ସ୍ୱାସ୍ଥ୍ୟ ଓ ପରିବାର ମନ୍ତ୍ରଣାଳୟ

ଭାରତର ଆରୋଗ୍ୟ ହାର ବୃଦ୍ଧି ଅବ୍ୟାହତ : ସୁସ୍ଥ ସଂଖ୍ୟା ଅତିକ୍ରମ କଲା 27 ଲକ୍ଷ

• ସକ୍ରିୟ ରୋଗୀଙ୍କ ତୁଳନାରେ ସୁସ୍ଥ ରୋଗୀ ସଂଖ୍ୟା 3.5 ଗୁଣ ଅଧିକ

प्रविष्टि तिथि: 30 AUG 2020 2:08PM by PIB Bhubaneshwar

ଅଧିକରୁ ଅଧିକ ରୋଗୀ ସୁସ୍ଥ ହୋଇ ହସ୍ପିଟାଲ ଓ ଘରୋଇ ଏକାନ୍ତବାସରୁ ଛୁଟି ପାଉଥିବା ବେଳେ ମୋଟ କରୋନା ସୁସ୍ଥ ସଂଖ୍ୟା 27 ଲକ୍ଷକୁ ଅତିକ୍ରମ କରିଛି ବ୍ୟାପକ ପରୀକ୍ଷା, ଚିହ୍ନଟ ଏବଂ ସମୟୋଚିତ ଉପଚାର ଯୋଗୁଁ 27,13,933 ରୋଗୀ ସୁସ୍ଥ ହୋଇଥିବା ସମ୍ଭବ ହୋଇପାରିଛି

ଗତ 24 ଘଣ୍ଟା ମଧ୍ୟରେ 64,935 ଜଣ ସୁସ୍ଥ ହୋଇଥିବା ବେଳେ ସୁସ୍ଥତା ହାର 76.61 ପ୍ରତିଶତରେ ପହଞ୍ଚିଛି ଓ ଏହି ବୃଦ୍ଧି ଗତ କେତେ ମାସ ହେବ ଅବ୍ୟାହତ ରହିଛି ।ଆରୋଗ୍ୟ ଲାଭ କରିଥିବା ରୋଗୀଙ୍କ ସଂଖ୍ୟା ସକ୍ରିୟ ରୋଗୀଙ୍କ ତୁଳନାରେ ଆଜି 3.5 ଗୁଣ ଅଧିକରେ ପହଞ୍ଚିଛି

ଦେଶରେ ପାଖାପାଖି 19.50 ଲକ୍ଷ (19,48,631)ରେ ପହଞ୍ଚିଥିବା ବେଳେ 7,65,302 ଜଣ ସକ୍ରିୟ ରୋଗୀ ଚିକିତ୍ସାଧୀନ ଅଛନ୍ତି । ଏହି ଆରୋଗ୍ୟ ହାରର ବୃଦ୍ଧି ଯୋଗୁଁ ଦେଶରେ ପ୍ରକୃତ ସକ୍ରିୟ ରୋଗୀଙ୍କ ସଂଖ୍ୟା ମୋଟ ସଂକ୍ରମିତଙ୍କ ତୁଳନାରେ ଶତକଡା 21.60ରେ ପହଞ୍ଚିଛି । ଏହାଫଳରେ ସୁସ୍ଥ ଓ ସକ୍ରିୟ ରୋଗୀଙ୍କ ମଧ୍ୟରେ ପାର୍ଥକ୍ୟ ମଧ୍ୟ ଯଥେଷ୍ଟ ବୃଦ୍ଧି ପାଇଛି । ରୋଗୀମାନଙ୍କର ଚିକିତ୍ସା ପରିଚାଳନାରେ ଉନ୍ନତି ଓ ଅନ୍ୟାନ୍ୟ ସମୟୋଚିତ ପଦକ୍ଷେପ ଯୋଗୁଁ ମୃତ୍ୟୁହାର ମଧ୍ୟ ଦ୍ରୁତ ହ୍ରାସ ପାଉଛି ଆଜି ଏହି ହାର ଶତକଡା 1.79 ଭାଗରେ ପହଞ୍ଚିଛି      

ନିର୍ଦ୍ଦେଶାବଳୀ ଓ ପରାମର୍ଶ ପାଇଁ ଭିଜିଟ୍‌ କରନ୍ତୁ: https://www.mohfw.gov.in/ and @MoHFW_INDIA

କୋଭିଡ୍‌ ସଂକ୍ରାନ୍ତ ବୈଷୟିକ ପ୍ରଶ୍ନ ପଠାଇବା ପାଇଁ covid19[at]gov[dot]in ଏବଂ ଅନ୍ୟାନ୍ୟ ପ୍ରଶ୍ନ ncov2019[at]gov[dot]in and @CovidIndiaSeva

କୋଭିଡ-19 ସଂକ୍ରାନ୍ତ କୌଣସି ପ୍ରଶ୍ନ ମଧ୍ୟ ସ୍ୱାସ୍ଥ୍ୟ ଓ ପରିବାର ମନ୍ତ୍ରଣାଳୟର ହେଲ୍‌ପଲାଇନ ନଂ – +91-11-23978046 କିମ୍ବା 1075 (ନିଃଶୁଳ୍କ)କୁ ପଚରା ଯାଇପାରିବ

ରାଜ୍ୟଗୁଡିକର ହେଲ୍‌ପଲାଇନ ନଂ: https://www.mohfw.gov.in/pdf/ coronvavirushelplinenumber.pdfରେ ଉପଲବ୍ଧ

 

*********

 

 


(रिलीज़ आईडी: 1649878) आगंतुक पटल : 263
इस विज्ञप्ति को इन भाषाओं में पढ़ें: English , Urdu , Marathi , हिन्दी , Manipuri , Bengali , Punjabi , Gujarati , Tamil , Telugu