ୍ରଣାଳୟ ଏବଂ ରାଜ୍ୟ ସରକାରମାନଙ୍କ ସକ୍ରିୟତା ଫଳରେ ବିଭିନ୍ନ ପ୍ରକାର କାର୍ଯ୍ୟକ୍ରମ ଓ ଅଭିଯାନକୁ ସଫଳତାର ସହ କାର୍ଯ୍ୟକାରୀ କରାଯାଇପାରିଛି । ଚାଷୀମାନେ ସମର୍ପିତ ଓ ଉତ୍ସାହିତଭାବେ ଏହି ଚାଷ କାର୍ଯ୍ୟରେ ନିୟୋଜିତ ହୋଇଥିବାରୁ ଗତବର୍ଷ  ଅପେକ୍ଷା ଅଧିକ ଜମିରେ ଫସଲ ଲାଗିଛି । ସମନ୍ୱିତ ଉଦ୍ୟମ ଫଳରେ ଖରିଫ ଚାଷ ଉପରେ କରୋନାର କୌଣସି ପ୍ରଭାବ ପଡିନାହିଁ । ଉପଯୁକ୍ତ ସମୟରେ ଭାରତ ସରକାର ଚାଷୀଙ୍କୁ ବିହନ, କୀଟନାଶକ, ସାର, ଯନ୍ତ୍ରପାତି ଏବଂ କୃଷିଋଣ ଆଦି ଯୋଗାଇ ଦେବାରୁ ଚାଷୀମାନେ ଲକ୍‌ଡାଉନ ସମୟରେ ତାହାକୁ କାର୍ଯ୍ୟରେ ଲଗାଇ ଚାଷବାସରେ ଅଧିକ ମନୋନିବେଶ କରିଥିଲେ । ସରକାରୀ କାର୍ଯ୍ୟକ୍ରମ ସହିତ ଟେକ୍ନୋଲଜିର ବ୍ୟବହାର ମଧ୍ୟ ଖରିଫ ଚାଷକୁ ଅଧିକ ପ୍ରୋତ୍ସାହିତ କରିଥିଲା ।

କୃଷି ମନ୍ତ୍ରଣାଳୟ ପକ୍ଷରୁ ମିଳିଥିବା ସବିଶେଷ ତଥ୍ୟ ଅନୁସାରେ, ଚଳିତବର୍ଷ ଖରିଫ ଋତୁରେ 1116.88 ଲକ୍ଷ ହେକ୍ଟର ଜମିରେ ଖରିଫ ଫସଲ କରାଯାଇଛି । ଗତବର୍ଷ ଏହି ସମୟରେ ସ୍ୱାଭାବିକ ପରିସ୍ଥିତିରେ 1066.06 ଲକ୍ଷ ହେକ୍ଟର ଜମିରେ ଖରିଫ ଚାଷ ହୋଇଥିଲା । ଆସନ୍ତା ଅକ୍ଟୋବର 1 ତାରିଖଠାରୁ ଖରିଫ ଚାଷର ବୁଣାବୁଣି କାର୍ଯ୍ୟ ଆନୁଷ୍ଠାନିକଭାବେ ଶେଷ ହେବ । ଏ ପର୍ଯ୍ୟନ୍ତ ବିଭିନ୍ନ ଖରିଫ ଫସଲର ସ୍ଥିତି ସଂପର୍କରେ ନିମ୍ନରେ ତଥ୍ୟ ପ୍ରଦାନ କରାଯାଇଛି ।

ଧାନ: ଚଳିତବର୍ଷ ଖରିଫ ଋତୁରେ 407.14 ଲକ୍ଷ ହେକ୍ଟର ଜମିରେ ଧାନଚାଷ କରାଯାଇଛି । ଗତବର୍ଷ ଏହି ପରିମାଣ ଥିଲା 385.71 ଲକ୍ଷ ହେକ୍ଟର । ଚଳିତବର୍ଷ ଗତବର୍ଷଠାରୁ 5.56 ଶତାଂଶ ଅଧିକ ଜମିରେ ଧାନଚାଷ ହୋଇଛି ।

ଡାଲି: ଚଳିତ ଖରିଫ ଋତୁରେ 139.36 ଲକ୍ଷ ହେକ୍ଟର ଜମିରେ ଡାଲିଜାତୀୟ ଫସଲ ଚାଷ କରାଯାଇଛି । ଗତବର୍ଷ ଏହି ସମୟ ମଧ୍ୟରେ 133.94 ଲକ୍ଷ ହେକ୍ଟର ଜମିରେ ଡାଲି ଚାଷ କରାଯାଇଥିଲା । ଏଥର ଖରିଫରେ ଡାଲିଜାତୀୟ ଫସଲ ଚାଷ ପରିମାଣ 4.05 ଶତାଂଶ ବଢିଛି ।

ମୋଟା ଶସ୍ୟ: ଚଳିତବର୍ଷ ଖରିଫରେ 183.01 ଲକ୍ଷ ହେକ୍ଟର ଜମିରେ ମୋଟା ଶସ୍ୟ ଚାଷ କରାଯାଇଛି । ଗତବର୍ଷ ଏହି ପରିମାଣ ଥିଲା 180.35 ଲକ୍ଷ ହେକ୍ଟର । ଏଥର ଖରିଫରେ ଏହି ଚାଷ 1.47 ଶତାଂଶ ବଢିଛି ।

ତୈଳବୀଜ: ଏଥର ଖରିଫରେ ଦେଶର 197.18 ଲକ୍ଷ ହେକ୍ଟର ଜମିରେ ତୈଳବୀଜ ଚାଷ କରାଯାଇଛି । ଯାହା ପୂର୍ବବର୍ଷଠାରୁ 9.77 ଶତାଂଶ ଅଧିକ । ଗତବର୍ଷ 179.63 ହେକ୍ଟର ଜମିରେ ଏହି ତୈଳବୀଜ ଚାଷ କରାଯାଇଥିଲା ।

ଆଖୁ: ଚଳିତବଷ ଖରିଫ ଋତୁରେ 197.18 ଲକ୍ଷ ହେକ୍ଟର ଜମିରେ ଆଖୁଚାଷ କରାଯାଇଛି । ଗତବର୍ଷଠାରୁ ଏହା 1.83 ଶତାଂଶ ଅଧିକ । ଗତବର୍ଷ ଖରିଫ ଋତୁରେ 51.89 ଲକ୍ଷ ହେକ୍ଟର ଜମିରେ ଆଖୁଚାଷ କରାଯାଇଥିଲା ।

କପା: ଚଳିତବର୍ଷ ଖରିଫ ଋତୁରେ ଦେଶରେ 130.37 ଲକ୍ଷ ହେକ୍ଟର ଜମିରେ କପା ଚାଷ କରାଯାଇଛି । ଗତବର୍ଷ ତୁଳନାରେ ଏହା ମାତ୍ର 2.11 ଶତାଂଶ ଅଧିକ । ଗତବର୍ଷ ଖରିଫ ଋତୁରେ ଦେଶରେ 127.67 ଲକ୍ଷ ହେକ୍ଟର ଜମିରେ କପାଚାଷ କରାଯାଇଥିଲା ।

ନଳିତ ଓ ମେସ୍ତା: ଚଳିତବର୍ଷ ଖରିଫରେ 6.98 ଲକ୍ଷ ହେକ୍ଟର ଜମିରେ ନଳିତା ଓ ମେସ୍ତା ଚାଷ କରାଯାଇଛି । ଗତବର୍ଷ ଖରିଫ ଋତୁ ତୁଳନାରେ ଏହା 1.78 ଶତାଂଶ ଅଧିକ । ଗତବର୍ଷ ମୋଟ 6.86 ଲକ୍ଷ ହେକ୍ଟର ଜମିରେ ଏହି ଚାଷ କରାଯାଇଥିଲା ।

25.09.2020 ସୁଦ୍ଧା ବିଭିନ୍ନ ଖରିଫ ଫସଲର ଅମଳ ସ୍ଥିତି

S.
No

Crop

Normal Area (DES)*

Area Sown

Harvesting Area

% Harvest

Crop Condition / Remarks

1

Rice

397.29

407.14

1.86

0.46

Harvesting started in Tamil Nadu and Punjab

2

Pulses

128.88

139.36

39.42

28.29

Normal

 

a

Arhar

44.29

48.49

-

-

b

Urdbean

35.53

38.96

17.60

45.17

c

Moongbean

30.49

35.84

16.00

44.64

d

Kulthi

2.13

0.39

0.017

4.36

e

Other pulses

16.45

15.69

5.80

36.97

3

Coarse cereals

184.89

183.01

20.46–23.55

11.18 – 12.87

Normal

a

Jowar

20.56

16.87

1.19–1.49

7 – 9

b

Bajra

72.98

67.51

9.08–11.37

13 – 17

c

Ragi

10.90

10.58

0.16–0.17

1.5 – 1.6

d

Small millets

5.72

4.78

0.73

16

e

Maize

74.73

83.27

9.30–9.79

11 - 12

4

Oilseeds

178.08

197.18

1.022

0.52

Normal

a

Groundnut

41.41

50.98

0.677

1.33

b

Soybean

110.32

121.24

0.200

0.16

c

Sunflower

1.58

1.23

0.020

1.62

d

Sesamum

13.60

14.14

0.125

0.88

e

Niger

2.14

1.67

0.00

-

f

Castor

9.03

7.92

0.00

-

5

Sugarcane

48.46

52.84

Not started

-

Normal

6

Jute & Mesta

7.87

6.98

6.60

94.70

Normal

7

Cotton

122.26

130.37

Picking started

(1.20)

0.92

Picking started in north zone

Total

1067.73

1116.88

72.107

6.50

 

ଚଳିତବର୍ଷ ସେପ୍ଟେମ୍ବର 24 ତାରିଖ ସୁଦ୍ଧା ଦେଶରେ ମୋଟ 928.8 ମିଲିମିଟର ପ୍ରକୃତ ବର୍ଷା ରେକର୍ଡ କରାଯାଇଛି । ଏହି ସମୟ ମଧ୍ୟରେ ଦେଶରେ ସ୍ୱାଭାବିକଭାବେ 854.7 ମିଲିମିଟର ବର୍ଷା ହୋଇଥାଏ । 01.06.2020ରୁ 24.09.2020 ମଧ୍ୟରେ ଏହି ବୃଷ୍ଟିପାତ 9 ଶତାଂଶ ଅଧିକ ହୋଇଛି । କେନ୍ଦ୍ରୀୟ ଜଳ କମିସନଙ୍କ ତଥ୍ୟ ଅନୁସାରେ ଚଳିତବର୍ଷ ସେପ୍ଟେମ୍ବର 24 ତାରିଖ ସୁଦ୍ଧା ଦେଶର 123ଟି ଜଳଭଣ୍ଡାରରେ 99 ଶତାଂଶ ଜଳ ମହଜୁଦ ରହିଛି । ଗତବର୍ଷଠାରୁ ଏହା ଅଧିକ । ଗତ 10 ବର୍ଷ ମଧ୍ୟରେ ମହଜୁଦ ରହିଥିବା ଜଳକୁ ହିସାବକୁ ନେଲେ ଏହାର ହାରାହାରି 115 ଶତାଂଶ ।

 

**********



(Release ID: 1659168) Visitor Counter : 273