ସ୍ୱାସ୍ଥ୍ୟ ଓ ପରିବାର ମନ୍ତ୍ରଣାଳୟ

କ୍ରମାଗତ ତୃତୀୟ ଦିନରେ ଭାରତରେ 90 ହଜାରରୁ ଅଧିକ ସୁସ୍ଥ

● ମୋଟ ସୁସ୍ଥଙ୍କ ସଂଖ୍ୟା 44 ଲକ୍ଷ ଛୁଇଁବ, ଯାହାକି ବିଶ୍ୱରେ ସର୍ବାଧିକ
● ଭାରତର ସୁସ୍ଥ ହାର 80%ର ମାଇଲଖୁଣ୍ଟ ଅତିକ୍ରମ କଲା

Posted On: 21 SEP 2020 11:33AM by PIB Bhubaneshwar

ଭାରତରେ ଜାତୀୟ ସୁସ୍ଥତା ହାର 80% ମାଇଲଖୁଣ୍ଟକୁ ଅତିକ୍ରମ କରିଛି ପ୍ରତିଦିନ ସୁସ୍ଥଙ୍କ ସଂଖ୍ୟା ବୃଦ୍ଧି ପାଉଥିବା ବେଳେ କ୍ରମାଗତ ତୃତୀୟ ଦିନରେ ଭାରତରେ 90 ହଜାରରୁ ଅଧିକ ସୁସ୍ଥ ହୋଇଛନ୍ତି

ଗତ 24 ଘଣ୍ଟା ମଧ୍ୟରେ 93,356 ଜଣ ଆକ୍ରାନ୍ତ ଡିସଚାର୍ଜ ହୋଇଛନ୍ତି

12ଟି ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳରେ ଜାତୀୟ ହାରଠାରୁ ଅଧିକ ସୁସ୍ଥ ହୋଇପାରିଛନ୍ତି

79% ନୂତନ ସୁସ୍ଥ କେବଳ 10ଟି ରାଜ୍ୟ କେନ୍ଦ୍ରଶାସିତ ଅଞ୍ଚଳରୁ ହୋଇଛନ୍ତି

ଭାରତରେ ଆଜି ପର୍ଯ୍ୟନ୍ତ ମୋଟ ସୁସ୍ଥଙ୍କ ସଂଖ୍ୟା 44 ଲକ୍ଷ(43,96,399) ପାଖାପାଖି   ସୁସ୍ଥ ସଂଖ୍ୟାରେ ଭାରତ ବିଶ୍ୱରେ ଏକ ନମ୍ବରରେ ଅଛି ବିଶ୍ୱର ମୋଟ ସୁସ୍ଥଙ୍କ ମଧ୍ୟରେ 19% ଭାରତରୁ ରହିଛନ୍ତି

 

**********



(Release ID: 1657481) Visitor Counter : 147