ଅର୍ଥ ମନ୍ତ୍ରଣାଳୟ

ଛାପା କାର୍ଯ୍ୟ ସଂକୋଚନ ସମ୍ପର୍କିତ ନିର୍ଦ୍ଦେଶାବଳୀ

● ପୂର୍ବରୁ ଯେଉଁସବୁ କ୍ୟାଲେଣ୍ଡର, ଡାଏରୀ, ସିଡୁଲର ଏବଂ ଅନୁରୂପ ଧରଣର ସାମଗ୍ରୀ କାଗଜରେ ଛପା ଯାଉଥିଲା, ଏବେ ସେସବୁ ବିଭିନ୍ନ ମନ୍ତ୍ରଣାଳୟ/ ବିଭାଗ/ ପିଏସୟୁ/ ପିଏସବିମାନଙ୍କ ଦ୍ୱାରା ଡିଜିଟାଲ ଫର୍ମାଟରେ ପ୍ରସ୍ତୁତ କରାଯିବ
● ବିଭିନ୍ନ ମନ୍ତ୍ରଣାଳୟ/ ବିଭାଗ/ ପିଏସୟୁ/ ପିଏସବି ଏବଂ ସରକାରଙ୍କର ଅନ୍ୟାନ୍ୟ ସଂସ୍ଥାମାନଙ୍କ ଦ୍ୱାରା ଏଭଳି ଡିଜିଟାଲ ଅନଲାଇନ ଉପାୟମାନ ଅବଲମ୍ବନ କରାଯିବ

Posted On: 02 SEP 2020 3:56PM by PIB Bhubaneshwar

ସମ୍ପ୍ରତି ଜାରି ରହିଥିବା ପରିସ୍ଥିତିକୁ ଦୃଷ୍ଟିରେ ରଖି ସାରା ବିଶ୍ୱ ଏବେ ଉତ୍ପାଦନ କ୍ଷେତ୍ରରେ ଅଧିକରୁ ଅଧିକ ମାତ୍ରାରେ ଡିଜିଟାଲ ପଦ୍ଧତିକୁ ଆପଣାଇ ଚାଲିଛି ଭାରତ ସରକାର ମଧ୍ୟ ଏହି କ୍ଷେତ୍ରରେ ଅବଲମ୍ବନ କରାଯାଉଥିବା ଶ୍ରେଷ୍ଠ କାର୍ଯ୍ୟାବଳୀକୁ ଆହରଣ କରିବେ ବୋଲି ସିଦ୍ଧାନ୍ତ ଗ୍ରହଣ କରିଛନ୍ତି

ତଦନୁସାରେ, ଆସନ୍ତା ବର୍ଷ ବ୍ୟବହାର ସକାଶେ କୌଣସି ମନ୍ତ୍ରଣାଳୟ/ ବିଭାଗ/ ପିଏସୟୁ/ ପିଏସବି ଏବଂ ସରକାରଙ୍କ ଅନ୍ୟ କୌଣସି ସଂସ୍ଥାଙ୍କ ଦ୍ୱାରା କ୍ୟାଲେଣ୍ଡର, ଡେସ୍କଟପ୍‌ କ୍ୟାଲେଣ୍ଡର, ଡାଏରୀ ଓ ସେହିଭଳି ଅନ୍ୟାନ୍ୟ ସାମଗ୍ରୀର ଛାପା କାର୍ଯ୍ୟ କରାଯିବ ନାହିଁ

ସେହିଭଳି ସକଳ ପ୍ରକାର କାର୍ଯ୍ୟ ଏବେ ଡିଜିଟାଲ ମୋଡ୍‌ରେ ହିଁ ସଂପାଦନ କରାଯିବ

ଏଭଳି କାର୍ଯ୍ୟ ନିମନ୍ତେ ଅଭିନବ ଉପାୟମାନ ଅବଲମ୍ବନ କରିବା ନିମନ୍ତେ ସବୁମତେ ପ୍ରୟାସ ଜାରି ରହିବ ଏହିସବୁ କାର୍ଯ୍ୟ ନିମନ୍ତେ ଯୋଜନା କାର୍ଯ୍ୟସୂଚୀ ପ୍ରସ୍ତୁତି ଏବଂ ପ୍ରକାଶନ ପାଇଁ ବ୍ୟୟ ସଂକୋଚନଧର୍ମୀ, ସକ୍ରିୟ ତଥା ସଫଳ ପ୍ରଯୁକ୍ତିଗତ ଅଭିନବ ଉପାୟମାନ ଅବଲମ୍ବନ କରାଯିବ

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଏବଂ ତାଙ୍କ ଶାସନ ପଦ୍ଧତିର ମଡେଲ ସଦାବେଳେ ପ୍ରଯୁକ୍ତିକୁ ଏକ ସଫଳ କାର୍ଯ୍ୟଧାରା ଭାବେ ଗ୍ରହଣ କରି ଆସିଛନ୍ତି ପ୍ରଯୁକ୍ତିକୁ ଆମର କାର୍ଯ୍ୟଶୈଳୀରେ ସଫଳତାର ସହ ସମନ୍ୱିତ କରାଗଲେ ତାହା ଆମର ଲକ୍ଷ୍ୟ ହାସଲ କରିବାରେ ସହାୟକ ହେବ ବୋଲି ସରକାର ସର୍ବଦା ଗୁରୁତ୍ୱ ଆରୋପ କରି ଆସିଛନ୍ତି ପ୍ରଧାନମନ୍ତ୍ରୀ ଏହାକୁ ଆଭିମୁଖ୍ୟ ଭାବେ ଗ୍ରହଣ କରିଛନ୍ତି

ତଦନୁସାରେ ଏଣିକି ସବୁ ପ୍ରକାର ସରକାରୀ କ୍ୟାଲେଣ୍ଡର, ଡାଏରୀ, ସିଡ୍ୟୁଲର ଓ ଅନ୍ୟାନ୍ୟ ସମାନ ଉଦ୍ଦେଶ୍ୟଯୁକ୍ତ ସାମଗ୍ରୀ ପୂର୍ବଭଳି  ଛାପାଯିବ ନାହିଁ ଏହା ପରିବର୍ତ୍ତେ ସେସବୁକୁ ଡିଜିଟାଲ ମୋଡ଼ରେ ଉପଲବ୍ଧ କରାଯିବ ସେହିଭଳି କଫି ଟେବୁଲ୍‌ ବୁକମାନଙ୍କର ପ୍ରକାଶନ ମଧ୍ୟ ବନ୍ଦ କରାଯିବ ଏବଂ ତାହା ବଦଳରେ ଉପଯୁକ୍ତ ଭାବେ ଇ-ବୁକ୍‌ ବ୍ୟବହାରକୁ ପ୍ରୋତ୍ସାହିତ କରାଯିବ ସେହିସବୁ ସାମଗ୍ରୀ ପାଇଁ ଏଭଳି ଡିଜିଟାଲ ଅଥବା ଅନଲାଇନ ଉପାୟ ଅବଲମ୍ବନ ନିମନ୍ତେ ସରକାରଙ୍କ ସମସ୍ତ ମନ୍ତ୍ରଣାଳୟ/ ବିଭାଗ/ ପିଏସୟୁ/ ପିଏସବି ଏବଂ ଅନ୍ୟାନ୍ୟ ସମସ୍ତ ସଂସ୍ଥା ଅଭିନବ ଉପାୟମାନ ଗ୍ରହଣ କରିବେ ଅଭିନବ ଡିଜିଟାଲ ଏବଂ ଅନଲାଇନ୍‌ ସମାଧାନ ପନ୍ଥା ଗ୍ରହଣ କରାଯାଇ ଏଭଳି ସଫଳତା ହାସଲ କରାଯିବା ସକାଶେ ସିଦ୍ଧାନ୍ତ ଗ୍ରହଣ କରାଯାଇଛି ଏହାଦ୍ୱାରା ଛାପା କ୍ୟାଲେଣ୍ଡର କିମ୍ବା ଡାଏରୀରୁ ଯେଉଁଭଳି ସୁବିଧା ମିଳୁଥିଲା ଡିଜିଟାଇଜଡ଼ ମୋଡ଼ରେ ତାହା କିଭଳି ପ୍ରାପ୍ତ ହୋଇପାରିବ ତାହା ଉପରେ ଗୁରୁତ୍ୱ ଆରୋପ କରାଯିବ ଓ ସେସବୁ ଉପାୟକୁ କାର୍ଯ୍ୟାନ୍ୱୟନ କରାଯିବ ବୋଲି ସ୍ଥିର କରାଯାଇଛି

 

**********



(Release ID: 1650778) Visitor Counter : 193