ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ଆସନ୍ତାକାଲି ଅଧିକ ପ୍ରଭାବିତ 7 ରାଜ୍ୟ/କେନ୍ଦ୍ରଶାସିତ ଅଂଚଳର କୋଭିଡ ମୁକାବିଲା ପ୍ରସ୍ତୁତି ଓ ସ୍ଥିତି ସମୀକ୍ଷା କରିବେ ପ୍ରଧାନମନ୍ତ୍ରୀ

प्रविष्टि तिथि: 22 SEP 2020 11:54AM by PIB Bhubaneshwar

ପ୍ରଧାନମନ୍ତ୍ରୀ ଆସନ୍ତାକାଲି (ସେପ୍ଟେମ୍ବର 23, 2020) ଅଧିକ ପ୍ରଭାବିତ 7 ରାଜ୍ୟ/ କେନ୍ଦ୍ରଶାସିତ ଅଂଚଳର ମୁଖ୍ୟମନ୍ତ୍ରୀ ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କ ସହ ଏକ ଉଚ୍ଚସ୍ତରୀୟ ଭର୍ଚୁଆଲ ବୈଠକରେ କୋଭିଡ ମୁକାବିଲା ପ୍ରସ୍ତୁତି ସ୍ଥିତି ସମୀକ୍ଷା କରିବେ

ଏହି ରାଜ୍ୟ/କେନ୍ଦ୍ରଶାସିତ ଅଂଚଳଗୁଡିକ ହେଲା ମହାରାଷ୍ଟ୍ର, ଆନ୍ଧ୍ରପ୍ରଦେଶ, କର୍ଣ୍ଣାଟକ, ଉତ୍ତର ପ୍ରଦେଶ, ତାମିଲନାଡୁ, ଦିଲ୍ଲୀ ପଞ୍ଜାବ

ଏହି ସାତଟି ରାଜ୍ୟ/କେନ୍ଦ୍ରଶାସିତ ଅଂଚଳରେ ଦେଶର 63 ପ୍ରତିଶତରୁ ଅଧିକ ସକ୍ରିୟ ମାମଲା ରହିଛିସେହିପରି ସମୁଦାୟ ଚିହ୍ନଟ ମାମଲାର 65.5 ପ୍ରତିଶତ ସମୁଦାୟ ମୃତ୍ୟୁର 77 ପ୍ରତିଶତ ଏହି ରାଜ୍ୟ/କେନ୍ଦ୍ରଶାସିତ ଅଂଚଳରୁ ହୋଇଛିଅନ୍ୟ ପାଞ୍ଚ ରାଜ୍ୟ ସମେତ ପଞ୍ଜାବ ଦିଲ୍ଲୀରେ କିଛିଦିନ ହେଲା କରୋନା ସଂକ୍ରମଣ ବୃଦ୍ଧି ପାଇଛିମହାରାଷ୍ଟ୍ର, ପଞ୍ଜାବ ଦିଲ୍ଲୀରେ ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଇଛିଏହି ରାଜ୍ୟ/କେନ୍ଦ୍ରଶାସିତ ଅଂଚଳରେ ସିଏଫଆର (ରୋଗ ମୃତ୍ୟୁ ହାର) 2 ପ୍ରତିଶତରୁ ଅଧିକ ରହିଛିପଞ୍ଜାବ ଉତ୍ତର ପ୍ରଦେଶ ବ୍ୟତୀତ ଅନ୍ୟ 5ଟି ରାଜ୍ୟ/କେନ୍ଦ୍ରଶାସିତ ଅଂଚଳରେ ପଜିଟିଭ ହାର, ଜାତୀୟ ହାର (8.52 ପ୍ରତିଶତ) ଠାରୁ ଅଧିକ ରହିଛି

ରାଜ୍ୟ କେନ୍ଦ୍ର ଶାସିତ ଅଂଚଳଗୁଡିକର ସରକାରଙ୍କ ସହ ଉତମ ସହଯୋଗ ସମନ୍ୱୟ ରଖି ଦେଶର କୋଭିଡ ବିରୋଧୀ ଲଢେଇରେ କେନ୍ଦ୍ର ସରକାର ନେତୃତ୍ୱ ନେଉଛନ୍ତିସ୍ୱାସ୍ଥ୍ୟ ସେବା ଚିକିତ୍ସା ଢାଂଚା ଉନ୍ନତ କରିବାରେ କେନ୍ଦ୍ର ସରକାର ସହାୟତା କରୁଛନ୍ତିସ୍ୱାସ୍ଥ୍ୟ ପରିବାର କଲ୍ୟାଣ ମନ୍ତ୍ରାଳୟ ଦ୍ୱାରା ଏମ୍ସ, ନୂଆଦିଲ୍ଲୀଙ୍କ ସହଯୋଗରେ -ଆଇସିୟୁ ଟେଲି-ପରାମର୍ଶ ମାଧ୍ୟମରେ ଆଇସିୟୁ ସଂଚାଳନ କରୁଥିବା ଡାକ୍ତରମାନଙ୍କ ନିଦାନ ପ୍ରବନ୍ଧନ କ୍ଷମତା ଉନ୍ନତ କରାଯାଇଛିରାଜ୍ୟ କେନ୍ଦ୍ର ଶାସିତ ଅଂଚଳଗୁଡିକ ସହିତ ଉଚ୍ଚସ୍ତରୀୟ ସମୀକ୍ଷାରେ ଡାକ୍ତରଖାନା ତଥା କୋଭିଡ ସ୍ୱାସ୍ଥ୍ୟ କେନ୍ଦ୍ରଗୁଡିକୁ ଚିକିତ୍ସା ପାଇଁ ପର୍ଯ୍ୟାପ୍ତ ଅମ୍ଳଜାନ ସୁନିଶ୍ଚିତ କରାଯାଇଛିରାଜ୍ୟ/କେନ୍ଦ୍ରଶାସିତ ଅଂଚଳଗୁଡିକୁ କେନ୍ଦ୍ର ସରକାର ନିୟମିତ ଭାବେ ସହାୟତା ପ୍ରଦାନ ତଥା ଆବଦ୍ଧାଚଂଳ, ନୀରିକ୍ଷଣ, ପରୀକ୍ଷଣ ପଜିଟିଭ ମାମଲାଗୁଡିକର ସଫଳ ନୈଦାନିକ ପ୍ରବନ୍ଧନ ଆଦି ମାମଲାରେ ଦିଗଦର୍ଶନ ପାଇଁ ବିଶେଷଜ୍ଞ ଦଳ ପଠାଉଛନ୍ତିଏହି କେନ୍ଦ୍ରୀୟ ଦଳଗୁଡିକ ସ୍ଥାନୀୟ କର୍ତ୍ତୃପକ୍ଷଙ୍କୁ ସଠିକ ସମୟରେ ନିଦାନ ପରବର୍ତ୍ତୀ କାର୍ଯ୍ୟପନ୍ଥା ସହ ଜଡିତ ଆହ୍ୱାନଗୁଡିକର ନିପୁଣ ପ୍ରବନ୍ଧନ ପାଇଁ ମାର୍ଗଦର୍ଶନ କରୁଛି

 

**********

 


(रिलीज़ आईडी: 1657859) आगंतुक पटल : 342
इस विज्ञप्ति को इन भाषाओं में पढ़ें: Tamil , English , Urdu , Marathi , हिन्दी , Assamese , Manipuri , Bengali , Punjabi , Gujarati , Telugu , Kannada , Malayalam