ଅର୍ଥ ମନ୍ତ୍ରଣାଳୟ

2020 ଅଗଷ୍ଟ ମାସରେ ଦେଶରେ ମୋଟ ଜିଏସ୍‌ଟି ରାଜସ୍ୱ ସଂଗ୍ରହ

• ଏହି ମାସରେ ମୋଟ 86,449 କୋଟି ଟଙ୍କା ଜିଏସ୍‌ଟି ଆକାରରେ ସଂଗୃହୀତ ହୋଇଛି

Posted On: 01 SEP 2020 6:04PM by PIB Bhubaneshwar

2020 ଅଗଷ୍ଟ ମାସରେ ଦେଶରେ ମୋଟ 86,449 କୋଟି ଟଙ୍କାର ଜିଏସ୍‌ଟି ରାଜସ୍ୱ ସଂଗୃହୀତ ହୋଇଛି । ସେଥିମଧ୍ୟରେ କେନ୍ଦ୍ରୀୟ ଜିଏସ୍‌ଟିର ପରିମାଣ 15906 କୋଟି ଟଙ୍କା ହୋଇଥିବାବେଳେ ରାଜ୍ୟ ଜିଏସ୍‌ଟି ପରିମାଣ 21064 କୋଟି ଟଙ୍କା । ସେହିଭଳି ଏହି ମାସରେ ସମନ୍ୱିତ ଜିଏସ୍‌ଟି ବାବଦରେ 42246 କୋଟି ଟଙ୍କା ଆଦାୟ ହୋଇଛି ଏବଂ ସେଥିରେ ଆମଦାନୀ ସାମଗ୍ରୀ ଉପରେ ସଂଗୃହୀତ ରାଜସ୍ୱ ପରିମାଣ 19179 କୋଟି ଟଙ୍କା । ଏହାଛଡା ସେସ୍‌ ବା ଉପକର ବାବଦରେ ଏହି ମାସରେ ମୋଟ 7215 କୋଟି ଟଙ୍କା ସଂଗୃହୀତ ହୋଇଛି । ଏଥିରେ ଆମଦାନୀ ହେଉଥିବା ସାମଗ୍ରୀ ଉପରୁ ମିଳିଥିବା ଟିକସ ପରିମାଣ 673 କୋଟି ଟଙ୍କା ଅନ୍ତର୍ଭୁକ୍ତ ।

ନିୟମିତ ପରିଶୋଧ ଅନୁସାରେ କେନ୍ଦ୍ର ସରକାର ସିଜିଏସ୍‌ଟି ବାବଦରେ 18216 କୋଟି ଟଙ୍କା ପ୍ରଦାନ କରିଛନ୍ତି । ଏହାଛଡା ସମନ୍ୱିତ ଜିଏସ୍‌ଟିରୁ ରାଜ୍ୟ ଜିଏସ୍‌ଟି ବାବଦକୁ 14650 କୋଟି ଟଙ୍କା ଦିଆଯାଇଛି । ନିୟମିତ ପରିଶୋଧ ପରେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଗୁଡିକର ଅଗଷ୍ଟ ମାସର ଆୟ ଯଥାକ୍ରମେ 34122 କୋଟି ଟଙ୍କା (ସିଜିଏସ୍‌ଟି) ଏବଂ 35714 କୋଟି ଟଙ୍କା (ଏସ୍‌ଜିଏସ୍‌ଟି) ।

2019 ଅଗଷ୍ଟ ମାସରେ ଜିଏସ୍‌ଟି ବାବଦରେ ସରକାର ଯେତେ ରାଜସ୍ୱ ଆଦାୟ କରିଥିଲେ ଚଳିତବର୍ଷ ସେହି ମାସରେ ଏ ବାବଦ ଆୟ 88 ଶତାଂଶ ରହିଛି । ଏହି ମାସରେ ଆମଦାନୀ ହେଉଥିବା ସାମଗ୍ରୀ ଉପରେ ରାଜସ୍ୱ ଆଦାୟ 77 ଶତାଂଶ  (ଘରୋଇ ମାଲ ପରିବହନ କ୍ଷେତ୍ରରୁ ସଂଗୃହୀତ ରାଜସ୍ୱ ସହ) ହୋଇଥିବାବେଳେ ଗତବର୍ଷ ଏହି ସମୟରେ ଏହା ଥିଲା 92 ଶତାଂଶ । ଏଠାରେ ସୂଚନାଯୋଗ୍ୟ ଯେ ବାର୍ଷିକ 5 କୋଟି ଟଙ୍କା ପର୍ଯ୍ୟନ୍ତ କାରବାର କରୁଥିବା ଟିକସଦାତାଙ୍କୁ ଚଳିତମାସ ଯାଏଁ ରିଟର୍ଣ୍ଣ ଫାଇଲ କରିବାକୁ କୋହଳ ସମୟ ଦିଆଯାଇଛି ।

ତଳେ ପ୍ରଦତ୍ତ ଟେବୁଲରେ ଚଳିତ ବର୍ଷର ବିଭିନ୍ନ ମାସର ମୋଟ ଜିଏସ୍‌ଟି ରାଜସ୍ୱ ସଂଗ୍ରହର ଧାରା ପ୍ରଦାନ କରାଯାଇଛି । ଏହାଛଡା ଚଳିତବର୍ଷ ଅଗଷ୍ଟ ମାସ ଏବଂ ଗତବର୍ଷ ଅଗଷ୍ଟ ମାସରେ ଆଦାୟ ହୋଇଥିବା ଜିଏସ୍‌ଟିର ଏକ ତୁଳନାତ୍ମକ ଚିତ୍ର ରାଜ୍ୟୱାରୀ ପ୍ରଦାନ କରାଯାଇଛି ।

ଟେବୁଲ – ଅଗଷ୍ଟ ସୁଦ୍ଧା ରାଜ୍ୟୱାରୀ ସଂଗୃହିତ

କ୍ରମିକ ସଂଖ୍ୟା

ରାଜ୍ୟ / କେନ୍ଦ୍ରଶାସିତ ଅଞ୍ଚଳ

ଅଗଷ୍ଟ-19

ଅଗଷ୍ଟ-20

ବୃଦ୍ଧି

1

ଜମ୍ମୁ ଓ କଶ୍ମୀର

302

326

8%

2

ହିମାଚଳ ପ୍ରଦେଶ

676

597

-12%

3

ପଞ୍ଜାବ

1,255

1,139

-9%

4

ଚଣ୍ଡିଗଡ

160

139

-13%

5

ଉତ୍ତରାଖଣ୍ଡ

941

1,006

7%

6

ହରିୟାଣା

4,474

4,373

-2%

7

ଦିଲ୍ଲୀ

3,517

2,880

-18%

8

ରାଜସ୍ଥାନ

2,550

2,582

1%

9

ଉତ୍ତରପ୍ରଦେଶ

4,975

5,098

2%

10

ବିହାର

981

967

-1%

11

ସିକ୍କିମ

163

147

-10%

12

ଅରୁଣାଚଳ ପ୍ରଦେଶ

45

35

-22%

13

ନାଗାଲାଣ୍ଡ

27

31

17%

14

ମଣିପୁର

37

26

-29%

15

ମିଜୋରାମ

28

12

-56%

16

ତ୍ରିପୁରା

58

43

-26%

17

ମେଘାଳୟ

117

108

-7%

18

ଆସାମ

768

709

-8%

19

ପଶ୍ଚିମବଙ୍ଗ

3,503

3,053

-13%

20

ଝାଡଖଣ୍ଡ

1,770

1,498

-15%

21

ଓଡିଶା

2,497

2,348

-6%

22

ଛତିଶଗଡ

1,873

1,994

6%

23

ମଧ୍ୟ ପ୍ରଦେଶ

2,255

2,209

-2%

24

ଗୁଜରାଟ

6,185

6,030

-3%

25

ଡାମନ ଏଣ୍ଡ ଡିଉ

103

70

-32%

26

ଦାଦ୍ରା ଏଣ୍ଡ ନଗର ହାଭେଲି

159

145

-9%

27

ମହାରାଷ୍ଟ୍ର

13,407

11,602

-13%

29

କର୍ଣ୍ଣାଟକ

6,201

5,502

-11%

30

ଗୋଆ

325

213

-34%

31

ଲାକ୍ଷାଦୀପ

1

0

-72%

32

କେରଳ

1,582

1,229

-22%

33

ତାମିଲନାଡୁ

5,973

5,243

-12%

34

ପୁଡିଚେରୀ

161

137

-15%

35

ଆଣ୍ଡାମାନ ଏଣ୍ଡ ନିକୋବର

30

13

-59%

36

ତେଲଙ୍ଗାନା

3,059

2,793

-9%

37

ଆନ୍ଧ୍ରପ୍ରଦେଶ

2,115

1,955

-8%

38

ଲାଦାଖ

0

5

 

97

Other Territory

170

180

6%

99

Centre Jurisdiction

100

161

61%

 

ସମୁଦାୟ

72,543

66,598

-8%



(Release ID: 1650495) Visitor Counter : 227