ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ଜାତୀୟ କ୍ରୀଡ଼ା ଦିବସରେ କ୍ରୀଡ଼ାବିତମାନଙ୍କୁ ପ୍ରଧାନମନ୍ତ୍ରୀଙ୍କ ଶୁଭେଚ୍ଛା; ମେଜର ଧ୍ୟାନଚାନ୍ଦଙ୍କୁ ଜଣାଇଲେ ଶ୍ରଦ୍ଧାଞ୍ଜଳି

Posted On: 29 AUG 2020 10:37AM by PIB Bhubaneshwar

ଜାତୀୟ କ୍ରୀଡ଼ା ଦିବସ ଉପଲକ୍ଷେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଶନିବାର ଦେଶର ତମାମ କ୍ରୀଡ଼ାବିତମାନଙ୍କୁ ଅଭିନନ୍ଦନ ଜଣାଇଛନ୍ତି । ଏହି ଅବସରରେ ପ୍ରଧାନମନ୍ତ୍ରୀ ଭାରତର କିମ୍ବଦନ୍ତୀ ହକି ତାରକା ମେଜର ଧ୍ୟାନଚାନ୍ଦଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି ।

ପ୍ରଧାନମନ୍ତ୍ରୀ କହିଛନ୍ତି, ‘‘ବିଭିନ୍ନ କ୍ରୀଡ଼ାରେ ଭାରତ ପାଇଁ ପ୍ରତିନିଧିତ୍ୱ କରି ଅନେକ କ୍ରୀଡ଼ାବିତ ଦେଶକୁ ଗୌରାବାନ୍ୱିତ କରିଛନ୍ତି । ଜାତୀୟ କ୍ରୀଡ଼ା ଦିବସ ହେଉଛି ସେହି ଉଦାହରଣ ସୃଷ୍ଟିକାରୀ କ୍ରୀଡ଼ାବିତଙ୍କ ଉଲ୍ଲେଖନୀୟ ଅବଦାନକୁ ମନେପକାଇବା ପାଇଁ ଦିନଟିଏ । ସେମାନଙ୍କ ପ୍ରତିଶ୍ରୁତିବଦ୍ଧତା ଅତ୍ୟନ୍ତ ଉଲ୍ଲେଖନୀୟ ।’’

ଏହାବ୍ୟତୀତ ଆଜିର ଜାତୀୟ କ୍ରୀଡ଼ା ଦିବସରେ, ଆମେ ମେଜର ଧ୍ୟାନଚାନ୍ଦଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛୁ, ଯାହାଙ୍କର ହକି ଯାଦୁକରୀକୁ ଆଦୌ ଭୁଲିହେବ ନାହିଁ । ଦେଶର ସମସ୍ତ ପ୍ରତିଭାବାନ କ୍ରୀଡ଼ାବିତଙ୍କ ସଫଳତା ପାଇଁ ଉଲ୍ଲେଖନୀୟ ସହଯୋଗ ପ୍ରଦାନ କରିଥିବା ପରିବାର, କୋଚ ଏବଂ ଅନ୍ୟ ସହଯୋଗ ପ୍ରଦାନକାରୀ କର୍ମଚାରୀଙ୍କୁ ପ୍ରଶଂସା କରିବା ପାଇଁ ମଧ୍ୟ ଆଜିର ଦିନଟି ଯଥାର୍ଥ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।

‘‘ଭାରତରେ କ୍ରୀଡ଼ାକୁ ଲୋକପ୍ରିୟ କରାଇବା ଏବଂ କ୍ରୀଡ଼ା କ୍ଷେତ୍ର ସହ ଜଡ଼ିତ ପ୍ରତିଭାଙ୍କୁ ସମର୍ଥନ କରିବା ପାଇଁ ଭାରତ ସରକାର ଅନେକ ଉଦ୍ୟମ କରୁଛନ୍ତି । ଦୈନନ୍ଦିନ ଜୀବନରେ କ୍ରୀଡ଼ା ଏବଂ ବ୍ୟାୟାମକୁ ଏକ ଅଂଶ ଭାବେ ଗ୍ରହଣ କରିବା ଲାଗି ମୁଁ ସମସ୍ତଙ୍କୁ ସବୁବେଳେ ପରାମର୍ଶ ଦେଇଆସୁଛି । ଏହାଦ୍ୱାରା ଅନେକ ସୁଫଳ ମିଳିଥାଏ । ସମସ୍ତେ ସୁଖି ଏବଂ ସୁସ୍ଥ ରୁହନ୍ତୁ !’’

 

***********



(Release ID: 1649471) Visitor Counter : 161