ପ୍ରତିରକ୍ଷା ମନ୍ତ୍ରଣାଳୟ

ଭାରତୀୟ ସେନାରେ ମହିଳା ଅଫିସରଙ୍କୁ ସ୍ଥାୟୀ କମିସନ (ପରମାନେଣ୍ଟ କମିସନ) ପ୍ରଦାନ କରିବାକୁ ଚୟନ କମିଟି (ସିଲେକ୍ସନ ବୋର୍ଡ)ର କାର୍ଯ୍ୟ ଆରମ୍ଭ

प्रविष्टि तिथि: 19 SEP 2020 11:04AM by PIB Bhubaneshwar

ଭାରତୀୟ ସେନାରେ ମହିଳା ଅଫିସରମାନଙ୍କୁ ସ୍ଥାୟୀ କମିସନ (ପରମାନେଣ୍ଟ କମିସନ)ପ୍ରଦାନ କରିବା ସକାଶେ ଚୟନ କରିବାକୁ ଗଠିତ ହୋଇଥିବା 5ଟି ଚୟନ କମିଟି (ସିଲେକ୍ସନ ବୋର୍ଡ) 2020 ସେପ୍ଟେମ୍ବର 14 ତାରିଖରେ ସେନା ମୁଖ୍ୟାଳୟରେ କାର୍ଯ୍ୟ ଆରମ୍ଭ କରିଛି । ଜଣେ ବରିଷ୍ଠ ଅଫିସରଙ୍କ ଅଧ୍ୟକ୍ଷତାରେ ଗଠିତ ଏହି ବୋର୍ଡରେ ବ୍ରିଗେଡିୟର ପାହ୍ୟାର ଜଣେ ମହିଳା ଅଫିସର ଅଛନ୍ତି । ଚୟନ ପ୍ରକ୍ରିୟାରେ ସ୍ୱଚ୍ଛତା ରକ୍ଷା ସକାଶେ ଏହାକୁ ମହିଳା ଅଫିସରମାନେ ମଧ୍ୟ ଦେଖିପାରିବେ ।

ଏହି ପ୍ରକ୍ରିୟାରେ ଚୟନ ହେଉଥିବା ମହିଳା ଅଫିସରମାନଙ୍କୁ ପରମାନେଣ୍ଟ କମିସନ ପ୍ରଦାନ କରାଯିବ, ତେବେ ଏହା ଗ୍ରହଣୀୟ ସ୍ୱାସ୍ଥ୍ୟ ବର୍ଗରେ ରହୁଥିବା ଆବଶ୍ୟକ ।

 

**********


(रिलीज़ आईडी: 1656695) आगंतुक पटल : 209
इस विज्ञप्ति को इन भाषाओं में पढ़ें: English , Urdu , Marathi , हिन्दी , Manipuri , Bengali , Assamese , Punjabi , Tamil , Telugu