ସ୍ୱାସ୍ଥ୍ୟ ଓ ପରିବାର ମନ୍ତ୍ରଣାଳୟ

ସମୁଦାୟ 4.33 କୋଟି ନମୁନା ମଧ୍ୟରୁ ଗତ 2 ସପ୍ତାହ ମଧ୍ୟରେ 1.22 କୋଟିରୁ ଅଧିକ ନମୁନା ପରୀକ୍ଷା

● ଗତ 24 ଘଣ୍ଟା ମଧ୍ୟରେ ନମୁନା ପରୀକ୍ଷା 10 ଲକ୍ଷ ଅତିକ୍ରମ କରିଛି
● 22ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ ନିୟୁତ ପିଛା ପରୀକ୍ଷା ହାର ଜାତୀୟ ହାରଠାରୁ ଉର୍ଦ୍ଧ୍ଵରେ

Posted On: 01 SEP 2020 3:11PM by PIB Bhubaneshwar

କେନ୍ଦ୍ରର ପରୀକ୍ଷା, ଚିହ୍ନଟ ଓ ଉପଚାର ରଣନୀତି ସହ ତାଳ ଦେଇ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡିକରେ ବ୍ୟାପକ ନମୁନା ପରୀକ୍ଷା କରାଯାଉଛି ଅଧିକ ପରୀକ୍ଷା ଯୋଗୁଁ ସଅଳ ସଂକ୍ରମଣ ନିରୂପଣ ସମ୍ଭବ ହେବା ସହ ଅଧିକରୁ ଅଧିକ ସୁସ୍ଥ ହେବାରେ ଲାଗିଛନ୍ତି ଏହି ରଣନୀତି ଯୋଗୁଁ ଦେଶରେ ନମୁନା ପରୀକ୍ଷଣ ସଂଖ୍ୟା 4.30 କୋଟିରୁ ଅଧିକ (4,33,24,834) ହୋଇଥିବା ବେଳେ ଗତ 2 ସପ୍ତାହ ମଧ୍ୟରେ 1,22,66,514 ନମୁନା ପରୀକ୍ଷା ହୋଇଛି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡିକ କ୍ରମାଗତ ଭାବେ ସେମାନଙ୍କ ନମୁନା ପରୀକ୍ଷା ସାମର୍ଥ୍ୟ ବୃଦ୍ଧି କରିଚାଲିଛନ୍ତି ସବୁଠାରୁ ଆଗରେ ତାମିଲନାଡୁ, ଉତ୍ତରପ୍ରଦେଶ ଓ ମହାରାଷ୍ଟ୍ର ରହିଥିବା ବେଳେ ମୋଟ ପରୀକ୍ଷାର ଶତକଡା 34 ଭାଗ ଏହି ରାଜ୍ୟଗୁଡିକରେ ସଂଗଠିତ ହୋଇଛି ଦେଶରେ ଦୈନିକ ନମୁନା ପରୀକ୍ଷା ସାମର୍ଥ୍ୟ 10 ଲକ୍ଷ ଅତିକ୍ରମ କରିଛି କେବଳ ଗତ 24 ଘଣ୍ଟା ମଧ୍ୟରେ 10,16,920 ନମୁନା ପରୀକ୍ଷା କରାଯାଇଛି ସାପ୍ତାହିକ ହାରାହାରି ପରୀକ୍ଷା ମଧ୍ୟ ବୃଦ୍ଧି ପାଇଥିବା ବେଳେ ଜୁଲାଇ ପ୍ରଥମ ସପ୍ତାହ ତୁଳନାରେ ଏହାର ପରବର୍ତ୍ତୀ ସପ୍ତାହଗୁଡିକରେ 4 ଗୁଣ ଅଧିକ ନମୁନା ପରୀକ୍ଷଣ କରାଯାଇଛି ଦେଶରେ ସଂକ୍ରମଣ ନିରୂପଣ ପାଇଁ ପରୀକ୍ଷାଗାରଗୁଡିକର ସଂଖ୍ୟା ଅଧିକ ହୋଇଥିବା ଦୃଷ୍ଟିରୁ ନିୟୁତ ପିଛା ପରୀକ୍ଷଣ ହାର 31,394କୁ ବୃଦ୍ଧି ପାଇଛି 22ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ ନିୟୁତ ପିଛା ପରୀକ୍ଷଣ ଜାତୀୟ ହାରଠାରୁ ମଧ୍ୟ ଉର୍ଦ୍ଧ୍ଵରେ ରହିଛି ଗୋଆ, ଦିଲ୍ଲୀ, ଆନ୍ଧ୍ରପ୍ରଦେଶ ଓ ତାମିଲନାଡୁରେ ଦୈନିକ ବହୁ ଅଧିକ ପରିମାଣରେ ନମୁନା ପରୀକ୍ଷଣ କରାଯାଉଛି

ନିର୍ଦ୍ଦେଶାବଳୀ ପରାମର୍ଶ ପାଇଁ ଭିଜିଟ୍କରନ୍ତୁ: https://www.mohfw.gov.in/ and @MoHFW_INDIA

କୋଭିଡ୍ସଂକ୍ରାନ୍ତ ବୈଷୟିକ ପ୍ରଶ୍ନ ପଠାଇବା ପାଇଁ covid19[at]gov[dot]in ଏବଂ ଅନ୍ୟାନ୍ୟ ପ୍ରଶ୍ନ ncov2019[at]gov[dot]in and @CovidIndiaSeva

କୋଭିଡ-19 ସଂକ୍ରାନ୍ତ କୌଣସି ପ୍ରଶ୍ନ ମଧ୍ୟ ସ୍ୱାସ୍ଥ୍ୟ ପରିବାର ମନ୍ତ୍ରଣାଳୟର ହେଲ୍ପଲାଇନ ନଂ – +91-11-23978046 କିମ୍ବା 1075 (ନିଃଶୁଳ୍କ)କୁ ପଚରା ଯାଇପାରିବ

ରାଜ୍ୟଗୁଡିକର ହେଲ୍ପଲାଇନ ନଂ: https://www.mohfw.gov.in/pdf/ coronvavirushelplinenumber.pdfରେ ଉପଲବ୍ଧ

 

*********

 

 

 

 

 

 



(Release ID: 1650476) Visitor Counter : 187