ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

କେଦାରନାଥ ଧାମରେ ଚାଲିଥିବା ଉନ୍ନୟନ କାର୍ଯ୍ୟର ସମୀକ୍ଷା କଲେ ପ୍ରଧାନମନ୍ତ୍ରୀ

ପୋଷ୍ଟ କରାଯିବା ଦିନାଙ୍କ: 09 SEP 2020 6:37PM by PIB Bhubaneswar
Press Release photo

ପ୍ରଧାନମନ୍ତ୍ରୀ ଶ୍ରୀ  ନରେନ୍ଦ୍ର ମୋଦୀ ଆଜି (09.09.2020) କେଦାରନାଥ ଧାମରେ ଚାଲିଥିବା ବିକାଶମୂଳକ କାର୍ଯ୍ୟର ସମୀକ୍ଷା କରିଛନ୍ତି । ଏହି ସମୀକ୍ଷା ମଧ୍ୟରେ କେଦାରନାଥ ଧାମର ଭିତ୍ତିଭୂମିର ବିକାଶ ଅନ୍ତର୍ଭୁକ୍ତ । ଏହା ଫଳରେ ସେଠାକୁ ଅଧିକରୁ ଅଧିକ ତୀର୍ଥଯାତ୍ରୀ ପରିଦର୍ଶନରେ ଯାଇପାରିବେ ।

ତୀର୍ଥଯାତ୍ରୀଙ୍କୁ ସୁହାଇଲାଭଳି ପରିବେଶଧର୍ମୀ ସୁବିଧା ସୃଷ୍ଟି କରିବା ଉପରେ ପ୍ରଧାନମନ୍ତ୍ରୀ ଗୁରୁତ୍ଵାରୋପ କରିଛନ୍ତି । କେଦାରନାଥ ଏବଂ ଏହାର ଆଖପାଖ ଅଞ୍ଚଳର ବିକାଶ ପାଇଁ ଅତ୍ୟାଧୁନିକ ପ୍ରଯୁକ୍ତିବିଦ୍ୟାର ଉପଯୋଗ ଉପରେ ମଧ୍ୟ ଶ୍ରୀ ମୋଦୀ ଜୋର ଦେଇଛନ୍ତି ।


(ରିଲିଜ ଆଡି: 1652756) ପରିଦର୍ଶକ କାଉଣ୍ଟର : 179