ଯୁବ ବ୍ୟାପାର ଓ କ୍ରୀଡା ମନ୍ତ୍ରଣାଳୟ

ଜାତୀୟ କ୍ରୀଡ଼ା ପୁରସ୍କାର ରାଶି ବୃଦ୍ଧି ଘୋଷଣା କଲେ କେନ୍ଦ୍ର ଯୁବ ବ୍ୟାପାର ଓ କ୍ରୀଡ଼ା ମନ୍ତ୍ରୀ ଶ୍ରୀ କିରେନ ରିଜିଜୁ

Posted On: 29 AUG 2020 6:14PM by PIB Bhubaneshwar

କେନ୍ଦ୍ର ଯୁବ ବ୍ୟାପାର କ୍ରୀଡ଼ା ରାଷ୍ଟ ମନ୍ତ୍ରୀ (ସ୍ୱାଧୀନ ଦାୟିତ୍ୱ) ଏବଂ ସଂଖ୍ୟାଲଘୁ ବ୍ୟାପାର ମନ୍ତ୍ରୀ ଶ୍ରୀ କିରେନ ରିଜିଜୁ ଆଜି ଭାରତର ହକି ଜାଦୁକର ସ୍ବର୍ଗୀୟ ମେଜର ଧ୍ୟାନଚାନ୍ଦଙ୍କ ଜୟନ୍ତୀ ଅବସରରେ ନୂଆଦିଲ୍ଲୀର ଧ୍ୟାନ ଚାନ୍ଦ ଷ୍ଟାଡ଼ିଅମ୍ଠାରେ ତାଙ୍କ ପ୍ରତିମୂର୍ତ୍ତିରେ ପୂଷ୍ପମାଲ୍ୟ ପ୍ରଦାନ ପୂର୍ବକ ତାଙ୍କ ପ୍ରତି ଗଭୀର ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି ମେଜର ଧ୍ୟାନ ଚାନ୍ଦଙ୍କ ଜୟନ୍ତୀକୁ ଦେଶରେଜାତୀୟ କ୍ରୀଡ଼ା ଦିବସରୂପେ ପାଳନ କରାଯାଇଥାଏ

ଏହି ଅବସରରେ ମନ୍ତ୍ରୀ ଶ୍ରୀ ରିଜିଜୁ ଜାତୀୟ କ୍ରୀଡ଼ା ସାହସିକତା ପୁରସ୍କାରର ମୋଟ ସାତଟି ବର୍ଗରୁ ଚାରିଟି ବର୍ଗରେ ପୁରସ୍କାର ରାଶି ବୃଦ୍ଧି କରାଯାଇଥିବା ଘୋଷଣା କରିଥିଲେ ସେ କହିଥିଲେ ଯେ ରାଜୀବ ଗାନ୍ଧୀ ଖେଳ ରତ୍ନ ପୁରସ୍କାର ବାବଦକୁ ପୂର୍ବରୁ ଦିଆଯାଉଥିବା 7.5 ଲକ୍ଷ ଟଙ୍କା ପରିବର୍ତ୍ତେ  ଏଣିକି 25 ଲକ୍ଷ ଟଙ୍କା ପ୍ରଦାନ କରାଯିବ ସେହିଭଳି ଅର୍ଜୁନ ପୁରସ୍କାର ରାଶିକୁ 5 ଲକ୍ଷ ଟଙ୍କାରୁ 15 ଲକ୍ଷ ଟଙ୍କାକୁ ବଢ଼ାଯାଇଥିବା ବେଳେ, ଦ୍ରୋଣାଚାର୍ଯ୍ୟ (ଜୀବନବ୍ୟାପୀ ଅବଦାନ) ପୁରସ୍କାର ବିଜେତାଙ୍କୁ 5 ଲକ୍ଷ ବଦଳରେ 15 ଲକ୍ଷ ଟଙ୍କା ଏବଂ ଦ୍ରୋଣାଚାର୍ଯ୍ୟ (ନିୟମିତ) ପୁରସ୍କାର ନିମନ୍ତେ  ବିଜେତାଙ୍କୁ 5 ଲକ୍ଷ ପରିବର୍ତ୍ତେ 10 ଲକ୍ଷ ଟଙ୍କାର ନଗଦ ରାଶି ପ୍ରଦାନ କରାଯିବ

ଏହି ଅବସରରେ ବକ୍ତବ୍ୟ ରଖି ଶ୍ରୀ ରିଜିଜୁ କହିଲେ ଯେ 2008ରେ ଦେଶର ଏହି ପ୍ରମୁଖ କ୍ରୀଡ଼ା ପୁରସ୍କାର ରାଶି ବୃଦ୍ଧି କରାଯାଇଥିଲା ଅନ୍ୟୁନ ପ୍ରତି ଦଶ ବର୍ଷରେ ଥରେ ଏହି ପୁରସ୍କାର ରାଶି ବୃଦ୍ଧି କରାଯିବା ଉଚିତ ବୋଲି ସେ ମତ ପୋଷଣ କରିଥିଲେ ଯଦି ପେଶାଦାର କ୍ଷେତ୍ରରେ ଥିବା ପ୍ରତ୍ୟେକ ବ୍ୟକ୍ତିଙ୍କ ଉପାର୍ଜନରେ ବୃଦ୍ଧି ଘଟିଛି ତେବେ କ୍ରୀଡ଼ାବିତମାନଙ୍କ ଏହି ପୁରସ୍କାର ରାଶି ବୃଦ୍ଧି ଘଟାଯିବା ଯଥାର୍ଥ ବୋଲି ଶ୍ରୀ ରିଜିଜୁ ମତ ପୋଷଣ କରିଥିଲେ

 

**********



(Release ID: 1649656) Visitor Counter : 136