ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ଜାତୀୟ କ୍ରୀଡ଼ା ଓ ଦୁଃସାହସିକତା ପୁରସ୍କାର 2020 ବିଜୟୀଙ୍କୁ ପ୍ରଧାନମନ୍ତ୍ରୀଙ୍କ ଶୁଭେଚ୍ଛା

ପୋଷ୍ଟ କରାଯିବା ଦିନାଙ୍କ: 29 AUG 2020 6:50PM by PIB Bhubaneswar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଜାତୀୟ କ୍ରୀଡ଼ା ଓ ଦୁଃସାହସିକତା ପୁରସ୍କାର 2020 ବିଜୟୀଙ୍କୁ  ଆଜି ଅଭିନନ୍ଦନ ଜ୍ଞାପନ  କରିଛନ୍ତି ।

ଏକ ଟୁଇଟର ବାର୍ତ୍ତାରେ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ କହିଛନ୍ତି ଯେ 2020 ବର୍ଷ ପାଇଁ ଜାତୀୟ କ୍ରୀଡ଼ା ପୁରସ୍କାର ଏବଂ ସାହସିକତା ପୁରସ୍କାର ବିଜୟୀ ସଫଳ କ୍ରୀଡ଼ାବିତମାନଙ୍କୁ ଅଭିନନ୍ଦନ । ଏହି ସଫଳ କ୍ରୀଡ଼ାବିତମାନଙ୍କ ଠାରୁ ସମସ୍ତଙ୍କର ଢ଼େର୍‌ କିଛି ଶିକ୍ଷା ଲାଭ କରିବାର ଅଛି । ସେମାନଙ୍କର ଏହି ସଫଳତା ଅନେକ ତରୁଣ କ୍ରୀଡ଼ାବିତ୍‌ ମାନଙ୍କୁ ପ୍ରେରଣା ଯୋଗାଇବ । ସବୁ ପୁରସ୍କୃତ କ୍ରୀଡ଼ାବିତମାନଙ୍କୁ ସେମାନଙ୍କର ଭବିଷ୍ୟତର ଲକ୍ଷ୍ୟ ପାଇଁ ପ୍ରଧାନମନ୍ତ୍ରୀ ଶୁଭକାମନା ଜଣାଇଛନ୍ତି ।

**********

 


(ରିଲିଜ ଆଡି: 1649639) ପରିଦର୍ଶକ କାଉଣ୍ଟର : 192