ସ୍ୱାସ୍ଥ୍ୟ ଓ ପରିବାର ମନ୍ତ୍ରଣାଳୟ

ଦେଶରେ ଦୈନିକ ନମୁନା ପରୀକ୍ଷଣରେ ଅଭୂତପୂର୍ବ ବୃଦ୍ଧି

• ଗତ 24 ଘଣ୍ଟା ମଧ୍ୟରେ 11.70 ଲକ୍ଷରୁ ଅଧିକ ନମୁନା ପରୀକ୍ଷା
• ଏପର୍ଯ୍ୟନ୍ତ 4.5 କୋଟିରୁ ଅଧିକ ପରୀକ୍ଷା ସମ୍ପନ୍ନ

Posted On: 03 SEP 2020 11:59AM by PIB Bhubaneshwar

ଦିନକୁ ଅନୁନ୍ୟ 10 ଲକ୍ଷ ନମୁନା ପରୀକ୍ଷଣର ଲକ୍ଷ୍ୟ ନେଇ ଗତ 2 ଦିନ ମଧ୍ୟରେ ଏହି ସଂଖ୍ୟାରେ ଆଶାତୀତ ଉନ୍ନତି ଘଟିଛି

ଗତ 24 ଘଣ୍ଟା ମଧ୍ୟରେ 11.70 ଲକ୍ଷ (11,72,179) ନମୁନା ପରୀକ୍ଷଣ ହୋଇଛି ଯାହାକୁ ମିଶାଇ ଦେଶରେ ବର୍ତ୍ତମାନ ସୁଦ୍ଧା ମୋଟ 4.5 କୋଟି (4,55,09,380) ନମୁନା ପରୀକ୍ଷା ହୋଇସାରିଛି

ଜାନୁଆରୀ 30, 2020 ବେଳକୁ ଦେଶରେ ଦିନକୁ ମାତ୍ର 10ଟି ନମୁନା ପରୀକ୍ଷା ହେଉଥିବା ବେଳେ ଆଜି ଏହା 11 ଲକ୍ଷକୁ ଅତିକ୍ରମ କରିଛି । ବର୍ତ୍ତମାନ ଦେଶରେ ଦୈନିକ ପରୀକ୍ଷା ଅନ୍ୟାନ୍ୟ ଦେଶ ତୁଳନାରେ ସବୁଠାରୁ ଆଗରେ ରହିଛି । ଦେଶବ୍ୟାପୀ ବିଭିନ୍ନ ସ୍ଥାନରେ ବ୍ୟାପକ ପରୀକ୍ଷା ଯୋଗୁଁ ସଅଳ ରୋଗ ନିରୂପଣ, ହସ୍ପିଟାଲ ଓ ଘରୋଇ ଏକାନ୍ତବାସରେ ଚିକିତ୍ସା କରାଯାଇପାରୁଥିବାରୁ ମୃତ୍ୟୁ ହାର ହ୍ରାସ ପାଇଛି । କେବଳ ସେତିକି ନୁହେଁ, ଅଧିକ ନମୁନା ପରୀକ୍ଷା ଯୋଗୁଁ ପଜିଟିଭ ହାର ମଧ୍ୟ ହ୍ରାସ ପାଇବାରେ ଲାଗିଛି । ଦ୍ରୁତ ପରୀକ୍ଷାଗାର ପ୍ରତିଷ୍ଠା ଯୋଗୁଁ ଏପରି ବ୍ୟାପକ ପରୀକ୍ଷା ସମ୍ଭବ ହୋଇଛି । 1022ଟି ସରକାରୀ ଓ 601 ଘରୋଇ ଏହିପରି ମୋଟ 1623ଟି ପରୀକ୍ଷାଗାରରେ ଦେଶବ୍ୟାପୀ ନମୁନା ପରୀକ୍ଷା କରାଯାଇ ପାରୁଛି ।

ନିର୍ଦ୍ଦେଶାବଳୀ ପରାମର୍ଶ ପାଇଁ ଭିଜିଟ୍କରନ୍ତୁ: https://www.mohfw.gov.in/ and @MoHFW_INDIA

କୋଭିଡ୍ସଂକ୍ରାନ୍ତ ବୈଷୟିକ ପ୍ରଶ୍ନ ପଠାଇବା ପାଇଁ covid19[at]gov[dot]in ଏବଂ ଅନ୍ୟାନ୍ୟ ପ୍ରଶ୍ନ ncov2019[at]gov[dot]in and @CovidIndiaSeva

କୋଭିଡ-19 ସଂକ୍ରାନ୍ତ କୌଣସି ପ୍ରଶ୍ନ ମଧ୍ୟ ସ୍ୱାସ୍ଥ୍ୟ ପରିବାର ମନ୍ତ୍ରଣାଳୟର ହେଲ୍ପଲାଇନ ନଂ – +91-11-23978046 କିମ୍ବା 1075 (ନିଃଶୁଳ୍କ)କୁ ପଚରା ଯାଇପାରିବ

ରାଜ୍ୟଗୁଡିକର ହେଲ୍ପଲାଇନ ନଂ: https://www.mohfw.gov.in/pdf/ coronvavirushelplinenumber.pdfରେ ଉପଲବ୍ଧ

 

*********

   

 

 



(Release ID: 1651109) Visitor Counter : 199