ସ୍ୱାସ୍ଥ୍ୟ ଓ ପରିବାର ମନ୍ତ୍ରଣାଳୟ

କ୍ରମାଗତ ତୃତୀୟ ଦିନରେ ଭାରତରେ 90 ହଜାରରୁ ଅଧିକ ସୁସ୍ଥ

● ମୋଟ ସୁସ୍ଥଙ୍କ ସଂଖ୍ୟା 44 ଲକ୍ଷ ଛୁଇଁବ, ଯାହାକି ବିଶ୍ୱରେ ସର୍ବାଧିକ
● ଭାରତର ସୁସ୍ଥ ହାର 80%ର ମାଇଲଖୁଣ୍ଟ ଅତିକ୍ରମ କଲା

ପୋଷ୍ଟ କରାଯିବା ଦିନାଙ୍କ: 21 SEP 2020 11:33AM by PIB Bhubaneswar

ଭାରତରେ ଜାତୀୟ ସୁସ୍ଥତା ହାର 80%ର ମାଇଲଖୁଣ୍ଟକୁ ଅତିକ୍ରମ କରିଛି । ପ୍ରତିଦିନ ସୁସ୍ଥଙ୍କ ସଂଖ୍ୟା ବୃଦ୍ଧି ପାଉଥିବା ବେଳେ କ୍ରମାଗତ ତୃତୀୟ ଦିନରେ ଭାରତରେ 90 ହଜାରରୁ ଅଧିକ ସୁସ୍ଥ ହୋଇଛନ୍ତି ।

ଗତ 24 ଘଣ୍ଟା ମଧ୍ୟରେ 93,356 ଜଣ ଆକ୍ରାନ୍ତ ଡିସଚାର୍ଜ ହୋଇଛନ୍ତି ।

12ଟି ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳରେ ଜାତୀୟ ହାରଠାରୁ ଅଧିକ ସୁସ୍ଥ ହୋଇପାରିଛନ୍ତି ।

79% ନୂତନ ସୁସ୍ଥ କେବଳ 10ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରୁ ହୋଇଛନ୍ତି ।

ଭାରତରେ ଆଜି ପର୍ଯ୍ୟନ୍ତ ମୋଟ ସୁସ୍ଥଙ୍କ ସଂଖ୍ୟା 44 ଲକ୍ଷ(43,96,399) ପାଖାପାଖି ।  ସୁସ୍ଥ ସଂଖ୍ୟାରେ ଭାରତ ବିଶ୍ୱରେ ଏକ ନମ୍ବରରେ ଅଛି । ବିଶ୍ୱର ମୋଟ ସୁସ୍ଥଙ୍କ ମଧ୍ୟରେ 19% ଭାରତରୁ ରହିଛନ୍ତି ।

 

**********


(ରିଲିଜ ଆଡି: 1657481) ପରିଦର୍ଶକ କାଉଣ୍ଟର : 221