ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ପ୍ରଧାନମନ୍ତ୍ରୀ ଏବଂ ଶ୍ରୀଲଙ୍କାର ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀଙ୍କ ମଧ୍ୟରେ ଟେଲିଫୋନ ବାର୍ତ୍ତାଳାପ

ପୋଷ୍ଟ କରାଯିବା ଦିନାଙ୍କ: 17 SEP 2020 11:19PM by PIB Bhubaneswar

ଶ୍ରୀଲଙ୍କାର ରାଷ୍ଟ୍ରପତି ମହାମହିମ ମିଷ୍ଟର ଗୋଟବାୟା ରାଜପକ୍ଷେ ଏବଂ ପ୍ରଧାନମନ୍ତ୍ରୀ ମହାମହିମ ମହିନ୍ଦ ରାଜପକ୍ଷେ ଉଭୟେ ଆଜି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କୁ ଟେଲିଫୋନ ଯୋଗେ ତାଙ୍କ ଜନ୍ମଦିନ ଅବସରରେ ଶୁଭେଚ୍ଛା ଜଣାଇଛନ୍ତି

ପଡୋଶୀ ଦେଶ ମଧ୍ୟରେ ସମ୍ପର୍କକୁ ଆହୁରି ମଜଭୁତ କରିବାକୁ ଉଭୟ ଶ୍ରୀଲଙ୍କା ନେତା ନିଜର ଦୃ ଇଚ୍ଛା ଏବଂ ପ୍ରତିବଦ୍ଧତା ପ୍ରକାଶ କରିଛନ୍ତି। କୋଭିଡ ମହାମାରୀ ବିରୋଧରେ ମିଳିତ ଲଢେଇ ସହିତ ଦ୍ୱିପାକ୍ଷିକ ସହଯୋଗ ପାଇଁ ସେମାନେ କୃତଜ୍ଞତା ଜଣାଇଥିଲେ

ପ୍ରଧାନମନ୍ତ୍ରୀ ଉଭୟ ନେତାଙ୍କୁ ସେମାନଙ୍କର ଶୁଭେଚ୍ଛା ପାଇଁ ଧନ୍ୟବାଦ ଜଣାଇବା ସହ ଭାରତର ପଡୋଶୀ ପ୍ରଥମ ନୀତି ଅନୁଯାୟୀ ଦୁଇ ଦେଶ ମଧ୍ୟରେ ସହଯୋଗକୁ ଆହୁରି ବିସ୍ତାର କରିବା ଦିଗରେ ସେମାନଙ୍କ ସହ କାର୍ଯ୍ୟ କରିବାକୁ ସେ ଉତ୍ସାହିତ ଥିବା କହିଥିଲେ

 

**********


(ରିଲିଜ ଆଡି: 1656601) ପରିଦର୍ଶକ କାଉଣ୍ଟର : 240